fbpx

ବିଜ୍ଞାନର ଚମତ୍କାର: ୧୯୯୬ ମସିହାରେ ସ୍ପର୍ମକୁ ରଖାଗଲା ସଂରକ୍ଷିତ, ୨୦୨୨ରେ ପୁରୁଣା ସ୍ପର୍ମରୁ ଜନ୍ମ ନେଲା ଛୁଆ

ନୂଆଦିଲ୍ଲୀ: ବର୍ଷ ବର୍ଷର ପୁରୁଣା ସ୍ପର୍ମ ଦ୍ୱାରା ଛୁଆ ଜନ୍ମ ନେବା ଘଟଣାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବାରେ, ମାତ୍ର କଥାଟି ସମ୍ପୂର୍ଣ୍ଣ ସତ । ଜଣେ ଯୁବକ ତାଙ୍କର ସ୍ପର୍ମକୁ ୨୬ ବର୍ଷ ପୂର୍ବରୁ ସଂରକ୍ଷିତ କରି ରଖିଥିଲେ । ଏହି ଦୀର୍ଘ ଅବଧି ପର୍ଯ୍ୟନ୍ତ ଉକ୍ତ ସ୍ପର୍ମ ଲ୍ୟାବରେ ସଠିକ୍ ସ୍ଥିତିରେ ରହିଥିଲା । ଏବେ ସେହି ସ୍ପର୍ମ ମାଧ୍ୟମରେ ଯୁବକ ଜଣଙ୍କ ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି । ଯୁବକଙ୍କର ପାର୍ଟନର ଇନ୍ ଭିଟ୍ରୋ ଫର୍ଟିଲାଇଜେସନ (ଆଇଭିଏଫ) ଟେକନିକ ଜରିଆରେ ସ୍ପର୍ମକୁ ଉପଯୋଗ କରି ଏକ ସନ୍ତାନର ମାଆ ହୋଇଛନ୍ତି ।

ପିଟର ହିକ୍ଲସ ନାମକ ଜଣେ ଯୁବକ ୧୯୯୬ ମସିହା ଜୁନ ମାସ ୫ ତାରିଖରେ ଡାକ୍ତରଙ୍କ ପରାମର୍ଶ କ୍ରମେ ନିଜର ସ୍ପର୍ମକୁ ସଂରକ୍ଷିତ କରି ରଖିଥିଲେ । ସେ ସମୟରେ ପିଟରଙ୍କୁ ୨୧ ବର୍ଷ ବୟସ ହୋଇଥିବା ବେଳେ କ୍ୟାନ୍ସରରେ ସଂକ୍ରମିତ ହୋଇଥିଲେ । ଏବେ ପିଟରଙ୍କୁ ୪୭ ବର୍ଷ ବୟସ ହୋଇଥିବା ବେଳେ ସେ ଉକ୍ତ ସଂରକ୍ଷିତ ସ୍ପର୍ମ ଦ୍ୱାରା ପିତା ହେବାର ବନିଛନ୍ତି ।

ପିଟରଙ୍କର ମଙ୍ଗେତର ଔରେଲିଜା ଆଇଭିଏଫ ଟେକନିକ୍ ମାଧ୍ୟମରେ ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି । ପିଟର ଜଣେ ଫୁଟବଳ ଖେଳାଳି ଯାଇଥିବା ବେଳେ ସେ କହିଛନ୍ତି, ମୁଁ ପିତା ହେବା କଥାକୁ ସହଜରେ ଗ୍ରହଣ କରିପାରୁନାହିଁ । ମୁଁ ବହୁ ବର୍ଷ ପୂର୍ବେ ଛୁଟି କଟାଇବାକୁ ଅଷ୍ଟ୍ରେଲିଆ ଯାଇଥିଲି । ସେ ସମୟରେ ମୋ ପଛ ଭାଗରେ ଏକ ଟ୍ୟୁମର ଥିବା ଜଣାପଡ଼ିଥିଲା । ଡୋଜକିନ୍ସ ଲିମ୍ଫୋମା କାରଣରୁ ଉକ୍ତ ଟ୍ୟୁମର ହୋଇଥିବା ବେଳେ ତାହା ଏକପ୍ରକାରର କ୍ୟାନ୍ସର ବୋଲି ଜଣାପଡ଼ିଥିଲା । କିମୋଥେରେପି ପରେ ସ୍ପର୍ମ କାଉଣ୍ଟ ଜିରୋ ହୋଇଯାଇଥାଏ । ତେଣୁ ମୁଁ ଡାକ୍ତରଙ୍କ ପରାମର୍ଶ କ୍ରମେ କ୍ୟାନ୍ସର ଚିକିତ୍ସା ପୂର୍ବରୁ ନିଜର ସ୍ପର୍ମକୁ ସଂରକ୍ଷିତ କରି ରଖିଥିଲି । ଉକ୍ତ ସ୍ପର୍ମକୁ ଲଣ୍ଡନର ୟୁନିଭରସିଟି କଲେଜ ହସ୍ପିଟାଲର ଫ୍ରିଜର ମଧ୍ୟରେ ରଖାଯାଇଥିଲା । ୨୭ ବର୍ଷର ପୁରୁଣା ସ୍ପର୍ମ ଦ୍ୱାରା ମାଆ ହେବାର ରେକର୍ଡ ଆମେରିକାର ଜଣେ ମହିଳାଙ୍କ ନାମରେ ରହିଛି ।

Get real time updates directly on you device, subscribe now.