fbpx

ଏହି ସ୍ଥାନରୁ ପେଟ୍ରୋଲ-ଡିଜେଲ ନେଲେ ପଡିବ ମହଙ୍ଗା: ଅର୍ଥ ମନ୍ତ୍ରଣାଳୟ ଜାରି କଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷର ବଜେଟ୍ ଉପସ୍ଥାପନ କରୁଥିବାବେଳେ ଘୋଷଣା କରିଥିଲେ ଯେ, ଅବ୍ୟବହୃତ ପେଟ୍ରୋଲ କିମ୍ବା ଡିଜେଲ ଉପରେ ଅଧିକ ଟ୍ୟାକ୍ସ ଲାଗୁ କରାଯିବ । ଏଥିପାଇଁ କମ୍ପାନୀମାନଙ୍କୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା, କିନ୍ତୁ ଡେଡଲାଇନ୍ ଶେଷ ହେବା ଦିନ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା । ଏଥିରେ କୁହାଯାଇଛି ଯେ, ଗ୍ରାହକଙ୍କୁ ଏକ ନିର୍ଦ୍ଦିଷ୍ଟ ପ୍ରକାରର ପେଟ୍ରୋଲ ଏବଂ ଡିଜେଲ କିଣିବା ପାଇଁ ଅଧିକ ପେମେଣ୍ଟ କରିବାକୁ ପଡିବ । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର…

ପେଟ୍ରୋଲ ସହିତ ଯଦି ଇଥାନଲକୁ ମିଶାଯାଏ, ତେବେ ଏହାକୁ ମିଶ୍ରିତ ଇନ୍ଧନ କୁହାଯାଏ । ଇଥାନଲ ହେଉଛି ଏକ ବାୟୋ ଇନ୍ଧନ, ଯାହା ଜଳିବା ସମୟରେ ପରିବେଶକୁ କ୍ଷତି ପହଞ୍ଚିନଥାଏ । ଏହି ଇନ୍ଧନକୁ ପ୍ରଚାରରେ ଆଣିବା ପାଇଁ ଭାରତ ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି । ଏହି କାରଣରୁ ସରକାର ଅକ୍ଟୋବର ୨ ତାରିଖରୁ ବିନା ଇଥାନଲ ଥିବା ପେଟ୍ରୋଲ ଉପରେ ଟ୍ୟାକ୍ସ ଲଗାଇବାକୁ ଯାଉଥିଲେ । କିନ୍ତୁ ବର୍ତ୍ତମାନ ସରକାର ଏହାର ସମୟସୀମାକୁ ନଭେମ୍ବର ୧କୁ ବୃଦ୍ଧି କରିଛନ୍ତି । ଅର୍ଥାତ୍ ଏହି ଦିନଠାରୁ ବିନା ଇଥାନଲ ପେଟ୍ରୋଲ ଲିଟର ପିଛା ୨ ଟଙ୍କା ମହଙ୍ଗା ହେବ । ଯଦି ଆପଣ ୧ ନଭେମ୍ବର କିମ୍ବା ଏହା ପରେ କୌଣସି ପେଟ୍ରୋଲ ପମ୍ପରେ ପେଟ୍ରୋଲ ଭରନ୍ତି, ତେବେ ବିନା ଇଥାନଲର ପେଟ୍ରୋଲ ଆପଣଙ୍କୁ ମହଙ୍ଗା ପଡିବ ।

ଚଳିତ ବର୍ଷ ବଜେଟ୍ ଉପସ୍ଥାପନ କରୁଥିବାବେଳେ ଡିଜେଲ ଉପରେ ୨ ଟଙ୍କା ଅଧିକ ଟିକସ ଆଦାୟ କରିବାକୁ ଘୋଷଣା କରାଯାଇଛି । ଏହାପାଇଁ ମଧ୍ୟ ଶେଷ ତାରିଖ ଅକ୍ଟୋବର ୧ ଥିଲା । କିନ୍ତୁ ବର୍ତ୍ତମାନ ସରକାର ଏହାର କାର୍ଯ୍ୟକାଳ ୧ ଏପ୍ରିଲ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ବର୍ତ୍ତମାନ ସରକାର ଲିଟର ପିଛା ୪୦ ୧.୪୦ ହାରରେ ପେଟ୍ରୋଲ ଉପରେ ମୌଳିକ ଏକ୍ସାଇଜ୍ ଡ୍ୟୁଟି ଆଦାୟ କରୁଛନ୍ତି । ନଭେମ୍ବର ୧ ରୁ ବିନାେ ଇଥାନଲ କିମ୍ବା ମିଥାନୋଲ ପେଟ୍ରୋଲ ପ୍ରତି ଲିଟର ପିଛା ୪୦ ୩.୪୦ ହାରରେ ଟିକସ ଦିଆଯିବ ।

Get real time updates directly on you device, subscribe now.