fbpx

ଅନେକ ରୋଗର କାରଣ ହୋଇପାରେ ପ୍ଲାଷ୍ଟିକ୍ ବୋତଲରେ ପାଣି ପିଇବା: ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ଅନେକ ସମୟରେ ଆମେ ଅଫିସ୍ କିମ୍ବା ୱାର୍କଆଉଟ୍ ରେ ଯିବା ସମୟରେ ପ୍ଲାଷ୍ଟିକ୍ ବୋତଲରେ ପାଣି ନେଇ ଯାଇଥାଉ । ଅନେକ ସ୍ଥାନରେ ପାଣି ପିଇବା ପାଇଁ ପ୍ଲାଷ୍ଟିକ୍ ଗ୍ଲାସର ବ୍ୟବହାର କରାଯାଇଥାଏ । କିନ୍ତୁ ବିଶେଷଙ୍କ ଅନୂଯାୟୀ ପ୍ଲାଷ୍ଟିକ୍ ଏକ ପଲିମର ଅଟେ । ପ୍ଲାଷ୍ଟିକ୍ କାର୍ବନ୍, ହାଇଡ୍ରୋଜେନ୍ ଅକ୍ସିଜେନ୍ ଏବଂ କ୍ଲୋରାଇଡର ମିଶ୍ରଣରେ ତିଆରି ହୋଇଥାଏ । ଏହା ବ୍ୟତୀତ ପ୍ଲାଷ୍ଟିକ୍ ରେ ଅନ୍ୟ କିଛି କେମିକାଲ ମଧ୍ୟ ମିଶାଯାଇଥାଏ ଯାହା ଆମ ଶରୀର ପାଇଁ ଅନେକ କ୍ଷତିକାରକ । ଡାକ୍ତରଙ୍କ ଅନୂଯାୟୀ ଯଦି କେମିକାଲ ଏବଂ ପଲିମରରେ ଥିବା ତତ୍ତ୍ୱ ଆମ ଶରୀରକୁ ଯିବେ ତେବେ ଏହାଦ୍ୱାରା ଆମକୁ ଅନେକ ରୋଗ ହୋଇପାରେ ।

ବିଶେଷଜ୍ଞ କହିଛନ୍ତି ଯେ ଯଦି ପ୍ଲାଷ୍ଟିକ୍ ବୋତଲରେ ଅଧିକ ସମୟ ପାଣି ରଖାଯାଏ । ପରେ ମନୁଷ୍ୟ ତାକୁ ପିଉଛି, ତେବେ ଏହାଦ୍ୱାରା ଅନେକ ଗମ୍ଭୀର ରୋଗ ହୋଇପାରେ । କହିରଖୁଛୁ ଏହାଦ୍ୱାରା ପୁରୁଷଙ୍କଠାରେ ହର୍ମୋନାଲ ଅସନ୍ତୁଳନତା ଦେଖାଯାଇପାରେ । ଏହା ବ୍ୟତୀତ ସ୍ପର୍ମ କାଉଣ୍ଟ ମଧ୍ୟ ହ୍ରାସ ହୋଇପାରେ । ଲିଭର ଖରାପ ହୋଇପାରେ । କେବଳ ସେତିକି ନୁହେଁ ମହିଳାଙ୍କ ଠାରେ ବ୍ରେଷ୍ଟ କ୍ୟାନ୍ସରର ବିପଦ ସୃଷ୍ଟି କରିପାରେ । ଯାହା ବିଷୟରେ ଲୋକଙ୍କୁ ଜାଗ୍ରତ ହେବା ବହୁତ ଜରୁରୀ ହୋଇଥାଏ ।

ତେବେ ଏମିତିରେ ଆପଣ ଯଥାସମ୍ଭବ ପ୍ଲାଷ୍ଟିକ୍ ବୋତଲରେ ପାଣି ପିଇବାଠାରୁ ଦୂରେଇ ରହିବା ଦରକାର । ପ୍ଲାଷ୍ଟିକ୍ ବୋତଲ ବଦଳରେ ତମ୍ବାର ବ୍ୟବହାର କରିପାରିବେ । ଡାକ୍ତରମାନେ ମଧ୍ୟ ଏହାକୁ ବେଶ୍ ଉପାଦେୟ ବୋଲି କହିଛନ୍ତି ।

Get real time updates directly on you device, subscribe now.