fbpx

ଆସିଲା RTI ରିପୋର୍ଟ,ଦେଓମାଳି ପର୍ବତ ହେଉଛି..

ଭୁବନେଶ୍ୱର:ବିଧାନସଭାର ଗତ ମୌସୁମୀ ଅଧିବେଶନରେ ଅନେକ ପ୍ରସଙ୍ଗ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଦେଓମାଳୀ ପର୍ବତ ଓଡିଶାର ରାଜସ୍ବ , ଜଙ୍ଗଲ ପର୍ଯ୍ୟଟନ ବିଭାଗର ଖାତାରେ ନାହିଁ ବୋଲି କହିଥିଲେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର । ତେବେ ଦେଓମାଳୀ ଓଡ଼ିଶାର ଗୌରବ । ଦେଓମାଳି ପର୍ବତ ରାଜ୍ୟ ସରକାରଙ୍କ ଉଭୟ ରେଭନ୍ୟୁ କି ପର୍ଯ୍ୟଟନ ବିଭାଗର ରେକର୍ଡରେ ନଥିବାରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଏହାକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ । ବାଚସ୍ପତି ଏହି ଘଟଣାରେ ଚୁଲିଂ ପ୍ରଦାନ କରି ତିନି ବିଭାଗର ସମନ୍ୱୟ ବୈଠକ କରି ପଦକ୍ଷେପ ନେବାକୁ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଭଳି ବ୍ରହକୁ ଦୂର କରିବା ପାଇଁ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ଭାରତ ସରକାରଙ୍କ ପରିବେଶ , ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗକୁ ତଥ୍ୟ ମାଗିଥିଲେ । ଦେଶର ସମସ୍ତ ରାଜ୍ୟର ସର୍ବୋଚ୍ଚ ଗିରିଶୃଙ୍ଗ ଓ ଦେଶର ଉଚ୍ଚତମ ଗିରିଶୃଙ୍ଗଗୁଡିକ ସମ୍ପର୍କରେ ସବିଶେଷ ତଥ୍ୟ ମାଗିଥିଲେ । ସୂଚନା ଅଧିକାର ଆଇନର ୬ ( ୩ ) ଧାରା ଅନୁଯାୟୀ କେନ୍ଦ୍ର ପରିବେଶ , ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଉତ୍ତରାଖଣ୍ଡର ଆଲମୋରାସ୍ଥିତ ଗୋବିନ୍ଦ ବଲ୍ଲଭ ପନ୍ଥ ରାଷ୍ଟ୍ରୀୟ ହିମାଳୟୀ ପର୍ଯ୍ୟାବରଣ ସଂସ୍ଥାନ ( ଏନଆଇଏଚଇ ) କୁ ତଥ୍ୟ ପ୍ରଦାନ କରିବା ପାଇଁ ପଣ୍ଡାଙ୍କ ଆବେଦନକୁ ହସ୍ତାନ୍ତର କରିଥିଲେ ।

ଏନ୍‌ଆଇଏଟ୍‌ଇ ପଣ୍ଡାଙ୍କୁ ପ୍ରଦାନ କରିଥିବା ତଥ୍ୟରେ ଓଡ଼ିଶାର ସର୍ବୋଚ୍ଚ ପର୍ବତ ଭାବେ ପୂର୍ବାଞ୍ଚଳ ଘାଟର ଦେଓମାଳିର ନାମ ରହିଛି । ଏହା ଆମ ଓଡିଶାର ସମ୍ପତ୍ତି । ଏହା ସହିତ ଏହାର ଆଖ ପାଖ ସ୍ଥାନ ମଧ୍ୟ ଓଡିଶାର। ପଡୋଶୀ ଆନ୍ଧ୍ରପ୍ରଦେଶର ସର୍ବୋଚ୍ଚ ପର୍ବତର ନାମ ଆର୍ମା କୋଣ୍ଡା ରହିଛି ସୂଚନା ଅଧିକାର କର୍ମୀ ପଣ୍ଡାଙ୍କୁ ମିଳିଥିବା ରାଜ୍ୟୱାରି ସର୍ବୋଚ୍ଚ ଉଚ୍ଚତା ବିଶିଷ୍ଟ ଗିରିଶୃଙ୍ଗ ତାଲିକାରେ ସିକ୍କିମରେ ଅବସ୍ଥିତ ୮୫୯୮ ମିଟର ଉଚ୍ଚତା ବିଶିଷ୍ଟ ପୂର୍ବାଞ୍ଚଳ ହିମାଳୟର କାଞ୍ଚନଜଂଘ ସର୍ବୋଚ୍ଚ ସ୍ଥାନରେ ଥିବା ବେଳେ ବିହାରର ଦକ୍ଷିଣ ଚମ୍ପାରନ ଜିଲାର ୮୮୦ ମିଟର ଉଚ୍ଚତା ବିଶିଷ୍ଟ ଶିବାଲିକ ହିଲ୍ସ ସର୍ବନିମ୍ନ ସ୍ଥାନରେ ରହିଛି । ଓଡ଼ିଶାର ଦେଓମାଳିପର୍ବତର ଉଚ୍ଚତା ୧୬୭୨ ମିଟର ରହିଛି ।

ଓଡିଶାରେ କୋଟିଆ ବିବାଦ ଥମିବାର ନା ନେଉଁ ନାହିଁ । ସେପଟେ ଆନ୍ଧ୍ର ମଧ୍ୟ ଓଡିଶା ସୀମା ଭିତରେ ପ୍ରବେଶ କରୁଛି ଆଉ ମନ୍ତ୍ରୀଙ୍କ ରେକର୍ଡରେ ଦେଓମାଳି ନାହିଁ । ସୀମା ବିବାଦ ଚାଲିଥିବା ବେଳେ ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳ ସହିତ ସମ୍ପୃକ୍ତ ବିଷୟବସ୍ତୁ ଉପରେ ସମସ୍ତ ତଥ୍ୟ ଓଡିଶା ସରକାର ସଂଗ୍ରହ କରିବା ଆବଶ୍ୟକତା ରହିଛି । ମନ୍ତ୍ରୀ ସବୁଠାରୁ ସହଜ ଦେଓମାଳି ରେକର୍ଡ ଓଡିଶାରେ ନାହିଁ ବୋଲି ବିଧାନସଭାରେ କହିବା ଦ୍ବାରା ରାଜ୍ୟର ସୀମା ପ୍ରସଙ୍ଗକୁ ଗୁରୁତ୍ବହୀନ କରିଛନ୍ତି ବୋଲି ପଣ୍ଡା ଅଭିଯୋଗ କରିଛନ୍ତି । ରାଜ୍ୟର ଭୌଗୋଳିକ ସ୍ଥିତି ବିଷୟରେ ଯଦି ମନ୍ତ୍ରୀମାନେ ଠିକ ଉତ୍ତର ରଖିବେ ନାହିଁ ତାହେଲେ ସଚେତନ ନାଗରିକମାନେ ବ୍ୟଥ୍‌ତ ହେବା ସ୍ବାଭାବିକ ବୋଲି କହିଛନ୍ତି । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଏହି ତଥ୍ୟ ଆଧାରରେ ଓଡିଶା ସରକାର ଜଙ୍ଗଲ ବିଭାଗ ଦେଓମାଳିକୁ ଖାତାରେ ଉଲ୍ଲେଖ କରିବା ପାଇଁ ଅସୁବିଧା ନାହିଁ ବୋଲି ପଣ୍ଡା କହିଛନ୍ତି ।

Get real time updates directly on you device, subscribe now.