fbpx
BJD SKY
BJD SKY

Loanରେ ବଢାଇଲେ Height: ଶରୀରର ଉଚ୍ଚତା ବୃଦ୍ଧି ପାଇଁ ବ୍ୟାଙ୍କରୁ ଆଣିଲେ ୬୦ ଲକ୍ଷ

BJD

ନୂଆଦିଲ୍ଲୀ: ଆଜିକାଲି ଦୁନିଆରେ ଅନେକ ଲୋକ ବିଭିନ୍ନ ପ୍ରକାରର ପ୍ଲାନ କରୁଛନ୍ତି । ସୁନ୍ଦର ଆଉ ସ୍ମାର୍ଟ ଦେଖାଯିବା ପାଇଁ କିଛି ନା କିଛି ଖର୍ଚ୍ଚ ନିଜ ପକେଟରୁ କାଟି ରଖିଥାନ୍ତି । ତେବେ ଯାହା ପାଖରେ ଟଙ୍କାର ଅଭାବ ଥିବ, ସେ ଏପରି ସମସ୍ୟାର କିପରି ସମାଧାନ କରିବେ? ତେବେ ଏହାର ଏକ ସମାଧାନ ଭାବେ ଉଦାହରଣ ପାଲଟିଛନ୍ତି ଜଣେ ଯୁବକ । ନିଜକୁ ସୁନ୍ଦର ଏବଂ ଷ୍ଟାଇଲିସ କରିବା ପାଇଁ ବ୍ୟାଙ୍କରୁ ଋଣ ନେଇଛନ୍ତି । ତେବେ ଏହି ଋଣ ହଜାର କି ଦୁଇ ହଜାର ନୁହେଁ, ଏକା ସାଙ୍ଗରେ ୬୦ ଲକ୍ଷ ଟଙ୍କାର ଋଣ କରିଛନ୍ତି ଏହି ବ୍ୟକ୍ତି । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ।

ଭଗବାନ ଦେଇଥିବା ରୂପ ଜଣେ ବ୍ୟକ୍ତିଙ୍କର ବିଲକୁଲ ପସନ୍ଦ ନଥିଲା । ନିଜ ଉଚ୍ଚତାକୁ ନେଇ ସେ ଅଧିକାଂଶ ସମୟରେ ଚିନ୍ତିତ ରହୁଥିଲେ । ତେଣୁ ସେ ନିଜ ଉଚ୍ଚତା ବଢାଇବାର ଇଚ୍ଛାକୁ ରୋକି ପାରିନଥିଲେ । ଶେଷରେ ଆମେରିକାରେ ରହୁଥିବା ଜନ୍ ଲବଲେଡ ନିଜ ଉଚ୍ଚତା ବଢାଇବା ପାଇଁ ବ୍ୟାଙ୍କରୁ ୭୫ ହଜାର ଡଲାର ଋଣ ନେଇଛନ୍ତି । ଏହି ଟଙ୍କାରେ ନିଜର ଅପରେସନ କରିବେ ଏବଂ ୫ ବର୍ଷରେ ଏହି ଋଣ ସୁଝିବେ ଜନ୍ । ତାଙ୍କ ଉଚ୍ଚତା ୫ ଫୁଟ ୧୧ ଇଞ୍ଚ ହୋଇଥିବା ବେଳେ ସେ ଆହୁରି ୩ ଇଞ୍ଚ ଅଧିକ ବଢାଇବାକୁ ଚାହୁଁଛନ୍ତି । ତେବେ ଅପରେସନ ସଫଳ ହେଲେ ତାଙ୍କ ଉଚ୍ଚତା ବଢାଇ ୬ ଫୁଟ ୧ ଇଞ୍ଚ ହୋଇଯିବ ।

ଏ ନେଇ ଜନ କହିଛନ୍ତି, ଦୁନିଆର ଡେଙ୍ଗା ଲୋକଙ୍କୁ ଲୋକେ ଏକ ଭିନ୍ନ ଦୃଷ୍ଟିରେ ଦେଖନ୍ତି। ତେଣୁ ସେ ଆଉ ଟିକିଏ ଅଧିକ ଡେଙ୍ଗା ହେବାକୁ ଚାହୁଁଛନ୍ତି। ସୋଶିଆଲ ମିଡିଆରୁ ସେ ଏପରି ଅସ୍ତ୍ରୋପଚାର ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ସବିଶେଷ ଜାଣିବା ପରେ ଅସ୍ତ୍ରୋପଚାର ପାଇଁ ନିଷ୍ପତ୍ତି ନେଇଥିଲେ। ଆମେରିକାରେ ଅନେକ ଲୋକ ଏପରି ଅପରେଶନ କରିଛନ୍ତି। ଏହାକୁ କସ୍‌ମେଟିକ ଲେଗ ଲେନ୍ଥନିଂ ସର୍ଜରୀ କୁହାଯାଏ। ଏହି ସର୍ଜରୀରେ ମଣିଷର ଜଂଘର ହାଡକୁ ଭାଙ୍ଗି ଆଡ୍‌ଜଷ୍ଟେବୁଲ୍‌ ମେଟାଲ ନେଲ୍‌ସ ଲଗାଯାଏ। ଏହି ପ୍ରକ୍ରିୟା ପାଇଁ କିଛି ମାସ ଲାଗିଥାଏ।

Get real time updates directly on you device, subscribe now.