fbpx
BSKY SKY
BSKY SKY

ଦିଲ୍ଲୀର ପ୍ରଦୂଷଣକୁ ନେଇ ଚିନ୍ତାରେ ସରକାର: ସବୁ ଜାଗାରେ ୪୦୦ ପାର ହେଲା AQI

BSKY

ନୂଆଦିଲ୍ଲୀ: ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି ଦିଲ୍ଲୀ NCRର ବାୟୁମଣ୍ଡଳ । ଆଜି ମଧ୍ୟ ଘନ ଧୂଆଁ ଯୋଗୁଁ ରାଜଧାନୀ ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ବାୟୁମଣ୍ଡଳର ଗୁଣବତ୍ତା ଗମ୍ଭୀର ସ୍ଥିତିରେ ରହିଛି । ଦିଲ୍ଲୀ-NCRରେ ବାୟୁର ଗୁଣବତ୍ତା ଲଗାତାର ହ୍ରାସ ପାଇବାରେ ଲାଗିଛି । ଏହା ସହିତ ରାଜ୍ୟର ଅଧିକାଂଶ ସ୍ଥାନରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୦ ଉପରେ ପହଞ୍ଚିଛି । ଯାହା ଏବେ ରାଜ୍ୟବାସୀଙ୍କ ପାଇଁ ବିପଦ ଟାଣି ଆଣିଛି ।

ସୂଚନା ଅନୁସାରେ, ଶନିବାର ସକାଳେ ରାଜଧାନୀର ବାୟୁ ଗୁଣବତ୍ତା ସୂଚକାଙ୍କ ବା AQI ୪୩୧ ରେକର୍ଡ ହୋଇଛି । ସେହିପରି ଏୟାରପୋର୍ଟ(T3)ରେ ୪୫୩, ଗୁରୁଗ୍ରାମରେ ୪୭୮ ଏବଂ ନୋଏଡାରେ ଏହା ୫୨୯କୁ ବୃଦ୍ଧି ପାଇଛି । ତେବେ ଧୀରପୁରରେ ଏହା ୫୩୪ ଥିବା ରେକର୍ଡ କରାଯାଇଛି । ଅନ୍ୟ ପକ୍ଷରେ ଦିଲ୍ଲୀ AQI ଶନିବାର ‘ଗମ୍ଭୀର’ ରୁ ଆହୁରି ଖରାପ ସ୍ଥିତିରେ ପହଞ୍ଚିବା ନେଇ CQM ପୂର୍ବାନୁମାନ କରିଛି । ଦିଲ୍ଲୀ ଏନସିଆରରେ ପଲ୍ୟୁସନର ଆଟାକ ପରେ ମେଡିକାଲରେ କାଶ, ଜ୍ୱର ଏବଂ ଶ୍ୱାସକ୍ରିୟା ଜନିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରାଜଧାନୀ ଏବଂ ପାଖ ଅଞ୍ଚଳର ବାୟୁ ଗୁଣବତ୍ତା ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଡାକ୍ତର ମଧ୍ୟ ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ମାସ୍କ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରଦୂଷଣ ବୃଦ୍ଧିକୁ ନଜରରେ ରଖି ପ୍ରାଥମିକ ବିଦ୍ୟାଳୟଗୁଡିକୁ ବନ୍ଦ ରଝିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଦିଲ୍ଲୀ ପର୍ଯ୍ୟାବରଣ ମନ୍ତ୍ରୀ ଗୋପାଳ ରାୟ କର୍ମଚାରୀଙ୍କୁ ୱାର୍କ ଫ୍ରମ୍ ହୋମ୍ କରିବା ପାଇଁ ଆଦେଶ ଜାରି କରିଛନ୍ତି । ପ୍ରାଇଭେଟ କମ୍ପାନୀଗୁଡିକୁ ମଧ୍ୟ ଏହି ନିୟମ ପାଳନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.