fbpx

ମୃତ୍ୟୁର ଭୟଙ୍କର ଦୃଶ୍ୟ :ଚାହୁଁ ଚାହୁଁ ଚାଲିଗଲା ୭୦ ଲୋକଙ୍କ ଜୀବନ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଦେଶ ସିରିଆ ଉପକୂଳରେ ଏକ ବୋଟ ବୁଡିଯାଇଛି । ଫଳରେ ପ୍ରାୟ ୭୭ରୁ ଉର୍ଦ୍ଧ ଲୋକେ ପ୍ରାଣ ହରାଇଥିବା ଜଣା ପଡିଛି । ତେବେ ଏନେଇ ସିରିଆର ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଏହି ଭୟଙ୍କର ଜାହାଜ ଦୂର୍ଘଟଣା ପୂର୍ବ ଭୂମଧ୍ୟସାଗରେ ଘଟିଛି । ତେବେ ଏହି ବୋଟରେ ୧୫୦ ଅଧିକ ଯାତ୍ରୀ ଥିବା ଅନୁମାନ କରାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦ ରୁ ଉର୍ଦ୍ଧ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇ ଜଣା ପଡିଛି । ତେବେ ଆହୁରି ଅନେକ ଲୋକେ ନିଖୋଜ ରହିଥିବା ସିରିଆ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।

ତେବେ ଦୁର୍ଘଟଣାର ଶିକାର ହୋଇଥିବା ଏହି ବୋଟରେ ଲେବାନୀୟ ଶରଣାର୍ଥୀ ଥିବା ବେଳେ ସେମାନେ ଦେଶର ଉତ୍ତର ଦିଗରେ ରହୁଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରା ଯାଉଛି । ବୋଟରେ ମୋଟ କେତେ ୧୫୦ ରୁ ଉର୍ଦ୍ଧ ଲୋକେ ଥିବାବେଳେ ସେମାନଙ୍କ ମଧ୍ୟରୁ କେତେ ଜଣ ଯାତ୍ରୀ ଏବଂ କେତେ ଜଣ ଶରଣାର୍ଥୀ ଥିଲେ, ତାହା ବର୍ତ୍ତମାନ ପ ର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ତେବେ ଏହାରି ମଧ୍ୟରେ ବୁଡିଯାଇଥିବ।। ବୋଟରୁ ପାଖାପାଖି ୩୦ ରୁ ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଏଥିସହିତ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇ ସେମାନଙ୍କ ଚିକିତ୍ସା କରାଯାଉଥିବା ଜଣା ପଡିଛି । ଏତତ୍ ବ୍ୟତୀତ ଏବେ ମଧ୍ୟ ନିଖୋଜଙ୍କୁ ଠାବ କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୧ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ସେମାନେ ସିରିଆର ପ୍ରକୃତ ନାଗରିକ ନା ବେଆଇନ ଭାବେ ସିରିଆରେ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିବା ଶରଣାର୍ଥୀ ତାହା ବର୍ତ୍ତମାନ ସଦ୍ଧା ମଧ୍ୟ ସ୍ପଷ୍ଟ ହୋଇନାହିଁ । ଦୁର୍ଘଟଣା ନେଇ ସିରିଆର ମାନବାଧିକାର କର୍ମୀ ଅଭିଯୋଗ କରିଛନ୍ତି,ଯେ ଏହି ବୋଟରେ କ୍ଷମତା ଠାରୁ ଯଥେଷ୍ଟ ଅଧିକ ଯାତ୍ରୀ ଥିଲେ । ଫଳରେ ବୋଟଟି ଭାର ସହି ନପାରି ସମୂଦ୍ରରେ ବୁଡି ଯାଇଥିଲା । ତେବେ ବୋଟରେ ମାତ୍ର ୩୦ ଜଣ ଲୋକେ ଯାତ୍ରା କରିବା କ୍ଷମତା ଥିବା ବେଳେ ସେଥିରେ ପ୍ରାୟ ୧୦୦ ରୁ ୧୫୦ ଜଣ ଲୋକେ ଯାତ୍ରା କରୁଥିଲେ । ଫଳରେ ଅତ୍ୟଧିକ ଲୋଡିଂ କାରଣରୁ ଭାରସାମ୍ୟ ହରାଇ ଏପରି ଘଟଣା ଘଟିଥିବା ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.