fbpx

ବ୍ରେକଅପ୍ ପରେ ପ୍ରତ୍ୟେକ ଝିଅ ଏହି ୫ ଟି କାମ କରନ୍ତି, ଆପଣ ଏମିତି କରୁ ନାହାଁନ୍ତି ତ ?

ଓଡ଼ିଶା ଭାସ୍କର: ଫିଲ୍ମରେ ଯେପରି ଝିଅମାନେ ବ୍ରେକ୍ ଅପ୍ ପରେ ହୃଦୟରେ ପଥର ରଖି ମେକ୍ ଅପ୍ କରି ଗୀତ ଗାଆନ୍ତି, ବାସ୍ତବ ଜୀବନରେ ସେପରି କିଛି ହୋଇନଥାଏ। ଝିଅମାନଙ୍କ ପାଇଁ ବ୍ରୋକ୍‌ ଅପ୍‌ରୁ ବାହାରିବା ଏତେଟା ସହଜ ହୋଇ ନଥାଏ। କୋଣସି ସମ୍ପର୍କରୁ ହଠାତ୍ ବାହାରିଯିବା ପରଷ୍ପରଙ୍କ ପାଇଁ ବହୁତ୍ କଷ୍ଟକର ହୋଇଥାଏ। ପ୍ରେମରେ ଭୟଙ୍କର ଭାବରେ ଧୋକା ଖାଇବା ପରେ ପୁଅଟିଏ ତାର ସାଙ୍ଗ ଓ ବନ୍ଧୁ ମାନଙ୍କ ସହ ମିଶି ଏସବୁ ଭୁଲିବାକୁ ଚେଷ୍ଟା କରୁଥିବା ବେଳେ ଝିଅଟିଏ ମଧ୍ୟ ପୁରୁଣା ପ୍ରେମକୁ ଭୁଲିବାକୁ ଚେଷ୍ଟା କରୁଥାଏ। ଆସନ୍ତୁ ଜାଣିବା ବ୍ରେକ୍‌ଅପ୍‌ ପରେ ଝିଅମାନେ କ’ଣ କରିଥାନ୍ତି…

ବୟଫ୍ରେଣ୍ଡ ସିଙ୍ଗଲ ନା ମିଙ୍ଗଲ: ବ୍ରେକ୍‌ଅପ୍‌ ପରେ ଅଧିକାଂଶ ଝିଅ ନିଜ ପୂର୍ବତନ ବୟଫ୍ରେଣ୍ଡଙ୍କ ରିଲେସନ୍‌ସିପ୍‌ ବିଷୟରେ ଜାଣିବାକ ଇଚ୍ଛୁକ ଥାନ୍ତି। ଏକ୍ସ ଏବେ ବି ସିଙ୍ଗଲ ଅଛନ୍ତି ନା ମିଙ୍ଗଲ ହେଲେଣି ତାହା ଉପରେ ଝିଅମାନେ ନଜର ରଖିଥାନ୍ତି। ଏଥିପାଇଁ ସେମାନେ ମ୍ୟୁଚୁଆଲ ଫ୍ରେଣ୍ଡଙ୍କ ସହାୟତା ଲୋଡ଼ିଥାନ୍ତି।

ବ୍ଲକ ପରେ ପୁଣି ଅନ୍‌ବ୍ଲକ୍‌ କରିବା: ବ୍ରେକ୍‌ଅପ୍‌ ପରେ ପ୍ରାୟତଃ ଝିଅମାନେ ନିଜ ଏକ୍ସକୁ ଫେସ୍‌ବୁକ ଓ ହ୍ଵାଟ୍ସଆପ୍‌ରେ ବ୍ଲକ୍‌ କରିଦେଇଥାନ୍ତି। କିନ୍ତୁ କିଛି ଦିନ ପରେ ସେମାନେ ପୁଣି ଥରେ ତାଙ୍କୁ ଅନ୍‌ବ୍ଲକ୍‌ କରିଥାନ୍ତି। ଫଳରେ ସବୁବେଳେ ଏକ୍ସଙ୍କ ବିଷୟରେ ସେମାନେ ସୂଚନା ପାଇପାରିବେ। ସେମାନେ ବୟଫ୍ରେଣ୍ଡଙ୍କ ପ୍ରୋଫାଇଲ୍‌ ଫଟୋ ଓ ଷ୍ଟାଟସ୍‌କୁ ମଧ୍ୟ ନିୟମିତ ଚେକ୍‌ କରିଥାନ୍ତି।

ଖୁସି ରହୁଥିବା ନାଟକ: ଝିଅମାନେ ଭିତରେ ଦୁଃଖୀ ଥିଲେ ବି ବ୍ରେକଅପ୍‌ ପରେ ସେମାନେ ବୟଫ୍ରେଣ୍ଡଙ୍କ ସାମ୍ନାରେ ଖୁସି ରହୁଥିବା ଭଳି ଦେଖେଇ ହୋଇଥାନ୍ତି। ସେ ଦୁଃଖୀ ଅଛନ୍ତି ବୋଲି ନ ଜଣାଇବାକୁ ଏଭଳି ନାଟକ କରିଥାନ୍ତି। କାରଣ ସେ ବୟଫ୍ରେଣ୍ଡଙ୍କୁ ଜଣାଇବାକୁ ଚାହାଁନ୍ତି ଯେ ତାଙ୍କ ବିନା ମଧ୍ୟ ସେ ଖୁସି ରହିପାରିବେ।

ସୋସିଆଲ ମିଡିଆରେ ଆକ୍ଟିଭ୍‌: ବ୍ରେକ୍‌ଅପ୍‌ ଦୁଃଖରୁ ବାହାରିବା ପାଇଁ ଝିଅମାନେ ସୋସିଆଲ ମିଡିଆର ସାହାରା ନେଇଥାନ୍ତି। ବେଳେବେଳେ ସେମାନେ ଏକ୍ସଙ୍କୁ ଦେଖେଇବା ପାଇଁ ମଧ୍ୟ ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହିଥାନ୍ତି। ଫଳରେ ବୟଫ୍ରେଣ୍ଡ ଜାଣିପାରିବେ ଯେ ବ୍ରେକ୍‌ଅପ୍‌ ପରେ ମଧ୍ୟ ସେ ଖୁସି ଅଛନ୍ତି।

ସାଙ୍ଗଙ୍କ ସହ ଅଧିକ ମିଳାମିଶା: ବ୍ରେକ୍‌ଅପ୍‌ ପରେ ଝିଅମାନେ ପୁରୁଣା ବନ୍ଧୁବାନ୍ଧବଙ୍କ ସହ ମିଳାମିଶା କରିବାକୁ ଅଧିକ ପସନ୍ଦ କରିଥାନ୍ତି। ଏହି ସମୟରେ ସେମାନେ ଅଧିକ ପାର୍ଟି ମଧ୍ୟ କରିଥାନ୍ତି ଫଳରେ ବୟଫ୍ରେଣ୍ଡ ଜାଣିବେ ଯେ ସେ ଖୁସି ଅଛନ୍ତି। କେବଳ ଏତିକି ନୁହେଁ ବ୍ରେକଅପ୍‌ ଷ୍ଟ୍ରେସ୍‌ ଦୂର କରିବାକୁ ଝିଅମାନେ ବହୁତ ସପିଂ ମଧ୍ୟ କରିଥାନ୍ତି।

Get real time updates directly on you device, subscribe now.