fbpx

୨୦୦ ପ୍ରେତ ଆତ୍ମାଙ୍କ ଘର , ଯାହା ପରିବାରର ୫ଜଣଙ୍କ ଜୀବନରେ ଆଣିଦେଲା ଝଡ

ଆପଣ ଭୁତ ପ୍ରେତ ଆଦିକୁ ବିଶ୍ୱାସ କରନ୍ତି କି ? କହିବାକୁ ଗଲେ ଏହାର ଜବାବ କିଛି ଲୋକଙ୍କ ଠାରୁ ହଁ ଆସିବା ବେଳେ କିଛି ଲୋକଙ୍କ ଉତ୍ତର ନାଁ ହୋଇପାରେ । ହେଲେ ଆମେ ଆପଣଙ୍କୁ ଏମିତି ଏକ ସତ୍ୟ କାହାଣୀ  ଉପରେ ଆଲୋଚନା କରିବାକୁ ଯାଉଛୁ । ଯାହାକୁ ଶୁଣି ଆପଣ ଭାବିବାକୁ ବାଧ୍ୟ ହେବେ କି ସତରେ ଭୂତପ୍ରେତ ଏହି ଦୁନିଆରେ ଅଛନ୍ତି । ତେବେ ନଭେମ୍ବର ୨୦୧୧ ମସିହାରେ ଆମେରିକାରେ ଲଟୋୟା ଏମନ୍ସ ନାମକ ଜଣେ ମହିଳା ନିଜର ୩ଟି ପିଲା ଏବଂ ତାଙ୍କ ମାଆ ରୋଜା କାମ୍ପବେଲଙ୍କ ସହ ଇଣ୍ଡିଆନା ରାଜ୍ୟର କୈରୋଲିନା ଷ୍ଟ୍ରିଟ ସ୍ଥିତ ଏକ ଭଡା ଘରେ ରହିବା ପାଇଁ ଯାଇଥିଲେ ।

ପ୍ରଥମରୁ ଲଟୋୟାଙ୍କୁ ଏହି ଘର ପସନ୍ଦ ଆସିନଥିଲା । ହେଲେ ପରିବାର ମାଳିର ଦେହ ଭଲ ନଥିବା କାରଣରୁ ତାଙ୍କୁ ସେଠାରେ ରହିବାକୁ ପଡ଼ିଥିଲା । ପରେ ସେହି ଘରେ ଏମିତି ଅଜବ ଅଜବ ଜିନିଷ ଘଟିବାକୁ ଲାଗିଲା ଯାହା ଦ୍ୱାରା ତାଙ୍କ ପରିବାର ସଦସ୍ୟଙ୍କୁ ହଇରାଣର ଶିକାର ହେବାକୁ ପଡ଼ିଲା । ପ୍ରଥମେ ତାଙ୍କ ଘର ଭିତରକୁ ବଡ଼ ବଡ଼ କଳା ମାଛି ପ୍ରବେଶ କରିଥିଲେ । ଏହା ସବୁଠାରୁ ବଡ଼ ହଇରାଣ କରିବାର କଥା । ଡିସେମ୍ବର ମାସର କଠିନ ଶୀତରେ ଏମିତି ମାଛି ଆସିବା ଏକ ଅସମ୍ଭବ କଥା । କାରଣ ଏହି ମାଛି ମାନେ ଥଣ୍ଡା ସହି ନପାରି ଗରମ ସ୍ଥାନକୁ ପଳାଇଥାନ୍ତି । ଦ୍ୱିତୀୟରେ ଲୋଟାୟା ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ସେହି ଘରେ ଏକ ପାଦ ଶବ୍ଦ ଶୁଣିବା ସହ ଛାୟା ମଧ୍ୟ ଦେଖିଥିଲେ ।

କେତେ ଥର ତଳ ଘରେ କେହି ଜଣେ ପାଦରେ ଚାଲିବା ଶବ୍ଦ ଶୁଣୁଥିଲେ । ଏହାପରେ ସେ ତଳ ଘରକୁ ବନ୍ଦ ମଧ୍ୟ କରି ଦେଇଥିଲେ, ହେଲେ ସେହି ଶବ୍ଦ ବନ୍ଦ ହୋଇନଥିଲା । ତାଙ୍କ ମାଆ ଦିନେ ସେହି ଶବ୍ଦ ସହ ଏକ ଛାଇ ଦେଖିଥିଲେ । ଏହି ଘଟଣା ୨୦୧୨ ମସିହାର ୧୦ ମାର୍ଚ୍ଚର ଘଟଣା ଥିଲା । ତୃତୀୟ ଘଟଣାରେ ସେ ଏମିତି କିଛି ଅନୁଭବ କରିଥିଲେ ଯାହା ଦ୍ୱାରା ସେମାନଙ୍କ ଡର ବିଶ୍ୱାସରେ ପରିଣତ ହୋଇଥିଲା । ଦିନେ ରାତିରେ ଲୋଟାୟା ତାଙ୍କ ଝିଅ ରୁମରେ କେହି ଜଣେ କାନ୍ଦୁଥିବାର ଶୁଣିବାକୁ ପାଇଲେ । ତେଣୁ ସେ ତାଙ୍କ ମାଆଙ୍କ ସହ ସେହି ରୁମକୁ ଯାଇ ଦେଖିଲା ବେଳକୁ ତାଙ୍କ ଝିଅ ବେହୋଶ ହୋଇ ଶୂନ୍ୟରେ ଟଙ୍ଗା ହେଲା ଭଳି ଲଟକିଛନ୍ତି । ତେବେ ଏହାପରେ ସେ ଭୂତଙ୍କ କବଳରୁ ରକ୍ଷା ପାଇବା ପାଇଁ ଚର୍ଚ୍ଚର ପାଦରୀଙ୍କ ସାହାଯ୍ୟ ନେବାକୁ ନିଷ୍ପତ୍ତି ନେଲେ । ହେଲେ ପାଦରୀ ସାହାଯ୍ୟ ପାଇଁ ମନା କରିଦେଲେ । କାରଣ ପାଦରୀ ସେହି ଘରର ଇତିହାସ କଥା ଜାଣିଥିଲେ । କିନ୍ତୁ ଲୋଟାୟା ପାଦରୀଙ୍କ ଠାରୁ ଘରର ରହସ୍ୟ କଥା ଜାଣିବାକୁ ଚେଷ୍ଟା କଲେ । ସେ କହିଲେ ଯେ, ଏହି ଘରେ ଜଣେ ନୁହେଁ ୨୦୦ଜଣ ଭୂତ ବାସ କରୁଛନ୍ତି । ଏହା ଶୁଣି ଲୋଟାୟାଙ୍କ ହୋସ ଉଡ଼ିଗଲା । ପଦାରୀ ତାଙ୍କୁ ତୁରନ୍ତ ଘର ଛାଡ଼ିବାକୁ ନିର୍ଦ୍ଦେଶ କରିଥିଲେ ।

କିନ୍ତୁ ମାଳି ଦେହ ଖରାପ ପାଇଁ ହଠାତ ସେମାନେ ସେହି ଘର ଛାଡ଼ି ପାରି ନଥିଲେ । ଏହାପରେ ଆହୁରି ଭୟାନକ ଜିନିଷ ତାଙ୍କ ସହ ଘଟିବାକୁ ଲାଗିଲା । ତାଙ୍କର ୩ଟି ପିଲାଙ୍କ ବୟସ ଯଥାକ୍ରମେ ୭,୯ ଓ ୧୨ ବର୍ଷ ଥିଲା । ସେମାନଙ୍କ ଶରୀର ମଧ୍ୟକୁ ସଇତାନ ମାନେ ପ୍ରବେଶ କରିଥିଲେ । ଏମିତି ହେଲା ପରେ ପିଲାଙ୍କ ଦେହ ଅସୁସ୍ଥ କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥିଲା । ଖାଲି ଏହା ନୁହେଁ ତାଙ୍କର ଜଣେ ୯ ବର୍ଷ ପୁଅ ଛାତ ଉପରେ ଓଲଟା ଚାଲିବାକୁ ଲାଗିଲା । ଏହି ସବୁ ଭୟାନକ ଦୃଶ୍ୟ ଦେଖି ସେ ମର୍ମାହତ ହୋଇଥିଲେ ।

ଏହି ଘଟଣାରେ ପୋଲିସ ଏବଂ ଚର୍ଚ୍ଚର ପାଦାରୀ ସେମାନଙ୍କୁ ସାହାଯ୍ୟ କରିଥିଲେ । ମାଇକେଲ ମାଗିନୋଟ ନାମକ ପାଦାରୀ ଜଣଙ୍କ ସେହି ଘରକୁ ଯାଇ ପୂଜାପାଠ ସହ ଝଡ଼ାଫୁଙ୍କା କରି ୨୦୦ ଆତ୍ମାଙ୍କୁ ହଟାଇଥିଲେ । ହେଲେ ଝଡ଼ାଫୁଙ୍କା ପରେ ପାଦାରୀଙ୍କ ଦେହ ବହୁତ ଅସୁସ୍ଥ ରହିଲା । ଏହି ଘଟଣାକୁ ଆଖି ଆଗରେ ରଖି ସରକାର ତାଙ୍କୁ ଅନ୍ୟ ଏକ ଘର ରହିବା ପାଇଁ ଦେଇଥିଲେ । ହେଲେ ଏହି ୨୦୦ ଭୂତ ଘରର କଥା ଚାରିଆଡ଼େ ଖେଳିଯାଇଥିଲା । ଯାହାଫଳରେ ପାଖରେ ରହୁଥିବା ଲୋକେ ଡ଼ରିଯାଇଥିଲେ । ଶେଷକୁ ସରକାର ଏହି ଘରକୁ ୬ମାସ ମଧ୍ୟରେ ଭାଙ୍ଗି ଦେଇଥିଲେ ।

Get real time updates directly on you device, subscribe now.