fbpx

OMCରେ ବାହାରିଲା ଅନେକ ପଦବୀ, ନଭେମ୍ବର ୧୫ ସୁଦ୍ଧା ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଶା ମାଇନିଂ କର୍ପୋରେସନ ପକ୍ଷରୁ ଆସିଛି ଏକ ନିଯୁକ୍ତି ସୁଯୋଗ । ପ୍ରାର୍ଥୀମାନଙ୍କୁ ମ୍ୟାନେଜର, ଜେନେରାଲ ମ୍ୟାନେଜର ଓ ଡେପୁଟି ମ୍ୟାନେଜର ଆଦି ପଦବୀରେ ନିଯୁକ୍ତି ଦିଆଯିବ । ତେଣୁ ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସବିଶେଷ ତଥ୍ୟ ପାଇ ପାରିବେ ।

ଜେନେରାଲ ମ୍ୟାନେଜର ପଦବୀ ପାଇଁ ସର୍ବାଧିକ ବୟସସୀମା ୫୦ ବର୍ଷ ରହିଛି । ସେହିପରି ମ୍ୟାନେଜର ଓ ଡେପୁଟି ମ୍ୟାନେଜର ପାଇଁ ସର୍ବନିମ୍ନ ବୟସ ୨୧ ଓ ସର୍ବାଧିକ ବୟସ ୩୮ ବର୍ଷ ରହିଛି । ବୟସ କୋହଳ ନିୟମ ଅନୁଯାୟୀ କରଯିବ । ବିଭିନ୍ନ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ରହିଛି । ଆସନ୍ତା ନଭେମ୍ବର ମାସ ୧୧ ତାରିଖ ଆବେଦନର ଅନ୍ତିମ ତାରିଖ ରହିଛି ।

ଇଚ୍ଛୁକ ପ୍ରାର୍ଥୀମାନେ ଓଏମସି ୱେବସାଇଟକୁ ଯାଇ ଆବେଦନ ଫର୍ମ ଡାଉନଲୋଡ୍ କରିପାରିବେ । ଏହାପରେ ଫର୍ମକୁ ପୂରଣ କରି ସାଇନ କରି ସାର୍ଟିଫିକେଟ, ମାର୍କ ଶିଟ, ଅଭିଜ୍ଞତା ସାର୍ଟିଫିକେଟ ଆଦିକୁ ସ୍ପିଡ ପୋଷ୍ଟ / କୋରିୟର ମାଧ୍ୟମରେ ପଠାଇ ପାରିବେ । ଏନଭଲପର ଟପରେ ‘ଆପିଲିକେସନ ଫର ଦି ପୋଷ୍ଟ ଅଫ୍ ………..’ ଲେଖିବାକୁ ପଡ଼ିବ । ଏହାପରେ ଜେନେରାଲ ମ୍ୟାନେଜ (ପିଆଣ୍ଡଏ), ଓଡ଼ିଶା ମାଇନିଂ କର୍ପୋରେସନ ଲିମିଟେଡ, ଓଏମସି ହାଉସ, ଭୁବନେଶ୍ୱର- ୭୫୧୦୦୧କୁ ୧୫.୧୧.୨୦୨୨ ସୁଦ୍ଧା ପଠାଇବାକୁ ପଡ଼ିବ । ପୋଷ୍ଟାଲ / କୋରିୟର ଡିଲେ ହେଲେ ଆପିଲିକେସନ ଗ୍ରହଣଯୋଗ୍ୟ ହେବ ନାହିଁ ।

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/10/Notification-OMC-Manager-General-Manager-Dy-Manager-Vacancy.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://omcltd.in/

Get real time updates directly on you device, subscribe now.