fbpx

(Video) ଡିଭାଇଡରରେ ପିଟି ହେଲା ସ୍କୁଲ୍ ବସ୍, ଅଳ୍ପକେ ବର୍ତ୍ତିଗଲେ ୩୦ ପିଲା

କଟକ: ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେଲା ସ୍କୁଲ ବସ। ଅଳ୍ପକେ ବର୍ତ୍ତିଗଲେ ୩୦ ପିଲା । ଏଭଳି ଏକ ଅଭାବନୀୟ ଘଟଣା କଟକ ସିଡିଏ, ସେକ୍ଟର-୧୦ରେ ଘଟିଛି। ଏକ ଘରୋଇ ସ୍କୁଲ୍ ବସ୍ ପିଲାଙ୍କୁ ନେଇ ଯାଉଥିବା ସମୟରେ ହଠାତ୍ ଏକ ଡିଭାଇଡରରେ ପିଟି ହୋଇଯାଇଥିଲା । ଯାହା ଫଳରେ ଭାରସାମ୍ୟ ହରାଇ ନିକଟରେ ଥିବା ଏକ ଗଛ ଭିତରକୁ ପଶିଯାଇଥିଲା ବସଟି। ତେବେ ସୌଭାଗ୍ୟବଶତଃ ବସରେ ଥିବା ସମସ୍ତ ସ୍କୁଲ୍ ପିଲାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ, ଖବର ପାଇ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ଓ ପୋଲିସ୍ ପହଁଚି ପରିସ୍ଥିତି ନିୟନ୍ତ୍ରଣ କରୁଛନ୍ତି।

ତେବେ ଫୁଟପାଥକୁ ଚଢିଯିବାରୁ ଗଛରେ ପିଟି ହୋଇଥିଲା ବସର ସମ୍ମୁଖ ଭାଗ, କିନ୍ତୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ବସରେ ଥିବା ଛାତ୍ରଛାତ୍ରୀ ଓ ଡ୍ରାଇଭର । କଟକ ସିଡିଏ ଅଭିମୁଖେ ଯାଉଥିବା ବେଳେ ସିଡିଏ ଫେଜ-୨ ଥାନା ନିକଟରେ ବସଟି ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ମାଡି ଯାଇଥିଲା । ଆଗରୁ ମଧ୍ୟ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ଅଭିଭାବକ ଅସନ୍ତୁଷ୍ଟ ହୋଇଛନ୍ତି ।

 

Get real time updates directly on you device, subscribe now.