fbpx

ଚାଇଲ୍ଡ ପର୍ଣ୍ଣୋଗ୍ରାଫୀକୁ ନେଇ CBIର ବଡ଼ କାର୍ଯ୍ୟାନୁଷ୍ଠାନ: ସାରା ଦେଶରେ କରୁଛି ରେଡ୍

ନୂଆଦିଲ୍ଲୀ: ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (ସିବିଆଇ) ଅନଲାଇନ୍ ଚାଇଲ୍ଡ ପର୍ଣ୍ଣୋଗ୍ରାଫୀରେ ଲିପ୍ତ ଲୋକଙ୍କୁ ଧରିବା ଏବଂ ପ୍ରମାଣ ଏକାଠି କରିବା ପାଇଁ ଶନିବାର ବଡ଼ ଧରଣର ରେଡ୍ ଆରମ୍ଭ କରିଛି । ସୂଚନା ଅନୂଯାୟୀ, ସିବିଆଇ ଦେଶରେ ୨୦ ରାଜ୍ୟର ୫୬ ଟି ସ୍ଥାନରେ ରେଡ୍ କରୁଛି । ସିବିଆଇ ଅନୂଯାୟୀ, ଅନେକ ଏଭଳି ଗ୍ୟାଙ୍ଗ୍ ଚିହ୍ନଟ ହୋଇଛନ୍ତି, ଯେଉଁମାନେ କେବଳ ଚାଇଲ୍ଡ ସେକ୍ସୁଆଲ ପର୍ଣ୍ଣୋଗ୍ରାଫୀ କରାଉଛନ୍ତି ବରଂ ତାହା ଦ୍ୱାରା ପିଲାଙ୍କୁ ଶାରୀରିକ ବ୍ଲାକମେଲ୍ ମଧ୍ୟ କରିଥାନ୍ତି ।

ସିବିଆଇର ଏହି ରେଡ୍ ର ନାମ “ଅପରେସନ ମେଘଦୂତ’ ରଖାଯାଇଛି । ଏଭଳି କାମରେ ସାମିଲ ଗ୍ୟାଙ୍ଗ୍ ଗ୍ରୁପ୍ କର ଏବଂ ବ୍ୟକ୍ତିଗତ ଭାବରେ କାମ କରିଥାନ୍ତି । ସିବିଆଇକୁ ଇଣ୍ଟରପୋଲ୍ ଜରିଆରେ ସିଙ୍ଗାପୁରରୁ ସୂଚନା ମିଳିଥିଲା, ଯାହାପରେ ଭାରତରେ ଏହି ରେଡ୍ କରାଯାଉଛି । ସୂଚନାଯୋଗ୍ୟ, ଗତବର୍ଷ ୧୬ ନଭେମ୍ବରରେ ସିବିଆଇ ଇଣ୍ଟରପୋଲ୍ ସୂଚନା ଆଧାରରେ “ଅପରେସନ କାର୍ବନ’ ଚଳାଇଥିଲା ।

ଗତବର୍ଷ ଏହି ଅଭିଯାନରେ ଏକ ବଡ଼ ନେଟୱର୍କର ପର୍ଦ୍ଦାଫାଶ ହୋଇଥିଲା । ଏହି ଅପରେସନରେ ୫୧ ସୋସିଆଲ ମିଡିଆ ଗ୍ରୁପ୍ ର ଚିହ୍ନଟ ହୋଇଥିଲା । ଯେଉଁଥିରେ ୫୭୦୦ ଅଭିଯୁକ୍ତ ସାମିଲ ଥିଲେ । ଏମାନଙ୍କ ପାଖରେ ୫ ଲକ୍ଷ ସୋସିଆଲ ମିଡିଆ ମେସେଜ ଏବଂ ୧୦ ସନ୍ଦିଗ୍ଧ ସିଏସଏଏମ ଭିଡିଓ ମେସେଜ ମଧ୍ୟ ମିଳିଥଲା । ଗତ ବର୍ଷ ୧୪ ନଭେମ୍ବର ଶିଶୁଦିବସରେ ଆରମ୍ଭ ହୋଇଥିବା ଅଭିଯାନରେ ୧୪ ରାଜ୍ୟର ୭୭ ସ୍ଥାନରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ଏହି ରେଡ୍ ରେ ୭ ଜଣକୁ ଗିରଫ କରାଯାଇଥିଲା ।

Get real time updates directly on you device, subscribe now.