fbpx

ଜରାଶ୍ରମ ପାଲଟିଛି ମଣିଭଦ୍ରଙ୍କ ନୂଆ ଠିକଣା: କୋହଭରା କଣ୍ଠରେ କହୁଛନ୍ତି କିଛି ଏପରି କଥା

ଯାତ୍ରା ସିନେମା ଏଦି ଆମମାନଙ୍କୁ ଅନେକ ପ୍ରକାର ମନୋରଞ୍ଜନ ଯୋଗାଇଥାଏ । ଏଥିରେ ଅଭିନୟ କରୁଥିବା କଳାକାରମାନଙ୍କ ପଦେ ପଦେ କଥା ଆମକୁ କେତେବେଳେ ହସାଏ ତ ଆଉ କେତେବେଳେ କନ୍ଦାଏ । କିନ୍ତୁ ଏପରି ଅନେକ କଳାକାର ଅଛନ୍ତି ଯାହାଙ୍କ ବାସ୍ତବ ଜୀବନରେ ଆମେ ଜାଣି ନଥାନ୍ତି । ଆମେ ଭାବନ୍ତି ସେମାନେ ବହୁତ ଖୁସିରେ ସେମାନଙ୍କ ଜୀବନ ଅତିବାହିତ କରୁଛନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏପରି ଅନେକ କଳାକାର ଅଛନ୍ତି ଯେଉଁମାନଙ୍କ କଷ୍ଟ କହିଲେ ନସରେ । ତେବ ଙେି କଳାମାନଙ୍କ ମଧ୍ୟକୁ ଜଣେ ହେଉଛନ୍ତି ଯାତ୍ରା କଳାକାର ମଣିଭଦ୍ର । ଯାହାଙ୍କ ଦୁଃଖ କହିଲେ ନସରେ ।

ଯିଏ ଦିନେ ଅନ୍ୟକୁ ହସାଉଥିଲେ ଆଜି କିନ୍ତୁ ସେ କାନ୍ଦୁଛନ୍ତି । ଯାହାଙ୍କ କଥାରେ ଦର୍ଶକ ହସି ହସି ବେଦମ୍ ହେଉଥିଲେ ଆଜି କିନ୍ତୁ ସେ ଦୁଃଖ ର ଦରିଆରେ ଭାସୁଛନ୍ତି ।ତେବେ ତାଙ୍କର ପଦେ ପଦେ କଥାରେ ଦର୍ଶକ କରତାଳି ମାରୁଥିଲେ ଆଉ ଯାତ୍ରା ପେଣ୍ଡାଲ ପ୍ରକମ୍ପିତ ହେଇ ଉଠୁଥିଲା । ଆଜି ବୋଧେ ସେ ସମୟ ବଦଳି ଯାଇଛି , ଜରାଶ୍ରମା ପାଲଟି ଯାଇଛି ତାଙ୍କର ନୂଆ ଠିକଣା । ଆଜି କମେଡି ଡ଼ାଇଲଗ ନୁହେଁ ବରଂ ମୁହଁରୁ ବାହାରୁଛି କେବଳ କୋହ ଭରା କଥା । ଯେତେବେଳେ ଅନ୍ଧକାର ରାତିରେ ପୁରା ସହର ସୋଇପଡ଼େ ସେତେବେଳେ ମନର ସମସ୍ତ ଦୁଃଖକୁ କବର ଦେଇ ଦର୍ଶକ ମାନଙ୍କୁ ହସାଇବା ପାଇଁ ମଞ୍ଚରେ କମେଡି କରନ୍ତି ହସରାଜ୍ ମଣିଭଦ୍ର । ରାତି ଅନିଦ୍ରା ହୋଇ କଳା ପ୍ରଦଶନ କଲେ ଦି ପଇସା ପାଇବେ ଆଉ ସେଥିରେ ଦୁଇ ପୁଅ ଙ୍କୁ ମଣିଷ କରିବେ ।

କିନ୍ତୁ ବିଧିର ବିଧାନ କିଛି ଓଲଟା ଥିଲା । ମଣିଭଦ୍ର ରାତି ଅନିଦ୍ରା ହୋଇ ମୁଣ୍ଡଝାଳ ତୁଣ୍ଡରେ ମାରି ଦୁଇ ପୁଅଙ୍କୁ ସିନା ମଣିଷ କରାଇଲେ କିନ୍ତୁ ପରିଣତ ବୟସରେ ଜରାଶ୍ରମ ପାଲିଟିଛି ତାଙ୍କ ବଞ୍ଚିବାର ନୂଆ ଠିକଣା । ଏବେ ମଣିଭଦ୍ର ଜରାଶ୍ରମରେ ଦିନ କାଟୁଛନ୍ତି । ତେବେ ସାମାନ୍ୟ କେଇଟା ପଇସା ପାଇଁ ବାପା ପୁଅ ମାନଙ୍କୁ ଠାରୁ ଦୂରେଇ ଗଲେ । ତେବେ କଥାରେ ପରା ଅଛି ବିଧିର ବିଧାନ କେ କରିବ ଆନ । ମଣିଭଦ୍ରଙ୍କ ବଡ଼ ପୁଅସହ ମନ ମାଳିନ୍ୟ ହେବାପରେ କିଛି ବର୍ଷ ହେଲା ସେ ସାନ ପୁଅ ପାଖରେ ରହିଆସୁଥିଲେ । କିନ୍ତୁ ହଠାତ୍ ସେଠାରୁ ଆସି ବର୍ତ୍ତମାନ ପାରାଦୀପ ର ଏକ ଜରାଶ୍ରମ ଦିନ କାଟୁଛନ୍ତି ମଣିଭଦ୍ର । ତାଙ୍କ କହିବା ମୁତାବକ ସେ ତାଙ୍କ ବଡ଼ ପୁଅକୁ ସବୁ କିଛି ଦେଇଥିଲେ କିନ୍ତୁ ସାନ ପୁଅ କୁ କିଛି ବି ଦେଇ ନଥିଲେ । ତେଣୁ ସାନ ପୁଇ ଉପରେ କାହିଁକି ବୋଝ ହେବି ଭାବି ବର୍ତ୍ତମାନ ସେ ଜରାଶ୍ରମରେ ରହୁଛନ୍ତି ।

ତେବେ ମଣିଭଦ୍ରଙ୍କୁ ପୁଅମାନଙ୍କ ବିଷୟରେ କହିବାରୁ ସେ ଏପଟ ସେପଟ କଥା କହୁଛନ୍ତି । କିନ୍ତୁ କଥାରେ କଥାରେ କହୁଛନ୍ତି ଯେଉଁ ମନେ ବାପା ମା ଙ୍କୁ ହତାଦାର କରିବେ ସମୟ ଆସିଲେ ଭଗବାନ ସେମାନଙ୍କୁ ଉଚିତ୍ ଦଣ୍ଡ ଦେବେ । ତେବେ ଅନ୍ୟ ପକ୍ଷେ ଏ ଘଟଣାକୁ ନେଇ ମଣିଭଦ୍ରଙ୍କ ଦୁଇ ପୁଅଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

Get real time updates directly on you device, subscribe now.