କେନ୍ଦ୍ର ସରକାରଙ୍କ ଆଟର୍ଣ୍ଣି ଜେନେରାଲ ପଦକୁ ପ୍ରତ୍ୟାଖ୍ୟାନ କଲେ ମୁକୁଲ ରୋହତଗୀ

ନୂଆଦିଲ୍ଲୀ: ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ଭାରତର ଆଟର୍ଣ୍ଣି ଜେନେରାଲ ହେବାର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଜୁନ ୨୦୧୭ ରେ ୬୭ ବର୍ଷୀୟ ମୁକୁଲ ରୋହତଗୀ ଆଟର୍ଣ୍ଣି ଜେନେରାଲ ପଦରୁ ଇସ୍ତଫା ଦେଇଥିଲେ। କେ.କେ ଭେନୁଗୋପାଲ ତାଙ୍କ ପରେ ଦାୟିତ୍ୱ ଗ୍ରହଣ କରିଥିଲେ। ଶ୍ରୀ ଭେନୁଗୋପାଲଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ସେପ୍ଟେମ୍ବର ୩୦ ରେ ଶେଷ ହେବ। ସେ ପାଞ୍ଚ ବର୍ଷ ପାଇଁ କେନ୍ଦ୍ରର ସର୍ବୋଚ୍ଚ ଆଇନ ଅଧିକାରୀ ଭାବରେ କାର୍ଯ୍ୟ କରିଥିଲେ। କେନ୍ଦ୍ର ସରକାର ମୁକୁଲ ରୋହତଗୀଙ୍କୁ ପୁଣିଥରେ ଆଟର୍ଣ୍ଣି ଜେନେରାଲ ହେବାକୁ ପ୍ରସ୍ତାବ ଦେଇଥିଲେ। ତେବେ ବର୍ତମାନ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ମୁକୁଲ ରୋହତଗୀ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ନ୍ୟୁଜ୍ ଏଜେନ୍ସି ଏଏନ୍‌ଆଇକୁ ମୁକୁଲ ରୋହତଗୀ କହିଛନ୍ତି, ‘ଭାରତ ସରକାରଙ୍କ ପ୍ରସ୍ତାବକୁ ସ୍ୱିକାର ନକରିବାର କିଛି ବିଶେଷ କାରଣ ନାହିଁ। ପ୍ରସ୍ତାବ ଉପରେ ବିଚାର କରି ମୁଁ ଏହାକୁ ଅସ୍ୱିକାର କରିଛି।’ ବର୍ତ୍ତମାନର ଆଟର୍ଣ୍ଣି ଜେନେରାଲ ଭେନୁଗୋପାଳଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୩୦ରେ ଶେଷ ହେଉଛି। ୨୦୨୦ରେ ସେ ଏହି କାର୍ଯ୍ୟରୁ ଇସ୍ତଫା ଦେବାକୁ ଚାହୁଁଥିଲେ। କିନ୍ତୁ କେନ୍ଦ୍ର ସରକାର ତାଙ୍କୁ ଆଉ ଏକ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ସରକାର ତାଙ୍କୁ ଆଉ ଏକ କାର୍ଯ୍ୟକାଳ ଜାରି ରଖିବାକୁ କହିଥିଲେ। ଯାହା ମାତ୍ର ଦୁଇ ବର୍ଷ ପର୍ଯ୍ୟନ୍ତ ଥିଲା।

ମୁକୁଲ ରୋହତଗୀ ତାଙ୍କ ପେଶାଦାର ଜୀବନ କାଳରେ ଅନେକ ହାଇପ୍ରୋଫାଇଲ କେସ୍ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟରେ ଲଢିଛନ୍ତି। ଏଥିରେ ଗୁଜୁରାଟ ଦଙ୍ଗା ମାମଲାରେ ସେ ଗୁଜରାଟ ସରକାରଙ୍କ ତରଫରୁ ଲଢୁଥିଲେ। ନିକଟରେ ସେ ଶାହରୁଖ ଖାନ୍‌ଙ୍କ ପୁଅ ଆର‌୍ୟାନ୍ ଖାନ୍‌ଙ୍କ କ୍ରୁଜ୍ ଡ୍ରଗ୍ କେସ୍ ପାଇଁ ମଧ୍ୟ କେସ୍ ଲଢିଥିଲେ।

ଆଟର୍ଣ୍ଣି ଜେନେରାଲ୍ କିଏ?

ଭାରତ ସରକାରରେ ଆଟର୍ଣ୍ଣି ଜେନେରାଲ୍ ପଦବୀ ଗୁରୁତ୍ୱପୁର୍ଣ୍ଣ ଅଟେ। ଆଟର୍ଣ୍ଣି ଜେନେରାଲ୍ ଭାରତ ସରକାରଙ୍କ ମୁଖ୍ୟ ଆଇନ୍ ପରାମର୍ଷଦାତା ଭୁମିକାରେ କାର୍ଯ୍ୟ କରନ୍ତି ଏବଂ ଆଇନ୍ ସମ୍ବନ୍ଧୀୟ ମାମଲାରେ କେନ୍ଦ୍ର ସରକାରଙ୍କୁ ପରାମର୍ଷ ଦିଅନ୍ତି। ଆଟର୍ଣ୍ଣି ଜେନେରାଲ୍‌ଙ୍କ ନିଯୁକ୍ତି ଭାରତ ସରକାରଙ୍କ ପରାମର୍ଷ କ୍ରମେ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ହୁଅନ୍ତି।