fbpx
BSKY SKY
BSKY SKY

ବଣ ଜଙ୍ଗଲ ଘେରାରେ ଲୁଚି ରହିଛି ବାବା ଯୋଗେଶ୍ୱରଙ୍କ ମନ୍ଦିର, ଏଠାରେ ଭଲ ହୁଏ ଅସାଧ୍ୟ ରୋଗ..

BSKY

ଭାରତ ଭୂମି ସମଗ୍ର ବିଶ୍ୱରେ ପବିତ୍ର ଭୂମି । ଏଠି ପ୍ରତେକ ଲୋକ ପଥର, ମାଟି, ବୃକ୍ଷ, ଇତ୍ୟାଦିକୁ ମଧ୍ୟ ଠାକୁରଙ୍କ ପ୍ରତୀକ ଭାବେ ପୂଜା କରି ଥାନ୍ତି । ରାଜ ରାଜୁଡା ଅମଳ ରୁ ଢେଙ୍କାନାଳ ରାଜାଙ୍କର ହାତୀ ଶାଳ ଥିବା ବନ ପାହାଡ଼ ଘେରା ଅନନ୍ତପୁର ଜଙ୍ଗଲର ମାହାତ୍ମ୍ୟ ରହିଛି । ଆମେ କହୁଛୁ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ବାଟଗାଁ ପଞ୍ଚାୟତର ସାହାଲା ଗ୍ରାମର ଶୁଆଗିନାଳୀ ସାହିର ଅନତି ଦୂରରେ ଅଛି ବଲାଙ୍ଗି ନାଳ ଏବଂ ସେହି ନାଳକୁ ଲାଗି ଥିବା ଯୋଗେଶ୍ୱର ପାହାଡ଼ରେ ଭକ୍ତ ଜନଙ୍କ ବିଶ୍ୱାସର ପ୍ରତୀକ ବିଷ୍ଣୁ ଯୁଗେଶ୍ୱର ଓ ଶିବ ଯୁଗେଶ୍ୱର ଙ୍କୁ ସ୍ଥାପନ କରାଯାଇଛି ।

ବାବା ଯୁଗେଶ୍ୱର ସ୍ୱପ୍ନରେ କନ୍ଦରପ ଦେହୁରୀଙ୍କୁ ଜଣାଇ ଥିଲେ । ଯେଉଁ ସ୍ଥାନରେ ବାବା ଯୁଗେଶ୍ୱର ଆବିର୍ଭାବ ହୁଇଛନ୍ତି ସେ ସ୍ଥାନରେ ପଥର ଶିଳାରେ ଗଣେଶ ମୂର୍ତ୍ତି, ଶଙ୍ଖ, ଚକ୍ର, ଗଦା ଓ ଲଙ୍ଗଳ ଚି଼ହ୍ନ ରହିଛି । ସ୍ୱପ୍ନା ଦେଶରେ କନ୍ଦରପ ଦେହୁରୀ ପାହାଡକୁ ଯାଇ ବାବା ଯୋଗେଶ୍ୱର ଙ୍କ ଦର୍ଶନ ପାଇ ପୂଜାର୍ଚନାରେ ଲାଗି ପଡି ଥିଲେ । କେନ୍ଦୁଝର ଜିଲ୍ଲା କାଳିଆହତା ପଞ୍ଚାୟତର ଖଣ୍ଡବନ୍ଧ ଗ୍ରାମର ପଞ୍ଚୁ ଦେହୁରୀ ତାଳ ଗଛରୁ ପଡି ଗୋଡ ହାତ ଭାଙ୍ଗି ଯାଇଥିଲା । ସେ ଅନେକ ନାମୀ ଦାମୀ ଡାକ୍ତରଙ୍କ ସହିତ ପରାମର୍ଶ କରି ଚିକିତ୍ସା ହୁଇ ଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା । କିନ୍ତୁ ସେ ସୁଆଗିନାଳୀ ବାବା ଯୋଗେଶ୍ୱରଙ୍କ ମନ୍ଦିରକୁ ଆସି ଦର୍ଶନ କରିବା ଫଳରେ ତାଙ୍କର ଭାଙ୍ଗି ଯାଇ ଥିବା ଗୋଡ଼ ହାତ ଠିକ ହୁଇ ସେ ମଧ୍ୟ ଚଲା ବୁଲା କରି ପାରିଥିଲେ । ଏହି ପରି ଅନେକ ମହାତ୍ମ୍ୟ ରହିଛି, ଭକ୍ତଙ୍କ ମନସ୍କାମନା ମଧ୍ୟ ପୂରଣ ହୁଇ ଥାଏ ।

ପ୍ରତେକ ସୋମବାର ରେ ଅନେକ ଭକ୍ତ ଦର୍ଶନ କରିବା ସହିତ ବୁଲିବାକୁ ଆସି ଥାନ୍ତି । ଏହି ପୀଠକୁ ଯିବାକୁ ହେଲେ କାମାକ୍ଷାନଗରକୁ ଆସି କାମାକ୍ଷାନଗର କଙ୍କଡ଼ାହାଡ଼ ରାସ୍ତାରେ ବାଟଗାଁ ପୂର୍ବ ଏବଂ ତଣ୍ଡିମୁଣ୍ଡା ପର ସାହାଲା ଛକ ଠାରେ ଓଲ୍ଲାହି ପଶ୍ଚିମ ପଟ ରାସ୍ତାରେ ଗଲେ ସାହାଲା ଗ୍ରାମ ଅତିକ୍ରମ କରି ଶୁଆଗିନାଳୀ ସାହିର ବାବା ଯୁଗେଶ୍ୱର ପୀଠରେ ପହଁଚି ପରିବେ । କିନ୍ତୁ ପାହାଡ଼ ଶିଖରେ ବାବା ଯୁଗେଶ୍ୱରଙ୍କ ମନ୍ଦିର ଅବସ୍ଥିତ ସେଠାକୁ ଦର୍ଶନ କରିବା ପାଇଁ ଯିବାକୁ ହେଲେ ପାହାଚ ଦେଇ ଯିବାକୁ ପଡିଥାଏ । ହେଲେ କିନ୍ତୁ ସେଯାଗାକୁ ପହଁଚିବା ପାଇଁ କିଛି ପାହାଚ ନିର୍ମିତ ହୁଇଛି ଆଉ କିଛି ବାଟ ପାହାଚଟିଏ ମଧ୍ୟ ନାହିଁ, ଯାହା ଫଳରେ ଭକ୍ତ ମାନେ ଅସୁବିଧାର ସମୁଖୀନ ହେଉଛନ୍ତି । ତାହାସହିତ ସେଠାରେ ଅନେକ ଭକ୍ତ ଆସୁଥିବାରୁ ପିଇବା ପାଇଁ ପାନୀୟ ଜଳ, ବିଦୁତ, ବିଶ୍ରାମଗାର ଓ ଭଲ ରାସ୍ତା ଟିଏ ମଧ୍ୟ ନାହିଁ । ଯାହାକି ଏବେ ଜନ ସାଧାରଣରେ ଏବେ ଏକ ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ଏବେ ଦେଖିବାକୁ ବାକି ରହିଲା ଗଣ ମାଧମରେ ପ୍ରଚାର ପ୍ରସାର ପରେ ପ୍ରଶାସନ ଅଧିକାରୀ କଣ ପଦକ୍ଷେପ ନେଉଛନ୍ତି ।

Get real time updates directly on you device, subscribe now.