fbpx

ଖୁସିଖବର! ବଢ଼ିପାରେ Retirement ର ବୟସ ଓ Pensionର ଅବଧି

ନୂଆଦିଲ୍ଲୀ: କର୍ମଚାରୀମାନଙ୍କୁ ଖୁବଶୀଘ୍ର ଖୁସି ଖବର ଦେଇପାରନ୍ତି କେନ୍ଦ୍ର ସରକାର । କର୍ମଚାରୀଙ୍କ ଅବସର ବୟସ ଏବଂ ପେନସନ୍ ରାଶି ବଢ଼ାଯାଇପାରେ । ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା କମିଟି ଦ୍ୱାରା ଏହି ପ୍ରସ୍ତାବ ଜାରି କରାଯାଇଛି । ଏଥିରେ ଦେଶରେ ଲୋକଙ୍କ କାମ କରିବାର ବୟସ ସୀମା ବୃଦ୍ଧି ନେଇ ଚର୍ଚ୍ଚା ଚାଲିଛି । ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା କମିଟି କହିଛି ଯେ, ଦେଶରେ ଅବସର ବୟସ ବଢ଼ିବା ସହିତ ୟୁନିଭର୍ସାଲ ପେନସନ୍ ସିଷ୍ଟମ ମଧ୍ୟ ଆରମ୍ଭ କରାଯିବା ଉଚିତ ।

ରିପୋର୍ଟ ଅନୁଯାୟୀ, ଏହି ପରାମର୍ଶ ଅନୁଯାୟୀ କର୍ମଚାରୀମାନଙ୍କୁ ପ୍ରତ୍ୟେକ ମାସରେ ସର୍ବନିମ୍ନ ୨୦୦୦ ଟଙ୍କା ପେନସନ୍ ଦିଆଯିବା ଉଚିତ୍ । ଦେଶର ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ଉନ୍ନତ ବ୍ୟବସ୍ଥା କରିବାକୁ ସୁପାରିଶ କରିଛି ଆର୍ଥିକ ପରାମର୍ଶଦାତା କମିଟି ।

ଏହି ରିପୋର୍ଟ ଅନୁଯାୟୀ, ଯଦି କାର୍ଯ୍ୟକ୍ଷମ ବୟସର ଜନସଂଖ୍ୟା ବୃଦ୍ଧି ପାଇବ ତେବେ ଅବସର ବୟସ ବଢ଼ାଇବାକୁ ବହୁତ ଆବଶ୍ୟକତା ରହିଛି । ସାମାଜିକ ସୁରକ୍ଷା ବ୍ୟବସ୍ଥା ଉପରେ ଚାପ କମାଇବା ପାଇଁ ଏହା କରାଯାଇପାରିବ । ଏହି ରିପୋର୍ଟରେ ୫୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ଦକ୍ଷତା ବିକାଶ ବିଷୟରେ ମଧ୍ୟ କୁହାଯାଇଛି ।

ରିପୋର୍ଟରେ କୁହାଯାଇଛି ଯେ, କେନ୍ଦ୍ର ଓ ରାଜ୍ୟ ସରକାର ଏଭଳି ନୀତି ପ୍ରସ୍ତୁତ କରିବା ଉଚିତ ଯାହା ଦ୍ୱାରା ଦକ୍ଷତା ବିକାଶ ହୋଇପାରିବ । ଏହି ପ୍ରୟାସରେ ଅସଂଗଠିତ କ୍ଷେତ୍ର, ଦୁର୍ଗମ ଅଞ୍ଚଳ, ଶରଣାର୍ଥୀ, ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବା ଉଚିତ, ଯେଉଁମାନଙ୍କର ପ୍ରଶିକ୍ଷଣ ପାଇବା ପାଇଁ ମାଧ୍ୟମ ନାହିଁ, କିନ୍ତୁ ସେମାନଙ୍କୁ ତାଲିମ ଦିଆଯିବା ଆବଶ୍ୟକ ।

Get real time updates directly on you device, subscribe now.