fbpx

ସ୍କାନ ଆଣ୍ଡ୍ ପେ ଫିଚର ଲଞ୍ଚ କଲା CRED: ପାର୍ଟନର ମର୍ଚ୍ଚାଣ୍ଟ ଉପରେ ମିଳିବ ୨ ଗୁଣା ରିୱାର୍ଡ ପଏଣ୍ଟ…

ନୂଆଦିଲ୍ଲୀ: କ୍ରେଡିଟ୍ କାର୍ଡ ପେମେଣ୍ଟ ପ୍ଲାଟଫର୍ମ କ୍ରେଡ୍ (CRED) ଏବେ ୟୁଜର୍ସଙ୍କୁ ସ୍କାନ ଏବଂ ୟୁପିଆଇ ଟ୍ରାଞ୍ଜାକ୍ସନ ସୁବିଧା ଉପଲବ୍ଧ କରାଇବ କ୍ରେଡ୍ କହିଛି ଯେ ଏହାଦ୍ୱାରା ୟୁଜରଙ୍କୁ ବ୍ରାଣ୍ଡ୍ସ ଉପରେ ଡିଲ୍ସ ଏବଂ ଟ୍ରାଞ୍ଜାକ୍ସନ ଉପରେ କ୍ୟାସବ୍ୟାକ୍ ସହ ସହଭାଗିତା ପାର୍ଟନର ମର୍ଚ୍ଚାଣ୍ଟଙ୍କୁ କରାଯାଇଥିôବା ପେମେଣ୍ଟ ଉପରେ ୨ଗୁଣା ରିୱାର୍ଡ ପଏଣ୍ଟ ମିଳିବ ଖାସ କଥା ହେଉଛି ଯେ କ୍ରେଡ୍ ଅନ୍ୟ ଅଫରିଂ ଭଳି ୟୁପିଆଇ ଜରିଆରେ ସ୍କାନ୍ ଏବଂ ପେ ସୁବିଧା ମଧ୍ୟ ୭୫୦ ରୁ ଅଧିକ କ୍ରେଡିଟ୍ ସ୍କୋର ଥିବା ଲୋକଙ୍କୁ ହିଁ ଉପଲବ୍ଧ ହେବ ଏହାଦ୍ୱାରା କ୍ରେଡ୍ ପାଇଁ ଇନଆପ୍ ଟ୍ରାଞ୍ଜାକ୍ସନ ବଢ଼ିବା ଅନୁମାନ କରାଯାଉଛି କମ୍ପାନୀ ମୁଖପାତ୍ର କହିଛନ୍ତି ଯେ ଏହି କ୍ୟାସବ୍ୟାକକୁ ୟୁଜର୍ସଙ୍କ ବ୍ୟାଙ୍କ ଆକାଉଣ୍ଟରେ ନୁହେଁ ବରଂ କ୍ରେଡ୍ ବାଲାନ୍ସରେ ଦିଆଯିବ ଯେତେବେଳେକି ରିୱାର୍ଡସ କଏନ୍ କିମ୍ବା କ୍ରେଡ୍ ଜେମ୍ସ ଭାବରେ ଦିଆଯିବ

ସୂଚନାଯୋଗ୍ୟ, ଡିଜିଟାଲ ୱାଲଟେ ଫ୍ରିଚାର୍ଜର କୋଫାଉଣ୍ଡର କୁଣାଲ ଶାହ ୨୦୧୮ ରେ ଏକ ନୂଆ ଷ୍ଟାର୍ଟଅପ୍ କ୍ରେଡ୍ ଲଞ୍ଚ କରିଥିଲେ ଏହି ଆପ୍ ଯୋଗେ ଯଦି ଆପଣ ଆପଣଙ୍କ କ୍ରେଡିଟ୍ କାର୍ଡ ବିଲ୍ ପୈଠ କରୁଛନ୍ତି ତେବେ ଆପଣଙ୍କୁ କ୍ୟାସବ୍ୟାକ୍ ବ୍ୟତୀତ ଅନେକ ରିୱାର୍ଡ ମିଳିଥାଏ ଏହି ଆପରେ ଆପଣ ଯେତିକି ଟଙ୍କାର କ୍ରେଡିଟ୍ କାର୍ଡର ବିଲ୍ ପୈଠ କରୁଛନ୍ତି ଆପଣ ସେତିକି ଟଙ୍କାର କ୍ରେଡ୍ କଏନ ପାଇପାରିବେ ଏହା ସହ ଭିନ୍ନ ଭିନ୍ନ କମ୍ପାନୀରୁ ମାଗଣା କିମ୍ବା ଡିସ୍କାଉଣ୍ଟ ରିୱାର୍ଡ ମଧ୍ୟ ପାଇପାରିବେ ଏହା ସହ କ୍ରେଡ୍ କଏନକୁ ରିଡିମ କରି କ୍ୟାସବ୍ୟାକ୍ ପାଇପାରିବେ ଉଦାହରଣ ପାଇଁ ଯଦି ଆପଣ ଏହି ଆପରୁ ୨୦ ହଜାର ଟଙ୍କାର କ୍ରେଡିଟ୍ କାର୍ଡ ବିଲ୍ ପୈଠ କରୁଛନ୍ତି ତେବେ ଆପଣଙ୍କୁ ୨୦ ହଜାର କ୍ରେଡ୍ କଏନ ମିଳିବ

 

କ୍ରେଡରେ ଏବେ କ୍ରେଡିଟ୍ କାର୍ଡ କିମ୍ବା ୟୁପିଆଇରେ ଘରଭଡ଼ା ଦେବା ସୁବିଧା ମଧ୍ୟ ରହିଛି ଏହା ବ୍ୟତୀତ କ୍ରେଡ୍ କ୍ୟାସ୍ ଜରିଆରେ ଲୋନ୍ ମଧ୍ୟ ନେଇପାରିବେ ଏହି ଆପ୍ ରେ ଆପଣ ଏଜୁକେସନ ଫିସ୍ ବି ଭରିପାରିବେ ନିକଟରେ କମ୍ପାନୀ ଏହାର ୟୁଜର୍ସଙ୍କ ପାଇଁ କ୍ରେଡ୍ ମିଣ୍ଟ ନାମକ ଏକ ପିଟୁପି ଲେଣ୍ଡିଂ (P2P Lending) ଫିଚର ଲଞ୍ଚ କରିଛି ଏହି ଫିଚର ଦ୍ୱାରା କ୍ରେଡ ମେମ୍ବର ଅନ୍ୟ କ୍ରେଡ୍ ମେମ୍ବରଙ୍କୁ କରଜ ନେଇ ପ୍ରତିଶତ ପର୍ଯ୍ୟନ୍ତ ବାର୍ଷିକ ଆୟ କମାଇପାରିବେ

Get real time updates directly on you device, subscribe now.