fbpx
BJD
BJD SKY
BJD SKY

(Video) ପରିଣତ ବୟସରେ ଗୁହାଳ ସଫା କରି ଚଳୁଛନ୍ତି ବୃଦ୍ଧ ଦମ୍ପତ୍ତି… ଭଙ୍ଗା ଦଦରା କୁଡ଼ିଆ ହିଁ ସାଜିଛି ସାହା ଭରଷା…

ଖଟିବା ପାଇଁ ବୟସ ନାହିଁ, ଚର୍ମ ଧୁଡୁ ଧୁଡୁ ହୋଇ ଗଲାଣି, ଠିକ ଭାବେ କଥା ବି କହି ପାରୁ ନାହାନ୍ତି  । ଆଉ ଏମିତି ଦୁରାବସ୍ଥାରେ ପେଟକୁ ମୁଠାଏ ଦାନା ପାଇଁ ଗାଈ ଗୁହାଳ ସଫା କରିବା ସହ ଘାସ କାଟି ଯାହା ଘାସ ବିକ୍ରି କରନ୍ତି ସେଥିରେ ଚଳିଯାଆନ୍ତି ବୃଦ୍ଧ ଦମ୍ପତ୍ତି । ଦୁଃଖ ଖାଲି ସେତିକି ନୁହେଁ । ରହିବାକୁ ମଧ୍ୟ ନାହିଁ ଘର ଖଣ୍ଡେ । ଭଙ୍ଗା ଦଦରା ଘରେ ନା ଅଛି କବାଟ ନା ଅଛି ଝରକା ଜରି ଅଖା ସିଲେଇ ହୋଇ ତିଆରି ହୋଇଛି କବାଟ, ଆଉ ଅନ୍ଧାର କିଟିକିଟି ଘରେ ରହୁଛନ୍ତି ଦୁଇ ବୃଦ୍ଧ ଦମ୍ପତି । ପୁଅ ଝିଅ ବି କରିଦେଇଛନ୍ତି ପର ।

ପରିଣତ ବୟସରେ ନିଜେ କାମ ଧନ୍ଦା କରି ଯାହା ଆଣନ୍ତି ସେଥିରେ ଅତି ଦୁଃଖ କଷ୍ଟେ ଦୁହେଁ ଚଳି ଯାଉଛନ୍ତି ସିନା ଘରେ ଯେତେ ବି ଅଭାବ ହେଲେ କାହାରି ଆଗରେ ହାତ ପତେଇ ମାଗନ୍ତି ନାହିଁ ଏହି ବୃଦ୍ଧ ଦମ୍ପତ୍ତି । ଏ ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ କାଇମାଟିଆ ଗ୍ରାମର ପାଣୁ ସାମଲଙ୍କ ପରିବାରର ହୃଦୟ ବିଦାରକ ଦୃଶ୍ୟ ।

ପାଣୁଙ୍କର ତିନି ଝିଅ ସାଙ୍ଗକୁ ଗୋଟିଏ ପୁଅ । ହସଖୁସିରେ ସଂସାର ଚାଲିଥିଲା । ତିନି ଝିଅ ବାହା ହୋଇ ଶାଶୁ ଘର କୁ ଚାଲିଗଲେ ସେହିପରି ପୁଅକୁ ମଧ୍ୟ ବାହା ଦେଇଥିଲେ ବାପା ମା । ନାତି ନାତୁଣୀ ସାଙ୍ଗକୁ ପୁଅ ବୋହୂ କୁ ନେଇ ବେଶ ଖୁସି ଥିଲେ ପାଣୁ ଓ ତାଙ୍କ ଧର୍ମପତ୍ନୀ । ହେଲେ ପୁଅକୁ ଘାରିଲା ପରକ୍ରିୟା ପ୍ରୀତି । ସେହି ଗାଁ ର ଜୈନିକ ଝିଅକୁ ପ୍ରେମ ବିବାହ କରି ବାପ ମା’ କୁ ପର କରିଦେଲା ପୁଅ ।

ପିଲା ମାନେ ବଡ ହେଲେ ସବୁ ବାପା ମା ଚାହାଁନ୍ତି ବୃଦ୍ଧା ଅବସ୍ଥାରେ ସେମାନଙ୍କ ସେବା ଯତ୍ନ କରିବେ ହେଲେ ଏମାନଙ୍କ ପୋଡ଼ା କପାଳ ଏ ବୟସରେ ଅଲଗା ରହୁଛି ପୁଅ ଓ ପ୍ରତିଦିନ ସକାଳ ହେଲେ ଅନ୍ୟର ଗୁହାଳ ସଫା କରନ୍ତି ପାଣୁ । ପରେ ଚାଷ ଜମି ହୁଡ଼ାରୁ ଘାସ କାଟି ସେଇ ଗାଁ ରେ ବିକ୍ରି କରନ୍ତି, କିଏ ୧୦ ଟଙ୍କା ଦିଏ ତ କିଏ ୨୦ ଟଙ୍କା ସେଥିରେ ବୁଢ଼ା ବୁଢୀଙ୍କର ତେଲ ଲୁଣର ସଂସାର ଚଳେ । ସରକାରୀ ସହାୟତା କହିଲେ ୧୦ କିଲୋ ଚାଉଳ ମାତ୍ର । ସେଥିରେ କଣ ମାସକ ଯାଏ ଚଳି ହେଉଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.