fbpx

ନୀରବ ମୋଦିଙ୍କୁ ଝଟକା ଦେଲେ ବ୍ରିଟିଶ ଅଦାଲତ: ଏଥର ଆସିବେ ଭାରତ!

ନୂଆଦିଲ୍ଲୀ: ଲଣ୍ଡନର ଉଚ୍ଚ ନ୍ୟାୟାଳୟ ଏବେ ନୀରବ ମୋଦିଙ୍କୁ ଏକ ଝଟକା ଦେଇଛନ୍ତି । ଏବେ ଭାରତକୁ ଫେରିବା ପାଇଁ ହୀରା ବ୍ୟବସାୟୀ ନୀରବଙ୍କୁ ମିଳିଛି କଡା ନିର୍ଦ୍ଦେଶ । ନ୍ୟାୟଧୀଶ ଜେରେମୀ ଷ୍ଟୁଆର୍ଟ- ସ୍ମିଥ ଏବଂ ନ୍ୟାୟଧୀଶ ରବର୍ଟ ଜେ. ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଏହାପରେ ବର୍ତ୍ତମାନ ନୀରବଙ୍କୁ ଭାରତ ଫେରିବାକୁ ହିଁ ପଡିବ ବୋଲି କୁହାଯାଉଛି । ପଞ୍ଜାବ ନେସନାଲ ବ୍ୟାଙ୍କ ଲୋନ ଘୋଟାଲା ମାମଲାରେ ପ୍ରାୟ ୨ ଆରବ ଡଲାରର ଠକେଇ ଅଭିଯୋଗରେ ଫସିଥିଲେ ପ୍ରସିଦ୍ଧ ହୀରା ବ୍ୟବସାୟୀ ନୀରବ ମୋଦି ।

ସୂଚନା ଅନୁସାରେ, ଲଣ୍ଡନରେ କାରାଗାର କାଟୁଥିବା ନୀରବ ମୋଦିଙ୍କୁ ଯଥାଶୀଘ୍ର ଭାରତ ଫେରାଇ ଆଣିବା ପାଇଁ ଯୋଜନା କରୁଛନ୍ତି ସରକାର । ଏଥିପାଇଁ ସରକାରୀ ଏଜେନ୍ସି ଅପିଲ କରିଥିଲେ । ଏହି ଅପିଲରେ କୁହାଯାଇଛି ଯେ, ନୀରବ ମୋଦି ଭାରତର ବ୍ୟାଙ୍କିଙ୍ଗ ସିଷ୍ଟମ ସହିତ ବେଇମାନୀ କରିଛି । ତେଣୁ ତାଙ୍କୁ ଭାରତୀୟ ଏଜେନ୍ସିକୁ ସମର୍ପଣ କରିଦେବା ପାଇଁ ଏଥିରେ ଅପିଲ କରାଯାଇଥିଲା । ତେବେ ଏହାକୁ ରୋକିବା ପାଇଁ ନୀରବ ମଧ୍ୟ କୁବ ପ୍ରୟାସ କରିଥିଲେ । ଭାରତୀୟ ଆଇନକୁ ବିରୋଧ କରିବା ପାଇଁ ମଧ୍ୟ ପ୍ରସ୍ତୁତ ହୋଇଥିବା ନେଇ ମଧ୍ୟ ଆଲୋଚନା ହୋଇଥିଲା । ତେବେ ନୀରବଙ୍କ ଭାରତ ପଠାଇବା ପାଇଁ ନିର୍ଦ୍ଦେଶ ଦେବା ପରେ ସେ ହାଇକୋର୍ଟର ମଧ୍ୟ ଦ୍ୱାରସ୍ଥ ହୋଇଥିଲେ । ଏବେ ହାଇକୋର୍ଟ ମଧ୍ୟ ଏହି ଅପିଲକୁ ଖାରଜ କରିବା ସହିତ ଭାରତ ପଠାଇବା ପାଇଁ ଆଦେଶ ଜାରି କରିଛନ୍ତି ।

ଭାରତରେ ଜେଲର ପରିସ୍ଥିତି ଖୁବ ଖରାପ ରହିଥିବା ବେଳେ ଏଠାରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଯୁକ୍ତି ବାଢିଥିଲେ ନୀରବ । ତେବେ ନିଜକୁ ବଞ୍ଚାଇବା ପାଇଁ ନୀରବ ଏମିତି କହିଥିବା ସୂଚନା ଦେଇଥିଲା ଭାରତୀୟ ଏଜେନ୍ସି । ଏହାପରେ ହାଇକୋର୍ଟ ନୀରବ ମୋଦିଙ୍କ ଅପିଲକୁ ଖାରଜ କରି ତାଙ୍କୁ ଭାରତୀୟ ଏଜେନ୍ସିକୁ ଦେବା ପାଇଁ ରାୟ ଦେଇଛନ୍ତି ।

Get real time updates directly on you device, subscribe now.