fbpx
BSKY SKY
BSKY SKY

କାହିଁକି ବାହା ହୁଏ ମଣିଷ? ବିବାହକୁ ନେଇ ହାଇକୋର୍ଟ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ରାୟ

BSKY

ମୁମ୍ବାଇ: ବିବାହ ସମ୍ପର୍କ ଦୁଇଟି ମନର ମିଳନ ହୋଇଥାଏ । ସାରା ଜୀବନ ପାଇଁ ଜଣଙ୍କୁ ନିଜର ସୁଖ ଦୁଃଖର ସାଥୀ କରିବା ପାଇଁ ଶପଥ ନେବାକୁ ହିଁ ବିବାହ କୁହାଯାଏ । ବିବାହ ବନ୍ଧନ ପୁରୁଷ ଏବଂ ନାରୀ ଉଭୟଙ୍କୁ ଏକ ପାରିବାରିକ ଏବଂ ସମ୍ପୂର୍ଣ୍ଣ କରିଥାଏ । ମଣିଷର ବିବାହକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ମାନ୍ୟବର ହାଇକୋର୍ଟ । ଜଣେ ଆଇନଜୀବୀ ଦମ୍ପତ୍ତିଙ୍କ ପାରିବାରିକ ବିବାଦ ଘଟଣାରେ ଏହି ଟିପ୍ପଣୀ ଦେଇଛନ୍ତି ମାଡ୍ରାସର ଉଚ୍ଚ ନ୍ୟାୟାଳୟ ।

କୋର୍ଟଙ୍କ ଏହି ଟଠିପ୍ପଣୀ ଅନୁସାରେ ଦୁଇ ଜଣଙ୍କ ବିବାହର ଉଦ୍ଦେଶ୍ୟ କେବଳ ଶରୀରିକ ସୁଖ ଭୋଗ କରିବା ନୁହେଁ । ବରଂ ଏହାର ଉଦ୍ଦେଶ୍ୟ ହେଉଛି ପିଲା ଜନ୍ମ କରିବା ଏବଂ ପରିବାରକୁ ଆଗକୁ ବଢାଇବା । ଦୁଇ ଜଣଙ୍କ ସମ୍ପର୍କରୁ ଜନ୍ମ ନେଉଥିବା ପିଲାଟି ସେମାନଙ୍କ ଭିତରେ ସଂଯୋଗର ଏକ ସେତୁ । ସଂସାରକୁ ଆଗକୁ ବଢାଇବା ପାଇଁ ଏକ ପବିତ୍ର ଶପଥ କରିଥାନ୍ତି ଦମ୍ପତ୍ତି । ଯାହା ତାଙ୍କୁ ସାରା ଜୀବନ ଏକ ଅତୁଟ ବନ୍ଧନରେ ବାନ୍ଧି ରଖିଥାଏ । ଏହା ବିରୋଧରେ କାମ କରିବାର ଅର୍ଥ ସେହି ଶପଥର ଉଲ୍ଲଙ୍ଘନ କରିବା । ନିଜ ହାତରେ ହାତ ଛନ୍ଦିଥିବା ବ୍ୟକ୍ତିଙ୍କୁ ଧୋକା ଦେବା ।

ସୂଚନା ଅନୁସାରେ, ଦୁଇ ଜଣ ପୁଅଙ୍କ ଅନ୍ରୀଣ କଷ୍ଟୋଡି ପାଇବା ପାଇଁ ଜଣେ ମହିଳା ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୦୦୯ରେ ବିବାହ କରିଥିବା ଏହି ମହିଳା ୨୦୨୧ ଏପ୍ରିଲରୁ ସ୍ୱାମୀଙ୍କଠାରୁ ଅଲଗା ରହୁଛନ୍ତି । ହେଲେ ବାପାଙ୍କ ପାଖରେ ରହୁଛନ୍ତି ଦୁଇପିଲା । ଜଣଙ୍କ ବୟସ ୬ ଓ ଅନ୍ୟଜଣେ ୯ ବର୍ଷର । କୋର୍ଟଙ୍କ ନିର୍ଦ୍ଦେଶରେ ପିଲା ଦୁହିଁଙ୍କୁ ଭେଟିବା ପାଇଁ ପୂର୍ବରୁ ଯାଉଥିଲେ ମାଆ । ହେଲେ ପରବର୍ତୀ ସମୟରେ କୋର୍ଟଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ସ୍ୱାମୀ ଆଉ ପିଲା ଦୁଇଟିଙ୍କୁ ସ୍ତ୍ରୀଙ୍କ ସହ ଭେଟିବାକୁ ଦେଲେନାହିଁ । ଏପରିକି ମାଆଙ୍କ ବିରୋଧରେ ପିଲାମାନଙ୍କୁ ଉସୁକାଉଥିଲେ ବାପା ।

ଏହି କଥାରେ ଅତ୍ୟନ୍ତ କ୍ଷୁବ୍ଧ ହୋଇଛନ୍ତି କୋର୍ଟ । ଅଭିଭାବକଙ୍କ ବିରୋଧରେ ପିଲାଙ୍କୁ ଉସୁକାଇବା କ୍ରୁରତା ଏବଂ ଶିଶୁ ନିର୍ୟାତନା ବୋଲି ଅତି କଡା ଶବ୍ଦରେ କହିଛନ୍ତି କୋର୍ଟ । ଶାରିରୀକ ସୁଖରୁ ଜନ୍ମ ହେଉଥିବା ଶିଶୁର କଷ୍ଟୋଡି ଯାହା ପାଖରେ ଥାଉ ନା କାହିଁକି, ଅଭିଭାବକଙ୍କର ସେମାନଙ୍କୁ ମାମାନସିକ ଚାପ ଦେବାର କୌଣସି ଅଧିକାର ନାହିଁ ବୋଲି କହିଛନ୍ତି ମାଡ୍ରାସ ହାଇକୋର୍ଟ ।

Get real time updates directly on you device, subscribe now.