fbpx

ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ଜଣକ ଯାଜପୁରର

ଯାଜପୁର, ୧୪ା୪(ଓଡ଼ିଶା ଭାସ୍କର): ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ଜଣକ ଯାଜପୁରର ବୋଲି ସୂଚନା ମିଳିଛି । ଏହାସହ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ନିକଟରେ ଏହି କରୋନା ଆକ୍ରାନ୍ତ ଜଣକ କଲିକତାରୁ ଫେରିଥିଲେ ବୋଲି ସେଠାକାର ଜିଲ୍ଲାପାଳ କହିଛନ୍ତି । ସତର୍କତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୨ଟି ଗାଁକୁ କଣ୍ଟେନମେଣ୍ଟ ଅଞ୍ଚଳ ବୋଲି ଘୋଷଣା କରାଯାଇଛି । ସାନତ୍ରିଲୋଚନପୁର ଓ ସହିପୁର-୩ ଗାଁ କଣ୍ଟେନମେଣ୍ଟ ଜୋନ୍ ବୋଲି ଘୋଷଣା କରାଯାଇଛି ।

Get real time updates directly on you device, subscribe now.