fbpx

(Video) ଜମିରେ ପାଣି ମଡ଼ାଇବାକୁ ଦେଶୀ ଯୁଗାଡ଼: ଇଣ୍ଟରନେଟରେ ଲୋକେ କହିଲେ…

କୌଣସି କାମକୁ ଯୁଗାଡ଼ କରି କରିବା ହୁଏତ ଭାରତୀୟ ରକ୍ତରେ ଅଛି । ଅନେକ ସମୟରେ ବିଭିନ୍ନ ପ୍ରକାରର ଯୁଗାଡ଼ ମଧ୍ୟ ଆପଣ ଦେଖିଥିବେ । ଘରର ନ୍ଦୈନନ୍ଦିନ କାମକୁ ଏକ ଭିନ୍ନ ଅନ୍ଦାଜରେ ଯୁଗାଡ଼ ଲଗାଇ କରିଥାନ୍ତି ଅନେକ ଲୋକ । ଏହାର ଅନେକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ତେବେ ବର୍ତ୍ତମାନ ମଧ୍ୟ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓକୁ ଆଇଏଏସ ଅୱନିଶ ଶରନ ସେୟାର କରିଛନ୍ତି । ଏହି ଭିଡିଓରେ ଦେଖାଯାଉଛି ଯେ କିପରି ଏଠାରେ ଚାଷ କାମ ପାଇଁ ଦେଶୀ ଯୁଗାଡ଼ କରାଯାଇଛି । କିନ୍ତୁ ଏହାକୁ ନେଇ ଅନେକ ୟୁଜର୍ସ କ୍ଷୋଭ ପ୍ରକାଶ କରିଛନ୍ତି ।

ପ୍ରକୃତରେ ଏହି ଭିଡିଓରେ ଦେଖାଯାଉଛି ଯେ କିପରି ବଳଦଙ୍କୁ ଟ୍ରେଡମିଲ୍ ପରି ଏକ ମେସିନ୍ ରେ ଚାଲୁଛନ୍ତି । ଏହି ମେସିନ୍ ଏକ ପମ୍ପ ସହ ସଂଲଗ୍ନ ହୋଇଛି ଯାହା ପାଣି ମଡ଼ାଇବା ପାଇଁ ବ୍ୟବହାର ହେଉଛି । ଖାଲି ସେତିକି ନୁହେଁ ଭିଡିଓରେ ଅନ୍ୟ ମେସିନ୍ ମଧ୍ୟ ଦେଖାଯାଉଛି ସେଗୁଡ଼ିକ ମଧ୍ୟ ବଳଦଙ୍କ ଦ୍ୱାରା ପରିଚାଳିତ ହେଉଛନ୍ତି ।

ତେବେ ଏଭଳି ଦେଶର ଯୁଗାଡ଼କୁ ଦେଖି ଆଶ୍ଚର୍ଯ୍ୟ ଲାଗୁଥିଲେ ବି । ଅନେକ ଲୋକ ଏହାକୁ ଜୀବଜନ୍ତୁଙ୍କ ଉପରେ କ୍ରୁରତା ବୋଲି କହିଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.