fbpx

ପାହାଡରେ ତୁଷାରପାତ: ଉତ୍ତର ଭାରତ ସମେତ ଓଡିଶାରେ ଜାରି ରହିବ ବର୍ଷା; ଆଗକୁ ବଢିବ ଶୀତ

ନୂଆଦିଲ୍ଲୀ: ଉତ୍ତର ଭାରତରେ ପାଗ ଧୀରେ ଧୀରେ ବଦଳିବାରେ ଲାଗିଛି । ସକାଳ ଏବଂ ସନ୍ଧ୍ୟାରେ ଥଣ୍ଡା ଅନୁଭବ ହେଉଥିବା ବେଳେ ପାଣିପାଗ ବିଭାଗ କିଛି ରାଜ୍ୟ ପାଇଁ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗ ଅନୁଯାୟୀ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ରହିଛି । ଏଥିସହିତ ବଙ୍ଗାଲ ଖାଡିରେ ଏକ ନୂତନ ଘୂର୍ଣ୍ଣିବଳୟ କେନ୍ଦ୍ର ସୃଷ୍ଟି ହେବା ସହ ଆରବ ସାଗରରେ ମଧ୍ୟ ଏକ ନୂତନ ସାଇକ୍ଲୋନିକ୍ କ୍ଷେତ୍ର ସୃଷ୍ଟି ହେଉଛି । ଯେଉଁ କାରଣରୁ ଆସନ୍ତା ସପ୍ତାହରେ କିଛି ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏତତ୍ ବ୍ୟତୀତ ପଶ୍ଚିମ ହିମାଳୟ ଉପରେ ତୁଷାରପାତ ଏବଂ ବର୍ଷା ହେବାର ଆଶଙ୍କା ରହିଛି।

ଏହି ବର୍ଷା ଏବଂ ତୁଷାରପାତ ସମତଳ ଅଞ୍ଚଳରେ ବିଶେଷ ଭାବରେ ପ୍ରଭାବ ପକାଇବ ।ଯେଉଁ କାରଣରୁ ବିଶେଷ କରି ଉତ୍ତର ଭାବରତେ ଶୀତ ଅନୁଭବ ହେବ । ପାଣିପାଗ ବିଭାଗ ଅନୁଯାୟୀ ଅକ୍ଟୋବର ତୃତୀୟ ସପ୍ତାହରୁ ଦିଲ୍ଲୀରେ ତାପମାତ୍ରା ହ୍ରାସ ପାଇବା ଆରମ୍ଭ ହେବ । ଯାହାକି ତୃତୀୟ ସପ୍ତାହ ଶେଷ ସୁଦ୍ଧା ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରୀ ସେଲସିୟସରେ ପହଞ୍ଚିପାରେ । ସେହିପରି ଅକ୍ଟୋବର ୧୯ ଏବଂ ୨୦ ରେ ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ଲଦାଖ ଏବଂ ଉତ୍ତରପ୍ରଦେଶର ଉପର ଅଞ୍ଚଳରେ ତୁଷାରପାତ ହେବାର ସମ୍ଭାବନା ରହିଛି।
ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା ୨ ଦିନ ପାଇଁ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ବିହାର, ପଞ୍ଜାବ, ହରିୟାଣାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ସେହିପରି କର୍ଣ୍ଣାଟକ, ମହାରାଷ୍ଟ୍ର, କେରଳ, ତାମିଲନାଡୁ, ଓଡିଶା, ଆସାମରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭାରତ ପାଣିପାଗ ବିଭାଗ (IMD) କହିଛି ଯେ ପାଣିପାଗର ପରିବର୍ତ୍ତନ ହେତୁ ଝାଡଖଣ୍ଡ ଓଡ଼ିଶା, ପଶ୍ଚିମବଙ୍ଗ, ବଙ୍ଗଳାର ସିକ୍କିମ, ଆସାମ, ମେଘାଳୟ, ଅରୁଣାଚଳ ପ୍ରଦେଶ, କର୍ଣ୍ଣାଟକ, ଗୋଆ, କେରଳ, ମହାରାଷ୍ଟ୍ର, ଗୁଜୁରାଟ ଏବଂ ଛତିଶଗଡରେ ଆସନ୍ତା ସପ୍ତାହରେ ବର୍ଷା ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.