fbpx

#BoycottPathaan,କାହିଁକି ହେଉଛି ଟ୍ରେଣ୍ଡ; ଜାଣନ୍ତୁ କଣ ରହିଛି କାରଣ

ମୁମ୍ବାଇ: ଶାହାରୁଖ୍ ଖାନଙ୍କ  ଫିଲ୍ମ ‘ପଠାନ’ର ଟିଜର ନଭେମ୍ବର ୨ ତାରିଖ ଅର୍ଥାତ କିଙ୍ଗ୍ ଖାନଙ୍କ ଜନ୍ମଦିନରେ ରିଲିଜ ହୋଇଛି । ଯାହାକୁ ନେଇ ଶାହାରୁଖ ଖାନଙ୍କ ଫ୍ୟାନ୍ସମାନେ ବହୁତ ଉତ୍ସାହିତ ଅଛନ୍ତି । ଏହି ଚଳଚିତ୍ରରେ ଦୀପିକା ପାଦୁକୋନ୍ ଏବଂ ଜନ୍ ଆବ୍ରାହମ୍ ମୁଖ୍ୟ ଭୂମିକାରେ ନଜର ଆସିବେ । ତେବେ ୟଶରାଜ ବ୍ୟାନରଙ୍କ ଏହି ପଠାନ ମୁଭି ବହୁଦିନ ପରେ ବଡ ପରଦାରେ ଆସିବାକୁ ଯାଉଛି । କିନ୍ତୁ ଏହା ରିଲିଜ ହେବା ପୂର୍ବରୁ ହିଁ ଏହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । କିଛି ଲୋକ ଶାହାରୁଖ୍ ଖାନଙ୍କ ଏହି ଫିଲ୍ମକୁ ବୟକଟ୍ କରିବାକୁ ମଧ୍ୟ ଦାବି କରିଛନ୍ତି । ଯାହାକି ଟ୍ୱିଟରରେ ଟ୍ରେଣ୍ଡ ହେଉଛି ।

ତେବେ ସିଦ୍ଧାର୍ଥ ଆନନ୍ଦ ‘ପଠାନ’ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ଏହା ପୂର୍ବରୁ ସେ ‘ୱାର’ ଚଳଚିତ୍ରର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ । ତେଣୁ ପଠାନ ଫିଲ୍ମର ଟିଜର ରିଲିଜ ହେବା ପରେ ୟୁଜର୍ସମାନେ ଏହାକୁ ‘ୱାର’ ସହ ତୁଳନା କରିଥିଲେ ଏବଂ ଏହାର VFX ର ମଜାକ ଉଡାଇଥିଲେ । ତେବେ #BoycottPathaan ଦୁଇଦିନ ହେବ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଥିବା ଜଣାପଡିଛି ।

ଏହି ପଠାନ ଚଳଚିତ୍ରକୁ ନେଇ ଅନେକ ୟୁଜର୍ସ ବିଭିନ୍ନ ପ୍ରକାର ଟୁଇଟ୍ କରୁଛନ୍ତି । ସେଥିମଧ୍ୟରୁ କିଛି ୟୁଜର୍ସ ଏହି ଫିଲ୍ମରେ ଦୀପିକା ପାଦୁକୋନଙ୍କ ଉପସ୍ଥିତିକୁ ନେଇ ମଧ୍ୟ ବିରୋଧ କରୁଥିବା ଜଣାପଡିଛି । ତେବେ ଶାହାରୁଖ୍ ଖାନଙ୍କ ଏହି ପଠାନ ଫିଲ୍ମ ୨୫ ଜାନୁଆରୀ ୨୦୨୩ ମସିହାରେ ବିଭିନ୍ନ ସିନେମା ଘରେ ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି  ।

Get real time updates directly on you device, subscribe now.