fbpx

ବାବୁସାନଙ୍କୁ ନେବା ପାଇଁ ମେଡିକାଲରେ ପହଞ୍ଚିଲେ ପତ୍ନୀ ତୃପ୍ତି, ସାମ୍ନାକୁ ଆସିଛି Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଅସୁସ୍ଥତା କାରଣରୁ କିଛି ଦିନ ହେବ ଚିକିତ୍ସିତ ହେଉଛନ୍ତି । ଏହାରି ମଧ୍ୟରେ ଅସୁସ୍ଥ ବାବୁସାନଙ୍କ ପାଖରେ ପହଞ୍ଚିଛନ୍ତି ପତ୍ନୀ ତୃପ୍ତି ଶତପଥୀ । ବାବୁସାନଙ୍କୁ ଦେଖା କରିବାକୁ ସେ ଏକ ଘରୋଇ ମେଡିକାଲରେ ପହଞ୍ଚିଛନ୍ତି । ସୂଚନା ମୁତାବକ, କିଛିଦିନ ହେବ ମେଡିକାଲରେ ଅଛନ୍ତି ବାବୁସାନ । ପାରିବାରିକ ବିବାଦକୁ ନେଇ ପରସ୍ପରଠାରୁ ଦୁହେଁ ଅଲଗା ରହିଆସୁଥିଲେ । ଆଜି ସେ ନିଜ ସ୍ୱାମୀଙ୍କୁ ଡିସଚାର୍ଜ କରିବା ପାଇଁ ଆସିଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ପତି-ପତ୍ନୀ ଓ ପ୍ରକୃତି ବିବାଦ ପରେ ବାପାଙ୍କ ପାଖରେ ରହୁଥିଲେ ତୃପ୍ତି । ଏମିତିକି ତାଙ୍କ ପୁଅ ଗୁଆନଙ୍କୁ ମଧ୍ୟ ନିଜ ପାଖରେ ରଖିଥିଲେ । କେବେ ସେ ନିଜ ପୁଅକୁ ନେଇ ଶାଶୁ ଘର ଫେରିବେ, ସେନେଇ ଅନେକ ଚର୍ଚ୍ଚା ଲାଗି ରହୁଥିଲା, ଯୋହାକି ଆଜିଠାରୁ ବନ୍ଦ ହୋଇଛି । କାରଣ ବାବୁସାନଙ୍କ ପାଖରେ ବର୍ତ୍ତମାନ ତାଙ୍କ ପତ୍ନୀ ତୃପ୍ତି ଅଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ପୂର୍ବରୁ ବାବୁସାନ ‘ରାଇଡିଂ ଫର୍ ଦମନ୍’ ପାଇଁ ଲଦାଖ ଯାଇଥିଲେ । ସେଠାରେ ବାଇକ୍ ଚଳାଇବା ପରେ ତାଙ୍କର ଅକ୍ସିଜେନ୍ ଲେବଲ୍ କମିଥିଲା । ଲଦାଖରେ ପ୍ରାଥମିକ ଚିକିତ୍ସା ପରେ ସେ ଭୁବନେଶ୍ୱର ଫେରିଥିଲେ । ମାତ୍ର ଏଠାରେ ପୁଣି ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତ କିଛି ଦିନ ହେବ ବାବୁସାନ୍ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ସହ ପତ୍ନୀ ଓ ପରିବାର ଲୋକ ଥିବା ଜଣାଯାଇଛି ।

Get real time updates directly on you device, subscribe now.