(Video) Take-Off ବେଳେ ବିମାନରୁ ଖସିଗଲା ଚକ: ସବୁଆଡେ ଧୂଆ ଆଉ ଧୂଆଁ, ଆଉ ତାପରେ…

ନୂଆଦିଲ୍ଲୀ: ଅନେକ ସମୟରେ ବିମାନ ଦୁର୍ଘଟଣାର ଖବର ସାମନାକୁ ଆସିଛି । କିନ୍ତୁ ଏବେ ଏମିତି ଏକ ଘଟଣାର ଭିଜୁଆଲ ଆସିଛି ଯାହା ହୁଏତ ଆଗରୁ କେବେ ଦେଖା ଯାଇନଥିବ । ଗୋଟିଏ ବିମାନ ଟେକ-ଅଫ କରିବା ସମୟରେ ହିଁ ତା ସହ ଘଟିଯାଇଛି ଏକ ବିରାଟ ଅଘଟଣ । ଉଡାଣ ଭରିବା ସମୟରେ ବିମାନର ଏକ ଚକ ସେଥିରୁ ଖସି ରନ-ୱେ ଟ୍ରାକ ନିକଟରେ ପଡିଛି । ଏାପରେ ବିମାନକୁ ଦେଖିଲେ ଖୁବ ଭୟଙ୍କର ପରିସ୍ଥିତି ଦେଖାଯାଇଛି । ଯାହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ, ଏହି ଅଘଟଣର ଶିକାର ହୋଇଛି ବୋଇଙ୍ଗ ୭୪୭ ଡ୍ରିମଲିଫ୍ଟର ବିମାନ । ଇଟାଲୀର ଟାରଣ୍ଟୋ ଏୟାରପୋର୍ଟରୁ ଆମେରିକାର ଚାର୍ଲଷ୍ଟନ ଏୟାରପୋର୍ଟ ପାଇଁ ବାହାରିଥିଲା ଏହି ବିମାନ । କିନ୍ତୁ ଏହି ସମୟରେ ଏକ ଅଘଟଣ ଘଟିଯାଇଛି । ବିମାନର ଏକ ଚକ ଖସି ତଳେ ରନ-ୱେ ନିକଟରେ ପଡିଥିବାର ଏହି ଭିଡିଓରେ ଦେଖିବାକୁ ମିଳୁଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଖସି ପଡିଥିବା ଏହି ଚକର ଓଜନ ପ୍ରାୟ ୧୦୦ କେ.ଜି ବୋଲି ଅନୁମାନ କରାଯାଉଛି ।

ତେବେ ଏହା ଲାଣ୍ଡିଂର ଏକ ଗିୟର ଚକ ବୋଲି କମ୍ପାନୀ ତରଫରୁ ସୂଚନା ମିଳିଛି । ବିମାନରୁ ଚକ ଅଲଗା ହେବା ମାତ୍ରେ ବିମାନରୁ ଧୂଆଁ ବାହାରୁଥିବା ଦେଖାଯାଇଥିଲା । ଯାହାକୁ ଦେଖିଲେ ମନରେ ଭୟ ସୃଷ୍ଟି ହେଉଛି । କିନ୍ତୁ ଚକ ବାହାରିଯିବା ପରେ ମଧ୍ୟ ଚାର୍ଲଷ୍ଟନ ଇଣ୍ଟରନେସନାଲ ଏୟାରପୋର୍ଟରେ ଏହି ବିମାନ ସଫଳତାର ସହ ଲାଣ୍ଡିଂ ହୋଇ ସାରିଛି ବୋଲି କମ୍ପାନୀ ସୂଚନା ଦେଇଛି । ବିମାନକୁ ଆଟଲସ ଏୟାର ଦ୍ୱାରା ଅପରେଟ କରାଯାଇଥିଲା ।

Get real time updates directly on you device, subscribe now.