fbpx

କାହିଁକି ଟଏଲେଟ ଫ୍ଲାଶରେ ଥାଏ ଦୁଇଟି ବଟନ? କେହି ଜାଣିନଥିବେ ଏହାର ଉତ୍ତର…

ଆଜିକାଲି ପ୍ରାୟ ଲୋକ ଘରେ ୱେଷ୍ଟର୍ଣ୍ଣ ଟଏଲେଟ ବ୍ୟବହାର କରୁଥିବାର ଦେଖାଯାଉଛି । କେବଳ ଘରେ ନୁହେଁ, ଶପିଙ୍ଗ ମଲରୁ ଆରମ୍ଭ କରି ସ୍କୁଲ ଏବଂ ଅନ୍ୟାନ୍ୟ ସ୍ଥାନମାନଙ୍କରେ ଏହାର ବ୍ୟବହାର ହେଉଛି । ତେବେ ଏହି ଟଏଲେଟର ଫ୍ଲାଶରେ ଦୁଇଟି ବଟନ ରହିଥିବାର ଆପଣ ଦେଖିଥିବେ । ଗୋଟିଏ ବଡ ବଟନ ଥାଏ ଏବଂ ଆଉ ଏକ ଛୋଟ ବଟନ ଥିବା ଦେଖାଯାଏ । ତେବେ କାହିଁକି ଏହି ଦୁଇଟି ବଟନ ଥାଏ? କେବେ ଏହି ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କରିଛନ୍ତି କି? ଆସନ୍ତୁ ଜାଣିବା ଏହାର କାରଣ ।

ଟଏଲେଟ ଫ୍ଲାଶରେ ଦୁଇଟି ବଟନ ଦେବାର କାରଣ ହେଉଛି ଜଳ ସଂରକ୍ଷଣ । ପାଣି ବଞ୍ଚାଇବା ପାଇଁ ଏଥିରେ ୨ଟି ଫ୍ଲାଶ ଦିଆଯାଇଥାଏ । ଏହାପୂର୍ବରୁ ସିଙ୍ଗଲ ଫ୍ଲାଶରେ ହଜାର ଲିଟର ପାଣି ଟଏଲେଟରେ ବହି ଯାଉଥିଲା । କିନ୍ତୁ ଏବେ ବାର୍ଷିକ ୨ ହଜାର ଲିଟର ପାଣି ବଞ୍ଚାଉଛି ଏହି ଡବଲ ଫ୍ଲାଶ କନସେପ୍ଟ । ମଡର୍ଣ୍ଣ ଟଏଲେଟରେ ୨ ପ୍ରକାରର ବଟନ ରହିଥାଏ, ଏବଂ ଉଭୟ ଗୋଟିଏ ଏକଜିଟ ଭାଲବ ସହ ଯୋଡି ହୋଇଥାଏ । ବଡ ବଟନକୁ ପ୍ରେସ କରିବା ଦ୍ୱାରା ପାଖାପାଖି ୬ ଲିଟର ପାଣି ବାହାରୁଥିବା ବେଳେ ଛୋଟ ବଟନ ପ୍ରେସ କରିବା ଦ୍ୱାରା ୩ରୁ ୪.୫ ଲିଟର ପାଣି ନିର୍ଗତ ହୋଇଥାଏ ।

ଡୁଆଲ ଫ୍ଲାଶ କନସେପ୍ଟ ବିଷୟରେ ପ୍ରଥମେ ଆମେରିକାର ଭିକ୍ଟର ପେପନେକ ଚିନ୍ତା କରିଥିଲେ । ଯଦି ଗୋଟିଏ ଘରୁ ସିଙ୍ଗଲ ଫ୍ଲାଶ ବଦଳରେ ଡବଲ ଫ୍ଲାଶିଙ୍ଗ ବ୍ୟବହାର କରାଯାଏ, ତେବେ ବାର୍ଷିକ ପ୍ରାୟ ୨୦ ହଜାର ଲିଟର ପାଣି ସଞ୍ଚୟ କରାଯାଇପାରିବ । ତେବେ ଏହାକୁ ଇନଷ୍ଟଲ କରିବା ପାଇଁ ସିଙ୍ଗଲ ଫ୍ଲାଶ ଅପେକ୍ଷା ସାମାନ୍ୟ ଅଧିକ ଖର୍ଚ୍ଚ ପଡିପାରେ, କିନ୍ତୁ ଏହାଦ୍ୱାରା ଆପଣଙ୍କ ପାଣି ବିଲ୍ ଖୁବ କମ୍ ହୋଇପାରେ ।

Get real time updates directly on you device, subscribe now.