fbpx

ହୋଇନାହିଁ ରାବଣଙ୍କ ମୃତ୍ୟୁ ; ଆଜି ବି ସେ ଧରାପୃଷ୍ଠରେ ଅଛନ୍ତି ଜୀବିତ !

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଆଜି ମଧ୍ୟ ରାମାୟଣ ସହ ଯୋଡି ହୋଇଥିବା ଅନେକ ଐତିହାସିକ ସ୍ଥଳ ରହିଛି । ଯାହା ତ୍ରେତୟା ଯୁଗର ରାମାୟଣ ସମୟର ଇିତିହାସ ସମ୍ପର୍କରେ ଅନେକ କଥା କୁହେ । ଏହି କଥା ତ ସମସ୍ତେ ଜାଣିଛନ୍ତି କି ଯେତେବେଳେ ଭଗବାନ ଶ୍ରୀରାମ ଏବଂ ଲଙ୍କାପତି ରାବଣ ମଧ୍ୟରେ ଯୁଦ୍ଧ ହୋଇଥିଲା ସେତେବେଳେ ପ୍ରଭୁ ରାମଚନ୍ଦ୍ର ରାବଣକୁ ବଦ୍ଧ କରିଥିଲେ । ଆଉ ଅନ୍ତିମ ସଂସ୍କାର ପାଇଁ ରାବଣଙ୍କ ଶବକୁ ତାଙ୍କ ଭାଇ ବିଭୀଷଣଙ୍କୁ ସମର୍ପଣ କରିଥିଲେ । କିନ୍ତୁ ପ୍ରକୃତରେ ରାବଣଙ୍କ ଅନ୍ତିମ ସଂସ୍କାର ହୋଇଥିଲା କି ନାହିଁ ସେ ସମ୍ପର୍କରେ ଆଜି ଯାଏଁ ବି କେହି କିଛି ଜାଣନ୍ତି ନାହିଁ । କିନ୍ତୁ ଆପଣ ଜାଣିଛନ୍ତି କି ରାବଣଙ୍କ ମୃତ୍ୟୁ ହୋଇନାହିଁ ଏବଂ ସେ ଆଜି ବି ଏହି ଧରା ପୃଷ୍ଟରେ ଜୀବିତ ଅଛନ୍ତି । କଥାଟି ବିଶ୍ୱାସ ନ ହେଉଥିଲେ ବି ସତ, ତେବେ କେଉଁ ଆଧାରରେ ଆଜି ବି ରାବଣ ଜୀବିତ ଅଛନ୍ତି ସେ ସମ୍ପର୍କରେ ବର୍ତ୍ତମାନ ଆସନ୍ତୁ ଜାଣିବା ।

ପ୍ରକୃତରେ ଶ୍ରୀଲଙ୍କାର ଅନ୍ତର୍ଜାତୀୟ ରାମାୟଣ ଗବେଷଣା କେନ୍ଦ୍ର ଏବଂ ପର୍ଯ୍ୟଟନ ମନ୍ତ୍ରଣାଳୟ ମିଳିତ ଭାବେ ୫୦ଟି ଏମିତି ସ୍ଥାନ ଖୋଜି ବାହାର କରିଛନ୍ତି ଯେଉଁଠି ରାମାୟଣ ସହ ଜଡିତ ଘଟଣା ସମ୍ପର୍କରେ ଉଲ୍ଲେଖ ରହିଛି । ଆଉ ଏହା ମଧ୍ୟରେ ଏମିତି ଗୋଟିଏ ଜାଗା ରହିଛି ଯେଉଁଠି ରାବଣଙ୍କ ଉପସ୍ଥିତି ସମ୍ପର୍କରେ ପ୍ରମାଣ ମିଳିଛି । ଗବେଷଣାରୁ ମିଳିଥିବା ତଥ୍ୟ ଅନୁାୟୀ ଶ୍ରୀଲଙ୍କାର ରେଙ୍ଗ୍ଲା ଜଙ୍ଗଲ ମଝିରେ ଏକ ବିଶାଳ ପାହାଡ ରହିଛି । ଯେଉଁଠି ରାବଣଙ୍କ ଗୁମ୍ଫା ରହିଛି । ଏହି ଗୁମ୍ଫାର ଉଚ୍ଚତା ଯଥେଷ୍ଟ ଅଧିକ । କୁହାଯାଉଛି ଯେ ଏଠାରେ ରାବଣର ଶବ ଏବେ ବି ସୁରକ୍ଷିତ ରହିଛି । ଗବେଷଣାରୁ ଏକଥା ବି ଜଣାପଡିଛି କି ରାବଣ ଏହି ଗୁମ୍ଫାକୁ ଆସି ପୂଜାପାଠ ସହ ମହାଦେବଙ୍କୁ ତପସ୍ୟା କରୁଥିଲେ । ରେଙ୍ଗଲା ପାହାଡ ଉପରେ ଏହି ଗୁମ୍ଫାପ୍ରାୟ ୮ ହଜାର ଫୁଟ ଉଚ୍ଚରେ ରହିଛି । ଯେଉଁଠାରେ ୧୮ ଫୁଟ ଲମ୍ବର ଏକ ବାକ୍ସ ମଧ୍ୟରେ ରାବଣଙ୍କ ମର ଶରୀରକୁ ଖାଯାଇଛି । କିନ୍ତୁ ଘନ ଜଙ୍ଗଲ ଏବଂ ହିଂସ୍ର ଜୀବଜନ୍ତୁଙ୍କ ଯୋଗୁଁ ଏହି ଗୁମ୍ଫାକୁ କେହି ଯାଇପାରନ୍ତି ନାହିଁ ବୋଲି ବିଶ୍ୱାସ ରହିଛି ।

ରାବଣଙ୍କୁ ବଦ୍ଧ କରିବା ରେ ପ୍ରଭୁ ଶ୍ରୀରାମ ବିଭୀଷଣଙ୍କ ହାତରେ ଲଙ୍କା ସହ ରାବଣଙ୍କ ଶବକୁ ସର୍ମଣ କରିଥିଲେ । ହେଲେ ଲଙ୍କାର ରାଜ୍ୟଭାର ସମ୍ଭାଳିବା ମଧ୍ୟରେ ବିଭୀଷଣ ରାବଣଙ୍କ ଦାହ ସଂସ୍କାର କରିବାକୁ ଭୁଲି ଯାଇଥିଲେ । ଏହାପରେ ରାବଣଙ୍କ କିଛି ବିଶ୍ୱସ୍ତ ରାକ୍ଷସ ତାଙ୍କ ଶବକୁ ନିଜ ସାଥିରେ ନେଇ ସେହି ଗୁମ୍ଫାକୁ ଗଲେ ଯେଉଁଠି ରାବଣ ପୂଜାପାଠ କରୁଥିଲେ । ରାକ୍ଷସମାନେ ରାବଣଙ୍କୁ ବଞ୍ଚାଇବାକୁ ଅନେକ ପ୍ରୟାସ କରିଥିଲେ,କିନ୍ତୁ ସେଥିରେ ସଫଳ ହୋଇନଥିଲେ । ତେଣୁ ସେମାନେ ରାବଣଙ୍କ ଶବକୁ ମମି ବନାଇବାକୁ ସ୍ଥିର କରିଥିଲେ । କାରଣ ରାକ୍ଷସମାନଙ୍କ ଆଶା ଥିଲା କି ରାବଣ ନିଶ୍ଚୟ ପୁଣି ଥରେ ବଞ୍ଚି ଉଠିବେ । ଏବେ ନହେଲେ ବି ଭବିଷ୍ୟତରେ କେବେ ହେଲେ ବି ରାବଣ ନିଶ୍ଚୟ ଜୀବଦାନ ପାଇବେ । ଆଉ ଏହା କଳିଯୁଗ ହିଁ ହୋଇଥିବ । କିଛି ଲୋକ ତ ଏକଥା ବିଶ୍ୱାସ କରନ୍ତି ଦିନେ ନା ଦିନେ ରାବଣଙ୍କ ମର ଶରୀରରେ ଜୀବନ ଆସିବ ଏବଂ ସେ ଜୀବିତ ହୋଇ ଉଠିବେ । ରାବଣଙ୍କ ମମିକୁ ଯେଉଁ ବାକ୍ସ ମଧ୍ୟରେ ରଖାଯାଇଛି, ତା ଉପରେ ଏକ ସ୍ୱତନ୍ତ୍ର ଧରଣର ଲେପ ଲଗାଯାଇଛି । କୁହାଯାଉଛି, ଏହି ଲେପ କାରଣରୁ ହିଁ ବାକ୍ସଟି ଏବେ ପର୍ଯ୍ୟନ୍ତ ସୁରକ୍ଷିତ ରହିଛି । ଆଉ ହେବନି ବି କାହିଁକି । ଏହି ବାକ୍ସର ଲମ୍ବ ୧୮ ଫୁଟ ହୋଇଥିବାବେଳେ ଚଉଡା ୫ ଫୁଟ ରହିଛି । କିଛି ଲୋକଙ୍କ କହିବା କଥା, ଏହି ବାକ୍ସ ତଳେ ରାବଣଙ୍କ ଅମୂଲ୍ୟ ସମ୍ପତ୍ତି ରହିଛି । ହିନ୍ଦୁ ଶାସ୍ତ୍ରର ମାନ୍ୟତା ଅନୁଯାୟୀ ରାବଣ ତ୍ରେତୟା ଯୁଗର ସବୁଠାରୁ ଶକ୍ତିଶାଳୀ ରାଜା ଥିଲେ । ମାତା ସୀତାଙ୍କୁ ଅପହରଣ କରି ଆଣିବା ପରେ ରାବଣ ତାଙ୍କୁ ଯେଉଁ ଅଶୋକ ବାଟିକାରେ ରଖିଥିଲେ ତା ପାଖରେ ଏକ ଝରଣା ରହିଛି । ଯାହାର ଚଟାଣରେ ଏବେ ବି ଭକ୍ତରାଜ ହନୁମାନଙ୍କ ପାଦଚିହ୍ନ ରହିଛି ।

ଶ୍ରୀଲଙ୍କାରେ ଏପରି ଏକ ଗୁମ୍ଫା ରହିଛି ଯାହା ରାବଣ ଏଲା ଭାବେ ଜଣାଶୁଣା । କାରଣ ଏହି ଗୁମ୍ଫା ଶ୍ରୀଲଙ୍କାର ଏଲାରେ ଅବସ୍ଥିତ ଯେଉଁଠି ରାବଣ କିଛି ବର୍ଷ ବିତାଇଥିଲେ । ଏହି ଜାଗା ସମୁଦ୍ର ପତନ ଠାରୁ ୪ ହଜାର ୪୯୦ ଫୁଟ୍ ଉଚ୍ଚତାରେ ଅବସ୍ଥିତ । ଏଠାରେ ପହଞ୍ଚିବାକୁ ପୂରା ଗୋଟିଏ ଦିନ ସମୟ ଲାଗେ । ଗୁମ୍ଫା ପର୍ଯ୍ୟନ୍ତ ପହଞ୍ଚିବାର ରାସ୍ତା ବେଶ୍ କଠିନ । ଯାହାର ସିଡି ଭାଙ୍ଗିରୁଜି ଯାଇଛି । ଶ୍ରୀଲଙ୍କାରେ ରାବଣ ଗୋଡା ବୋଲି ଗୋଟିିଏ ସ୍ଥାନ ରହିଛି । ଯେଉଁଠି ରହିଥିବା ଅନେକ ଗୁମ୍ଫା ଏବଂ ସୁଡଙ୍ଗରୁ ଜଣାପଡେ କି ରାବଣଙ୍କ ଗୁମ୍ପାଗୁଡିକୁ ପରସ୍ପର ସହ ସଂଯୋଗ ସଂଯୋଗ କରିଥାଏ । କିଛି ସୁଡଙ୍ଗ ଦକ୍ଷିଣ ଆଫ୍ରିକା ପର୍ଯ୍ୟନ୍ତ ଲମ୍ବିଥିବା ମଧ୍ୟ ଲୋକେ ବିଶ୍ୱାସ କରନ୍ତି । ଯେଉଁଥିରେ ରାବଣ ତାଙ୍କର ଅନେକ ମୂଲ୍ୟବାନ ସମ୍ପତ୍ତି ଲୁଚାଇ ରଖିଥିଲେ । ଆଉ କିଛି ଲୋକଙ୍କ ବିଶ୍ୱାସ ଯେ କିଛି ଗୁମ୍ଫା ହଣ୍ଡୁରାସ ପର୍ଯ୍ୟନ୍ତ ମଧ୍ୟ ଯାଇଛି, ଯେଉଁଠି ପାତାଳ ରାଜା ଅହିରାବଣଙ୍କ ନିବାସ ସ୍ଥାନ ଥିଲା । ରାବଣଙ୍କ ଜୀବୀତ ରହିବା କଥା ଆଜି ମଧ୍ୟ ଗବେଷଣାର ପ୍ରସଙ୍ଗ ହୋଇ ରହିଛି । ଶ୍ରୀଲଙ୍କା ଗବେଷଣା କେନ୍ଦ୍ରର ଦାବି ଅନୁସାରେ ଏହା ଲାଗୁଛି କି ବୋଧହୁଏ ଆଜି ମଧ୍ୟ ରାବଣଙ୍କ ଶରୀରକୁ ସୁରକ୍ଷିତ ରଖାଯାଇଛି । ଆଉ କଳିଯୁଗରେ ରାବଣଙ୍କୁ ପୁଣିଥରେ କଳିପୁରୁଷଙ୍କ ଦ୍ୱାରା ଜୀବଦାନ ଦିଆଯାଇପାରେ । ଆଉ ପ୍ରଭୁ ଶ୍ରୀବିଷ୍ଣୁ ଯେତେବେଳେ କଳ୍କୀ ଅବତାର ନେବେ ସେତେବେଳେ ହୁଏତ ତାଙ୍କୁ କଳିପୁରୁଷ ସହିତ ରାବଣ ବିରୋଧରେ ମଧ୍ୟ ଯୁଦ୍ଧ କରିବାକୁ ପଡିପାରେ ।

 

Get real time updates directly on you device, subscribe now.