fbpx

ଟୁଇଟର ପଇସାରେ ତ ଖଣି କିଣି ଦିଅନ୍ତି…’ ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟ ପୁନଃ କାର୍ଯ୍ୟକ୍ଷମ ନେଇ ଏମିତି କହିଲେ ମସ୍କ

ନୂଆଦିଲ୍ଲୀ: କଣ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ଵିଟର ପୁଣି ଥରେ କାର୍ଯ୍ୟକ୍ଷମ କରାଯିବ ? ଏଲନ ମସ୍କ ଟ୍ଵିଟରର ମାଲିକ ହେବା ପରଠୁ ଏହି ପ୍ରଶ୍ନ ବାରମ୍ଵାର ଉଠା ଯାଉଛି। ଆଉ ଏବେ ଏହାର ଜବାବ ଦେଇଛନ୍ତି ଟେସଲାର ସିଇଓ ଏଲନ ମସ୍କ। ତାଙ୍କ ଜବାବରୁ ଏହି ସଙ୍କେତ ମିଳୁଛି ଯେ, ଟ୍ରମ୍ପଙ୍କ ଆକାଉଣ୍ଟ ପୂର୍ବବତ୍ତ ବନ୍ଦ ରହିବ। ଏଲନ ମସ୍କ ଟ୍ଵିଟ୍ କରି ମଜାଦାର ଶୈଳୀରେ କହିଛନ୍ତି ଯେ, କଣ ଟ୍ରମ୍ପ ଏହି ପ୍ଲାଟଫର୍ମକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ? ଯଦି ମୋତେ ପ୍ରତ୍ୟେକ ଥର ଏହି ପ୍ରଶ୍ନ ବଦଳରେ ଗୋଟିଏ ଲେଖାଏଁ ଡଲାର ମିଳିଥାନ୍ତା ତେବେ ମୁଁ ଟ୍ଵିଟର ପଇସାରେ ଖଣି କରି ଦିଅନ୍ତି।

ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏଲନ ମସ୍କଙ୍କ ଦ୍ଵାରା ଟ୍ଵିଟର କ୍ରୟ ଉପରେ ଟିପ୍ପଣୀ କରିଥିଲେ। ସେ ଲେଖିଥିଲେ, ଟ୍ଵିଟର ବର୍ତ୍ତମାନ ସଠିକ୍ ଲୋକଙ୍କ ହାତରେ ରହିଛି। ଭଲ ହେଲା ଏବେ ଟୁଇଟର ଉପରେ ପାଗଳ ଏବଂ ହୀନ ବୁଦ୍ଧି ଲୋକଙ୍କ ଅଧିକାର ରହିବ ନାହିଁ। ବାସ୍ତବରେ ଏହି କମ୍ପାନିର ଲୋକେ ଆମ ଦେଶକୁ ଘୃଣା କରୁଥିଲେ। ସୂଚନାଯୋଗ୍ୟ, ଗତ ବର୍ଷ ଆମେରିକାରେ ଦଙ୍ଗା ପରେ ଟ୍ରମ୍ପ ଅନେକ ଉତ୍ତେଜନାମୂଳକ ଟ୍ଵିଟ୍ କରିଥିଲେ। ଏହା ପରେ ତାଙ୍କ ଆକାଉଣ୍ଟକୁ ନିଷେଧ କରିଥିଲା ଟ୍ଵିଟର।

ଦୁନିଆର ଏକ ନମ୍ଵର ଧନୀ ବ୍ୟକ୍ତି ମସ୍କ ୪୪ ବିଲିୟନ ଡଲାରରେ ଟ୍ଵିଟରର ଅଧିଗ୍ରହଣ କରିଛନ୍ତି। ଅଧିଗ୍ରହଣ ପୂରା ହେବା ପରେ ଟ୍ଵିଟରର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ(ସିଇଓ) ପରାଗ ଅଗ୍ରଓ୍ଵାଲ ଏବଂ ଆଇନଗତ ମାମଲାର ଉଚ୍ଚ ଅଧିକାରୀ ବିଜୟ ଗଡ୍ଡେଙ୍କୁ ପଦରୁ ହଟାଯାଇଥିଲା। ଏପରିକି ନଭେମ୍ଵର ସୁଦ୍ଧା ୨୫ ପ୍ରତିଶତ କର୍ମଚାରୀଙ୍କୁ ପଦରୁ ହଟାଇବା ପାଇଁ ମସ୍କ ଯୋଜନା କରିଛନ୍ତି। ଅନ୍ୟପକ୍ଷେ ମସ୍କ ଟ୍ଵିଟରର ସିଇଓ ହେବାକୁ ଯାଉଥିବା ସେ ନିଜେ ଏହାର ସୂଚନା ଦେଇଛନ୍ତି।

Get real time updates directly on you device, subscribe now.