fbpx

DA ବଢ଼ିଲା, ଏବେ HRA ବଢ଼ିବ! କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ଡବଲ୍ ଇଞ୍ଜିନ୍ ବେନିଫିଟ୍

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ୪ ପ୍ରତିଶତ ବୃଦ୍ଧି ପାଇଥିଲା । ଏହାଫଳରେ କର୍ମଚାରୀମାନେ ଏବେ ମୋଟ ୩୮ ପ୍ରତିଶତ ଡିଏ ପାଇବେ । ତେବେ ଡିଏ ବଢ଼ିବା ପରେ ଏବେ ହାଉସିଂ ରେଣ୍ଟ ଆଲାଉନ୍ସ (ଏଚଆରଏ) ବଢ଼ିବା ନେଇ ଚର୍ଚ୍ଚା ଜୋର ଧରିଛି । ଗତ ୨୦୨୧ରେ କେନ୍ଦ୍ର ସରକାର ଏଚଆରଏ ବୃଦ୍ଧି କରିଥିଲେ । ତେବେ ଡିଏ ବୃଦ୍ଧି ହିସାବରେ ଏଚଆରଏ ବଢ଼ିବ ବୋଲି ଅନୁମାନ କରାଯାଉଛି ।

ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବା ବେଳେ ଏହି ଅବସରରେ କେନ୍ଦ୍ର କର୍ମଚାରୀଙ୍କୁ ଡିଏ ଗିଫ୍ଟ ମିଳିଛି । ତେବେ ମିଡ଼ିଆ ରିପୋର୍ଟ ମୁତାବକ, କର୍ମଚାରୀଙ୍କୁ ଖୁବଶୀଘ୍ର ଏଚଆରଏ ବୃଦ୍ଧି ଉପହାର ମିଳିପାରେ । ପୂର୍ବରୁ ଡିଏ ବୃଦ୍ଧି ପରେ ଏଚଆରଏ ବୃଦ୍ଧି ହେଉଥିବାର ଉଦାହରଣ ରହିଥିବାରୁ ଏବେ ସେନେଇ ଆଶା କରାଯାଉଛି । ତେବେ ଏଚଆରଏ ବଢ଼ିବା ପରେ କର୍ମଚାରୀଙ୍କ ସାଲାରି ମଧ୍ୟ ବୃଦ୍ଧି ହୋଇଯିବ ।

ଯଦି କେନ୍ଦ୍ର ସରକାର ଏଚଆରଏ ବୃଦ୍ଧି କରନ୍ତି, ତେବେ କର୍ମଚାରୀଙ୍କୁ ପୂଜା ଅବସରରେ ଡବଲ୍ ବେନିଫିଟ୍ ମିଳିବ । କେନ୍ଦ୍ର କ୍ୟାବିନେଟ ଯେପରି ଭାବେ ଡିଏ ନିଷ୍ପତ୍ତି ନେଇଥିଲା, ଅନୁରୂପ ଭାବେ ଏଚଆରଏକୁ ନେଇ ମଧ୍ୟ ନିଷ୍ପତ୍ତି ନେଇପାରେ । ତେବେ ସରକାରୀ କର୍ମଚାରୀ ଯେଉଁମାନେ ‘ଏକ୍ସ’ କ୍ୟାଟୋଗୋରୀ ସହରରେ ରହୁଛନ୍ତି, ସେମାନଙ୍କର ଏଚଆରଏ ୪ରୁ ୫ ପ୍ରତିଶତ ବଢ଼ିପାରେ । ବର୍ତ୍ତମାନ ଏହି ବର୍ଗର ସହରବାସୀଙ୍କୁ ବେସିକ ସାଲାରି ଉପରେ ୨୭ ପ୍ରତିଶତ ଏଚଆରଏ ମିଳୁଛି । ସେହପରି ‘ୱାଇ’ କ୍ୟାଟେଗୋରୀ ସହରରେ ରହୁଥିବା କର୍ମଚାରୀଙ୍କ ଏଚଆରଏ ୨ ପ୍ରତିଶତ ଓ ଜେଡ୍ କ୍ୟାଟୋଗୋରୀ ସହରରେ ୧ ପ୍ରତିଶତ ବଢ଼ିପାରେ । ଏହି ହିସାବରେ କର୍ମଚାରୀମାନେ କେଉଁ କ୍ୟାଟେଗୋରୀ ସହରରେ ଆସୁଛନ୍ତି ତାହା ଚେକ୍ କରିପାରିବେ ।

Get real time updates directly on you device, subscribe now.