fbpx

(Video) ଶେଷ ହେଲା ମନୋମାଳିନ୍ୟ: ସ୍ୱାମୀ ବାବୁସାନଙ୍କୁ ମେଡିକାଲରୁ ନେଇ ଘରକୁ ଫେରିଲେ ତୃପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ଅଭିନେତା ବାବୁସାନ ମହାନ୍ତିଙ୍କ ପାରିବାରିକ ବିବାଦରେ ଲାଗିଛି ଫୁଲଷ୍ଟପ୍ । ଅସୁସ୍ଥ ସ୍ୱାମୀ ବାବୁସାନଙ୍କୁ ଆଜି ମେଡିକାଲରୁ ଡିସଚାର୍ଜ କରିଛନ୍ତି ତାଙ୍କ ଧର୍ମପତ୍ନୀ ତୃପ୍ତି ଶତପଥୀ । ହସ୍ପିଟାଲରୁ ଡିସଚାର୍ଜ ପରେ ସ୍ୱାମୀଙ୍କୁ ଧରି ଘରକୁ ଫେରିଛନ୍ତି ତୃପ୍ତି । ଚିକିତ୍ସା ପରେ ସୁସ୍ଥ ଅନୁଭବ କରିବାରୁ ତାଙ୍କର ଡିସଚାର୍ଜ ହୋଇଛି । ପତ୍ନୀ ତୃପ୍ତି ଶତପଥୀ ସହ ବାବୁ ଏକାଠି ହସ୍ପୀଟାଲରୁ ଏକାଠି ବାହାରିଥିବା ଦେଖିବାକୁ ମିଳିଛି ।

ତେବେ କିଛି ଦିନ ହେବ ପାରିବାରିକ ବିବାଦ ପାଇଁ ଉଭୟେ ଅଲଗା ରହୁଥିଲେ । ସୂଚନା ମୁତାବକ, ପତି-ପତ୍ନୀ ଓ ପ୍ରକୃତି ବିବାଦ ପରେ ବାପାଙ୍କ ପାଖରେ ରହୁଥିଲେ ତୃପ୍ତି । ଏମିତିକି ତାଙ୍କ ପୁଅ ଗୁଆନଙ୍କୁ ମଧ୍ୟ ନିଜ ପାଖରେ ରଖିଥିଲେ । କେବେ ସେ ନିଜ ପୁଅକୁ ନେଇ ଶାଶୁ ଘର ଫେରିବେ, ସେନେଇ ଅନେକ ଚର୍ଚ୍ଚା ଲାଗି ରହୁଥିଲା । ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ପୂର୍ବରୁ ବାବୁସାନ ‘ରାଇଡିଂ ଫର୍ ଦମନ୍’ ପାଇଁ ଲଦାଖ ଯାଇଥିଲେ । ସେଠାରେ ବାଇକ୍ ଚଳାଇବା ପରେ ତାଙ୍କର ଅକ୍ସିଜେନ୍ ଲେବଲ୍ କମିଥିଲା । ଲଦାଖରେ ପ୍ରାଥମିକ ଚିକିତ୍ସା ପରେ ସେ ଭୁବନେଶ୍ୱର ଫେରିଥିଲେ । ମାତ୍ର ଏଠାରେ ପୁଣି ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ସୁସ୍ଥ ଅନୁଭବ କରିବାରୁ ତାଙ୍କର ଡିସଚାର୍ଜ ହୋଇଛି ।

Get real time updates directly on you device, subscribe now.