fbpx
BJD SKY
BJD SKY

ଭଗବାନ ମୋତେ ସ୍ପେଶାଲ କାମ ଦେଇ ଗୁଜରାଟ ପଠାଇଛନ୍ତି, ବିଜେପିକୁ କେଜ୍ରିଓ୍ଵାଲଙ୍କ ଟାର୍ଗେଟ୍

BJD

ନୂଆଦିଲ୍ଲୀ: ସଂପ୍ରତି ଗୁଜରାଟ ଗସ୍ତରେ ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ। ଏହା ମଧ୍ୟରେ ରାଜେନ୍ଦ୍ର ପାଲ ଗୌତମଙ୍କ ସହ ଜଡିତ ବିବାଦକୁ ନେଇ ଗୁଜରାଟରେ ପୋଷ୍ଟର ଲାଗିଛି। ଶପଥ ବିବାଦ ଏବଂ ଗୁଜରାଟରେ ଲାଗିଥିବା ପୋଷ୍ଟରକୁ ନେଇ ଅରବିନ୍ଦ କେଜ୍ରିଓ୍ଵାଲ ପ୍ରତିଜବାବ ଦେଇ ବିଜେପିକୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ଯେବେଠୁ ଗୁଜରାଟ ଆସିବା ଆରମ୍ଭ କଲି, ସ୍ଥାନେ ସ୍ଥାନେ ମୋ ବିରୋଧରେ ପୋଷ୍ଟର ଏବଂ ହୋର୍ଡିଂ ଲଗାଯାଇଛି।
ଏ ଲୋକେ ମୋତେ ଘୃଣା କରନ୍ତି। ଉକ୍ତ ପୋଷ୍ଟରରେ ଭଗବାନଙ୍କ ବିରୋଧରେ ଅପଶବ୍ଦ ଲେଖା ହୋଇଛି। ଭଗବାନଙ୍କ ଅପମାନ କରାଯାଇଛି। ଯେଉଁ ଲୋକେ ଏହି ସବୁ ପୋଷ୍ଟର ମାରିଛନ୍ତି, ସେମାନେ ମୋତେ ଘୃଣା କରିବାରେ ଏତେ ଅନ୍ଧ ହୋଇ ଯାଇଛନ୍ତି ଯେ, ଭଗବାନଙ୍କ ପ୍ରତି ଆଶାଳୀନ ଶବ୍ଦର ପ୍ରୟୋଗ କରୁଛନ୍ତି ବୋଲି କେଜ୍ରିଓ୍ଵାଲ କହିଛନ୍ତି।
ଆପ୍ ସଂଯୋଜକ କହିଛନ୍ତି, ମୁଁ ଜଣେ ଧାର୍ମିକ ମଣିଷ। ହନୁମାନଙ୍କ ବହୁତ ବଡ ଭକ୍ତ। ମୋ ଉପରେ ହନୁମାନ ଜୀଙ୍କ ଅସୀମ କୃପା ରହିଛି। ମୋର ଜନ୍ମ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଦିନ ହୋଇଥିଲା। ମୋତ ଭଗବାନ ସ୍ଵତନ୍ତ୍ର କାମ ଦେଇ ପଠାଇଛନ୍ତି।
ଉଲ୍ଲେଖନୀୟ ଶନିବାର ସକାଳେ ଗୁଜରାଟର ଅନେକ ସହରରେ କେଜ୍ରିଓ୍ଵାଲଙ୍କ ପୋଷ୍ଟର ଦେଖିବାକୁ ମିଳିଥିଲା। ପୋଷ୍ଟରରେ କେଜ୍ରିଓ୍ଵାଲ ହିନ୍ଦୁ ଧର୍ମର ଅପମାନ କରୁଥିବା ଅଭିଯୋଗ ଲଗାଯାଇଥିଲା। ପୋଷ୍ଟରରେ କେଜ୍ରିଓ୍ଵାଲଙ୍କ ଟୋପି ପିନ୍ଧା ଫଟୋ ରହିଛି। ପୋଷ୍ଟର ଅହମ୍ମଦାବାଦ, ଭଦୋଦରା, ସୁରଟ ଏଂ ରାଜକୋଟ୍ ପରି ବଡ ସହରମାନଙ୍କରେ ଲଗାଯାଇଛି।
ଦିଲ୍ଲୀ ସରକାରରେ ସମାଜ କଲ୍ୟାଣ ମନ୍ତ୍ରୀ ରାଜେନ୍ଦ୍ର ପାଲଙ୍କ ସହ ଜଡିତ ଭିଡିଓ ସାମ୍ନାକୁ ଆସିବା ପରେ ବିଜେପି ଲଗାତାର ଆପ୍ ଆଦମୀ ପାର୍ଟିକୁ ଟାର୍ଗେଟ୍ କରି ଆସିଛି। ଏହି ପରିପ୍ରେକ୍ଷୀରେ ଗୁଜରାଟରେ କେଜ୍ରିଓ୍ଵାଲଙ୍କ ପୋଷ୍ଟର ମରାଯାଇଛି।

Get real time updates directly on you device, subscribe now.