fbpx

ଓଡ଼ିଆ ଅଧ୍ୟାପକଙ୍କୁ ମାନିବାକୁ ପଡ଼ିବ: BAରେ ମାଲପ୍ରାକ୍ଟିସରେ ଧରାପଡ଼ିଲେ: ଜାଲ MA ସାର୍ଟିଫିକେଟରେ ଚାକିରି କଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷାଗତ ଯୋଗ୍ୟତା ନଥାଇ ପାଠ ପଢ଼ାଉଥିବା ଜଣେ ଅଧ୍ୟାପକ ଧରାପଡ଼ିଛନ୍ତି । ଏହି ଅଧ୍ୟାପକ ଜଣଙ୍କ ବିଏ ପରୀକ୍ଷାରେ ମାଲପ୍ରାକ୍ଟିସ ହୋଇଥିବା ବେଳେ ଜାଲ ସାର୍ଟିଫିକେଟ ଦେଇ ସେ ଚାକିରି ପାଇଥିବା ଜଣାପଡ଼ିଛି । ପୁରୀ ଜିଲ୍ଲାର ଏକ ସ୍ନାତକ ମହାବିଦ୍ୟାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଜଣେ ଓଡ଼ିଆ ଅଧ୍ୟାପକ ବିଏ ପାସ କରିନଥିଲେ ହେଁ ଏମଏ ପାସ୍ ସାର୍ଟିଫିକେଟ ଦେଇ ଦୀର୍ଘଦିନ ଧରି ଚାକିରି କରିଆସୁଥିଲେ ।

ତେବେ ଅଧ୍ୟାପକ ଜଣଙ୍କ ଜାଲ ସାର୍ଟିଫିକେଟ ବଳରେ ନିଯୁକ୍ତି ପାଇଥିବା ସୂଚନା ଅଧିକାର ବଳରେ ପର୍ଦ୍ଦାଫାସ ହୋଇଛି । ଉକ୍ତ ଅଧ୍ୟାପକ ଜଣଙ୍କ ଖୋର୍ଦ୍ଧାର ଏକ ମହାବିଦ୍ୟାଳୟରେ ୧୯୯୧-୯୨ରେ ବିଏ ଫାଇନାଲ ପରୀକ୍ଷାରେ ମାଲପ୍ରାକ୍ଟିସରେ ଧରାପଡ଼ିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ୧୯୯୪ରେ ସେ ଏମଏ ପାସ ସାର୍ଟିଫିକେଟ ଦାଖଲ କରି ଚାକିରି ପାଇଥିଲେ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଉକ୍ତ ଅଧ୍ୟାପକ ଜଣଙ୍କ ପ୍ରୋଭିଜନାଲ ସାର୍ଟିଫିକେଟ ଓ ମାର୍କଶିଟ ପାଇଲେ କିପରି ଆଉ ନାମ ଲେଖାଇଲେ କିପରି । ଅନ୍ୟପକ୍ଷରେ ଖୋର୍ଦ୍ଧାର ଉକ୍ତ କଲେଜରୁ ଅଧ୍ୟାପକଙ୍କୁ କୌଣସି ସାର୍ଟିଫିକେଟ ପ୍ରଦାନ କରାଯାଇନଥିବା ସ୍ପଷ୍ଟ କରାଯାଇଛି । ତେବେ ଏହି କାଣ୍ଡ ପଛରେ ରାଜ୍ୟର ଏକ ବଡ଼ ବିଶ୍ୱବିଦ୍ୟାଳୟର କୌଣସି ବ୍ୟକ୍ତି ସାମିଲ ଥିବା ସନ୍ଦେହ କରାଯାଉଛି । ତେବେ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.