fbpx

TATA ର ଏହି କାର୍ ଉପରେ ଖାସ୍ ଅଫର ଦେଉଛି SBI: ଏମିତି କରନ୍ତୁ ବୁକ୍…

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ୍ ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (SBI) ପାର୍ବଣ ଋତୁରେ ବଢ଼ିଆ ଅଫର୍ ଆଣିଛି । ବ୍ୟାଙ୍କ୍ ଟାଟା ମୋଟର୍ସ (TATA Motors)ର କାର କିଣିବା ଉପରେ ଛାଡ଼ ଦେଉଛି । ଯଦି ଆପଣ ଏହି ମାସରେ କାର୍ କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହି ଅଫରର ଲାଭ ଉଠାଇପାରିବେ । ଏସବିଆଇ ଟାଟାର ପ୍ରିମିୟମ ହ୍ୟାଚବ୍ୟାକ୍ କାର୍ ଅଲଟ୍ରୋଜ୍ ପାଇଁ ଏହି ସ୍କିମ୍ ଆଣିଛି । ଏସବିଆଇ ଏହି କାର ଉପରେ କ୍ୟାସ୍ ଡିସ୍କାଉଣ୍ଟ ଅଫର ଦେଉଛି । ଅବଶ୍ୟ ଏହାର ଲାଭ ଉଠାଇବା ପାଇଁ କାରର ବୁକିଂ ପାଇଁ ୟୋନୋ ଆପ୍ ଦ୍ୱାରା କରିବାକୁ ପଡ଼ିବ । ଏନେଇ ବ୍ୟାଙ୍କ୍ ଟ୍ୱିଟ୍ କରି ସୂଚନା ଦେଇଛି ।

ଆଲଫା ଆର୍କିଟେକଚର ଏବଂ ଏକ କମ୍ପ୍ରେସିଭ୍ ସେଫ୍ଟୀ ସିଷ୍ଟମ ଖଚିତ ଅଲ୍ଟରୋଜକୁ ୫-ଷ୍ଟାର ସେଫ୍ଟି ରେଟିଂ ମିଳିଛି । ଅଲ୍ଟ୍ରୋଜରେ ହରମନ ଇନଫୋଟେନମେଣ୍ଟ ସିଷ୍ଟମ ସହ ୧୭.୭୮ ସେମିର ଏକ ଟଚସ୍କ୍ରିନ ଇଣ୍ଟରଫେସ୍ ଏବଂ ଏକ ଉକ୍ରୃଷ୍ଟ ସାଉଣ୍ଡ ସିଷ୍ଟମ ରହିଛି । କମ୍ପାନୀ ଏହି କାରର ତିନିଟି ମଡେଲ ଲଞ୍ଚ କରିଛି । ଯେଉଁଥିରେ ୧.୨ ଲିଟର ପେଟ୍ରୋଲ ଇଞ୍ଜିନ୍ ୮୬ ଏଚପିର ମ୍ୟାକ୍ସ ପାୱାର,୧୧୩ ଏନଏମର ପୀକ୍ ଟର୍କ ଜେନେରେଟ୍ କରିଥାଏ । ଆଉ ଏକ ମଡେଲ ୧.୨ ଲିଟର ଟର୍ବୋ-ପେଟ୍ରୋଲ ଇଞ୍ଜିନ ୧୧୦ ଏଚପିର ମ୍ୟାକ୍ସ ପାୱାର, ୧୪୦ ଏନଏମ ର ପିକ୍ ଟର୍କ ଏବଂ ସେହପରି ତୃତୀୟ ୧.୫ ଲିଟରର ଡିଜେଲ ଇଞ୍ଜିନ ମଡେଲ ୯୦ ଏଚପିର ମ୍ୟାକ୍ସ ପାୱାର, ୨୦୦ ଏନଏମର ପୀକ୍ ଟର୍କ ଉତ୍ପନ୍ନ କରିଥାଏ ।

ଏସବିଆଇ ୟୋନୋ ଆପରୁ କାର ବୁକିଂ କଲେ ୩୦୦୦ ଟଙ୍କାର ଡିସ୍କାଉଣ୍ଟ ମିଳିବ । ଏସବିଆଇ ୧୦୦ ପ୍ରତିଶତ ଫାଇନାନ୍ସ ମଧ୍ୟ ଉପଲବ୍ଧ କରାଉଛି । ଏହି ଅଫରର ଲାଭ ଉଠାଇବା ପାଇଁ ଆପଣଙ୍କୁ ଏସବିଆଇ ୟୋନୋ ଆପ୍ ଦ୍ୱାରା କରିବାକୁ ପଡ଼ିବ । ତେବେ ପାର୍ବଣ ଋତୁରେ ଆପଣ ଏସବିଆଇର ୟୋନୋ ଆପ୍ ରୁ ଟାଟା ଅଲ୍ଟରୋଜ ବୁକିଂ କରି ବଢ଼ିଆ ଅଫରର ଲାଭ ଉଠାଇପାରିବେ ।

Get real time updates directly on you device, subscribe now.