fbpx

ଗୁଜରାଟ ନିର୍ବାଚନରେ କଂଗ୍ରେସକୁ ବଡ ଝଟକା, ଦଶଥର ବିଧାୟକ ପଦବୀରେ ରହିବା ପରେ ବିଜେପିରେ ଯୋଗଦେଲେ କଂଗ୍ରେସ ନେତା

ଗୁଜରାଟ: ଆଗକୁ ଆସୁଛି ଗୁଜରାଟ ବିଧାନସଭା ନିର୍ବାଚନ । ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିବା ପରେ ଗୁଜରାଟ ରାଜନୀତିରେ ରାଜନୈତିକ ଅସ୍ଥିରତା ଦେଖା ଦେଇଛି । ଗତକାଲି କଂଗ୍ରେସକୁ ବଡ ଝଟକା ଲାଗିଛି । କଂଗ୍ରେସର ବରିଷ୍ଠ ବିଧାୟକ ମୋହନ ସିଂ ରାଠବା ଦଳ ବଦଳ କରି ବିଜେପିରେ ସାମିଲ ହୋଇଛନ୍ତି । ଏନେଇ କଂଗ୍ରେସ ଅଧ୍ୟକ୍ଷ ଜଗଦିଶ ଠାକୋରଙ୍କୁ ୭୮ବର୍ଷିୟ ରାଠବା ନିଜର ଇସ୍ତଫା ପତ୍ର ଦେଇଛନ୍ତି । ଆଦିବାସୀ ନେତା ରାଠବା ବିଧାନସଭାରେ ଦଶଥର ସଦସ୍ୟ ରହିଆସିବା ସହ ବର୍ତ୍ତମାନ ଗୁଜରାଟର ଛୋଟ ଉଦୟପୁରରେ (ଏସଟି) ନିର୍ବାଚନ ପାଇଁ ପ୍ରତିନିଧିତ୍ୱ କରୁଥିଲେ । ସେ ୨୦୧୨ ମସିହା ପୂର୍ବରୁ ଛୋଟ ଉଦୟପୁର ଜିଲ୍ଲାର ପାବି-ଜେଟପୁରରେ ବିଧାୟକ ଥିଲେ ।

ତେବେ ରାଠବା ଘୋଷଣା କରିଥିଲେ ଯେ, ଅଗକୁ ଆସୁଥିବା ବିଧାନସଭା ପାଇଁ କୌଣସି ଟିକେଟ ମାଗିବେ ନାହିଁ । କାରଣ ସେ ଚାହୁଁଥିଲେ ତାଙ୍କ ସିଟ ସାହାଯ୍ୟରେ ତାଙ୍କ ପୁଅ ରାଜେନ୍ଦ୍ର ସିଂହ ରାଠବା ରାଜନୀତି ମଇଦାନରେ ଯୋଗଦାନ କରୁ ବୋଲି । ହେଲେ ସେହିସମୟରେ କଂଗ୍ରେସର ଅନ୍ୟ ଏକ ସାଂସଦ ନାରଣ ରାଠବା ତାଙ୍କ ପୁଅପାଇଁ ନିଜ ସିଟରେ ଟିକେଟ ମାଗିଥିଲେ । ହେଲେ ଗୁଜରାଟରେ ୨ ସ୍ତରରେ ଭୋଟ ହେବ, ଡିସେମ୍ବର 1 ଓ 5 ତାରିଖରେ ଭୋଟ ହେବ ।

ଏହାକୁ  ଆଖିଆଗରେ ରଖି ମୋହନ ସିଂହ ରାଠବା ନିଜର ତ୍ୟାଗ ପତ୍ର ଦେଇଥିଲେ । ପରେ ବିଜେପି କାର୍ଯ୍ୟଳୟ ଅହମଦାବାଦରେ ପହଁଚିଥିଲେ । ସେଠାରେ ରାଜ୍ୟ ସଚିବ ଭାର୍ଗବ ଭଟ୍ଟଓ ପ୍ରଦୀପ ସିଂ ବାଘେଲା ତାଙ୍କୁ ବିଜେପିରେ ସାମିଲ କରିଥିଲେ । ତେବେ ସମାରୋହରେ ରାଠବାଙ୍କ ପୁତ୍ର ରାଜେନ୍ଦ୍ର ସିଂ ଯୋଗଦାନ କରିଥିଲେ । ସେଠାରେ ରାଠବା ବିଜେପି ମୁଖ୍ୟାଳୟରେ କହିଥିଲେ ଯେ, ମୁଁ ବର୍ତ୍ତମାନ ବୁଢା ହୋଇସାରିଲାଣି ମୋ ପୁଅ ରାଜେନ୍ଦ୍ର ସିଂ ଜଣେ ସିଭିଲ ଇଞ୍ଜିନିୟର । ପୁଅ ମତାନୁସାରେ ଆମେ ବିଜେପିରେ ସାମିଲ ହୋଇଯିବା ଭଲ ହେବ । ସେଥିପାଇଁ ଆମେ ବିଜେପିରେ ସାମିଲ ହୋଇଗଲୁ । ଏହା ସହ ବିଜେପି ତାଙ୍କୁ ଟିକେଟ ଦେବ ବୋଲି ସେ ଶତପ୍ରତିଶତ ନିଶ୍ଚିତ ଅଛନ୍ତି ।

ତେବେ ରାଠବାଙ୍କୁ ପ୍ରଶ୍ନ କରାଗଲା କି ତୁମ ପୁଅକୁ କଣ କଂଗ୍ରେସ ଟିକେଟ ଦେବାକୁ ମନା କରିଦେଲା? ସେ ଉତ୍ତରରେ କହିଥିଲେ ଯେ, କଂଗ୍ରେସ ନିଷ୍ପତ୍ତି ନେବା ପୂର୍ବରୁ ଆମେ ବିଜେପିରେ ସାମିଲ ହେଲୁ । କଂଗ୍ରେସ ତାଙ୍କୁ ଟିକେଟ ଦେବ ନାହିଁ ବୋଲି କେବେ କହି ନଥିଲା । ହେଲେ ସେ ତାଙ୍କ ଆଦିବାସୀ କ୍ଷେତ୍ରରେ ବିଜେପି ସରକାର ଓ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟରେ ପ୍ରଭାବିତ ଥିଲେ । କେବଳ ଏହି କାରଣ ପାଇଁ ସେ ବିଜେପି ଦଳରେ ମିଶିଥିଲେ ବୋଲି ନିଜେ ରାଠବା ମତ ରଖିଛନ୍ତି ।

Get real time updates directly on you device, subscribe now.