fbpx

ଢେଙ୍କାନାଳରୁ ଲେହ ଲଦାଖ, ବାଇକରେ ଯାତ୍ରା କରି ଚର୍ଚ୍ଚାରେ ମଳୟ

ଢେଙ୍କାନାଳ: ଢେଙ୍କାନାଳରୁ ଲେହ ଲଦାଖ ଯାତ୍ରା, ସେ ବି ବାଇକରେ । କଥାଟା ଅଡ଼ୁଆ ଆଉ ଟିକିଏ ଅସମ୍ଭବ ଲାଗୁଥିଲେ ବି ବିଲକୁଲ ସତ । ୧୮ ଦିନରେ ୬ ହଜାର ୩୩୩ କିଲୋମିଟର ଲମ୍ବା ରାସ୍ତା ଅତିକ୍ରମ କରି ସେ ତିଆରି କରିଛନ୍ତି ଏକ ମାଇଲଷ୍ଟୋନ । ଏଭଳି ଦୁଃସାହସିକ ଏକ ଯାତ୍ରା କରି ଚର୍ଚ୍ଚାକୁ ଆସିଛନ୍ତି ଢେଙ୍କାନାଳ ବାଇକର୍ସ କ୍ଳବର ସଂଯୋଜକ ମଳୟ ପଟ୍ଟନାୟକ । ଏହି କଷ୍ଟକର ଯାତ୍ରାରୁ ମଳୟ ସାଉଁଟିଛନ୍ତି ଅନନ୍ୟ ଅଭିଜ୍ଞତା । ଯାତ୍ରା ସାରି ସୁରକ୍ଷିତ ଭାବେ ଢେଙ୍କାନାଳରେ ପହଞ୍ଚିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଏବେ ଶୁଭେଚ୍ଛାର ସୁଅ ଛୁଟିଛି ।

ସୂଚନା ଅନୁସାରେ, ମଳୟ ନିଜ ଉଦ୍ୟମରେ ଏହି ଢେଙ୍କାନାଳ ବାଇକର୍ସ କ୍ଳବ୍ ଆରମ୍ଭ କରିଥିଲେ । ଏହାପରେ ଏଥିରେ ଧିରେ ଧିରେ ଯୋଡ଼ି ହୋଇଛନ୍ତି ବହୁ ଉତ୍ସାହୀ ଯୁବ ବାଇକର୍ସ । ତେବେ ଏହି କ୍ଲବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସଚେତନତା । ବିଭିନ୍ନ ସାମାଜିକ ତଥା ସୂଚନାମୂଳକ ସଚେତନତା ବାର୍ତ୍ତା ପ୍ରସାରଣ କରିବା ପାଇଁ ଏହି କ୍ଲବ ଉଦ୍ୟମ ଜାରି ରଖିଛି । ସଡକ ସୁରକ୍ଷା , ସ୍ୱଚ୍ଛ ଭାରତ ସମେତ ଅନ୍ୟ ସଚେତନଧର୍ମୀ ବାର୍ତ୍ତା ନେଇ କ୍ଲବର ସଦସ୍ୟମାନେ ବାଇକରେ ଦେଶର ବିଭିନ୍ନ ସ୍ଥାନ ପରିକ୍ରମା କରୁଛନ୍ତି ଏବଂ ଲୋକମାନଙ୍କୁ ସଚେତନ କରାଉଛନ୍ତି । ଏହା ବ୍ୟତୀତ ପର୍ଯ୍ୟଟନସ୍ଥଳୀ ଏବଂ ଭୌଗୋଳିକ ସ୍ଥିତି ବିଷୟରେ ଜ୍ଞାନ ଆହରଣ କରିବା ସହ ଅନ୍ୟକୁ ସଚେତନ କରୁଛନ୍ତି ।

ଏହି କ୍ରମରେ ମଳୟଙ୍କ ଯାତ୍ରା ଆରମ୍ଭ ହୋଇଥିଲା ସେପ୍ଟେମ୍ବର ୨ରୁ ସେ ଏକାକୀ ନିଜର ରୟାଲ ଏନ୍ ଫିଲ୍ଡ ବାଇକରେ ଢେ଼ଙ୍କାନାଳରୁ ବାହାରିଥିଲେ ବିହାରର ଔରଙ୍ଗାବାଦ । କେବଳ ଔରଙ୍ଗାବାଦ ନୁହେଁ, ଉତ୍ତରପ୍ରଦେଶର କରାବ୍, ଚଣ୍ଡିଗଡ, ହିମାଚଳ ପ୍ରଦେଶର ମନାଲି , ଗନବୋରଞ୍ଜନ, ପୁରନେ, ଖାଲସି , ଲେହ, ନୁବରା ଗା ଜିପୁର, ଛତିଶଗଡ ଦେଇ ୧୯ ତାରିଖରେ ଯାତ୍ରା ଶେଷ କରିଛନ୍ତି ମଳୟ । ତେବେ ଏହି ଯାତ୍ରା ତାଙ୍କୁ ଏବେ ଚର୍ଚ୍ଚାକୁ ଆଣିଛି ।

Get real time updates directly on you device, subscribe now.