fbpx

କିଏ ହେବ ମୋ ଘଣ୍ଟିକିଆ Boy Friend: ବଜାରକୁ ଆସିଗଲା ସ୍ପେଶାଲ ଆପ୍, ଆଜିଠାରୁ ଲାଇଫ୍ ଖାଲି ରଙ୍ଗୀନ୍ ରଙ୍ଗୀନ୍

ନୂଆଦିଲ୍ଲୀ: ଆଜିକାଲିର ଅଧିକାଂଶ ଯୁବପୀଢ଼ି ସଂଘର୍ଷମୟ ଜୀବନ ଅପେକ୍ଷା ଖୁସିକୁ ବେଶି ଗୁରୁତ୍ୱ ଦେଉଛନ୍ତି । ଆଧୁନିକ ଯୁଗର ପୁଅ, ଝିଅମାନେ କମ୍ ବୟସରୁ ଏକ ଭିନ୍ନ ଲାଇଫଷ୍ଟାଇଲକୁ ଆପଣାଉଥିବା ଦେଖାଯାଉଛି । ବଡ଼ ବଡ଼ ସହରରେ ଯୁବକ, ଯୁବତୀମାନେ ନିଜ ଜୀବନରୁ ବୋରିଂକୁ ଦୂରେଇବା ପାଇଁ ସାଥୀଟିଏ ଖୋଜିଥାନ୍ତି । ତେବେ ଆପଣ ଯଦି ନିଜ ଜୀବନକୁ ଉପଭୋଗ କରିବାକୁ ଚାହୁଁଥାନ୍ତି, ତେବେ ଆପଣଙ୍କ ଅତି ସହଜରେ ନିଜ ମନ ମୁତାବକ ସାଥୀଟିଏ ପାଇପାରିବେ ।

ଯଦି ଆପଣ ଜଣେ ଝିଅ ଓ ଆପଣ ନିଜ ଲାଇଫକୁ ମଜାଦାର କରିବାକୁ ଚାହୁଁଥାନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ଖାସ୍ ଖବର । ଆପଣ ନିଜର ମନକୁ ହାଲୁକା କରିବା ପାଇଁ ଭଡ଼ାରେ ଭୟଫ୍ରେଣ୍ଡ କରିପାରିବେ । ଏକଥାଟି ଆପଣଙ୍କୁ ଅଜବ ଲାଗୁଥିଲେ ମଧ୍ୟ କଥାଟି ସତ । ନିକଟରେ ବେଙ୍ଗାଲୁରୁର ଇଞ୍ଜିନିୟରମାନେ ଏପରି ଏକ ଆପ୍ ବାହାର କରିଛନ୍ତି । ଏହି ଆପ୍ ନାମ ହେଉଛି ‘ଟୟବଏ’ । ଏହା ମାଧ୍ୟମରେ ଆପଣମାନେ ଭଡ଼ାରେ ବୟଫ୍ରେଣ୍ଡ ବାଛି ପାରିବେ । ଆପଣ ‘ଟୟବଏ’ର ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲକୁ ଯାଇ ୧ ଘଣ୍ଟା ପାଇଁ ବୟଫ୍ରେଣ୍ଡ ପାଇପାରିବେ ।

ତେବେ ସବୁଠାରୁ ମୁଖ୍ୟ କଥା ହେଉଛି, ଯଦି ଆପଣ ବେଙ୍ଗାଲୁରୁରେ ରହୁଥିବେ, ତେବେ ଏହି ସୁଯୋଗର ଫାଇଦା ଉଠାଇ ପାରିବେ । ଦେଶର ସିଲିକନ୍ ଭ୍ୟାଲି କୁହାଯାଉଥିବା ବେଙ୍ଗାଲୁରୁର ଚାକଚକ୍ୟ, ଆଧୁନିକ ପରିପାଟ୍ଟୀ, ନାଇଟ୍ ଲିଭିଂ ଷ୍ଟାଇଲ ସମସ୍ତଙ୍କୁ ଆକୃଷ୍ଟ କରିଥାଏ । ଏଭଳି ବଡ଼ ସହରରେ ଦିନ ଓ ରାତି ମଧ୍ୟରେ କିଛି ଫରକ ନଥାଏ । ତେଣୁ ସେଠାରେ ଏକାକୀ ରହିବା ଯୁବପୀଢ଼ୀଙ୍କ ପାଇଁ ଏତେ ସହଜସାଧ୍ୟ ହୋଇନଥାଏ । ପୁଅଝିଅଙ୍କ କିଛି ସମସ୍ୟାକୁ ଦୂର କରିବାରେ ଏହି ଆପ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.