fbpx

୭ ଲକ୍ଷ ଚାକିରି ଏବଂ ଦେଶର GDPରେ ୬୮୦୦ କୋଟି: ୟୁଟ୍ୟୁବ କ୍ରିଏଟରଙ୍କ ବାର୍ଷିକ ଯୋଗଦାନ

ନୂଆଦିଲ୍ଲୀ: ଭାରତର କ୍ରିଏଟର୍ସଙ୍କ ଇକୋନୋମୀ ଲଗାତାର ବୃଦ୍ଧି ପାଇବାରେ ଲାଗିଛି । ଦେଶର ଜିଡିପିରେ ବାର୍ଷିକ ପ୍ରାୟ ୬୮୦୦ କୋଟି ଟଙ୍କାର ଯୋଗଦାନ କରୁଛନ୍ତି ୟୁଟ୍ୟୁବରେ ଲୋକାଲ କ୍ରିଏଟର୍ସ । ଏହାସହିତ ବର୍ଷକୁ ପ୍ରାୟ ୭ ଲକ୍ଷ ରୋଜଗାର ସୁବିଧା ମଧ୍ୟ ଯେଗାଉଥିବା ଜଣାଯାଇଛି । ୟୁଟ୍ୟୁବ ଏବଂ ଗୁଗଲର ଏସଭିପିର ଚିଫ ପ୍ରଡକ୍ଟ ଅଫିସର ନୀଲ ମୋହନ ଏ ନେଇ ଦାବି କରିଛନ୍ତି ।

ଟେକ୍ନୋଲୋଜି, ଇନୋଭେସନ ଏବଂ ସମାଜ ଉପରେ ଏକ ସମ୍ମିଳନୀରେ ଉଚ୍ଚୠଚ୍ଚ ୨୦୨୨ ରେ ଅଂଶଗ୍ରହଣ କରି ସେ କହିଥିଲେ ଯେ ଭାରତରେ କ୍ରିଏଟର୍ସଙ୍କ ଅର୍ଥନୀତି ଖୁବ ସୁନ୍ଦର ପ୍ରଦର୍ଶନ କରିଛି । ପର୍ୟ୍ୟବେକ୍ଷକ ଅନୁସନ୍ଧାନ ଫାଉଣ୍ଡେସନ୍ (ଙଜୠ) ଦ୍ୱାରା ଏହି କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା । ସେ କହିଛନ୍ତି ଯେ, ୟୁଟ୍ୟୁବ ଏବେ ବିଜନେସ ଏବଂ କରିବା ଦିଗରେ ମଧ୍ୟ ଖୁବ ସାହାଯ୍ୟ କରିଛି । ଆଡଭାର୍ଟାଇଜମେଣ୍ଟ ଦ୍ୱାରା ଏହି ପ୍ଲାଟଫର୍ମ ଚାଲିଥାଏ । ତେଣୁ ଏଥିରେ ସମସ୍ତ ପ୍ରକାରର ବ୍ୟବସାୟ ବିଶେଷ କରି ଛୋଟ ବ୍ୟବସାୟ ଆଗକୁ ବୃଦ୍ଧି ପାଉଛି ।

ତେବେ ଏହି ପ୍ଲାଟଫର୍ମରେ ସମସ୍ତ ଭାରତୀୟଙ୍କ ପାଇଁ ସମାନ ସୁଯୋଗ ରହିଛି । ଏଥିପାଇଁ କୌଣସି ଲିଙ୍ଗଗତ ପାର୍ଥକ୍ୟ ମଧ୍ୟ ଦେଖାଯାଏ ନାହିଁ । ୟୁଟ୍ୟୁବର ମୁଖ୍ୟ ଉତ୍ପାଦ ଅଦିକାରୀ କହିଛନ୍ତି ଯେ, ଏହାକୁ ବିବିଧତାପୂର୍ଣ୍ଣ କରିବା ଆମର କର୍ତ୍ତବ୍ୟ । କ୍ରିଏଟର୍ସ ଅର୍ଥନୀତି ଭାରତରେ କୋଟି କୋଟି ଲୋକଙ୍କୁ ପ୍ରଭାବିତ କରିଥାଏ । ତେଣୁ ଏହି ପ୍ଲାଟଫର୍ମରେ ଘଟୁଥିବା ପ୍ରତ୍ୟେକ ପରିବର୍ତ୍ତନ ଉପରେ ସରକାର ଧ୍ୟାନ ଦେବା ସ୍ୱାଭାବିକ ।

Get real time updates directly on you device, subscribe now.