fbpx

ମା ଲକ୍ଷ୍ମୀଙ୍କର ବହୁତ ପ୍ରିୟ ହୋଇଥାଏ ଏହି ଫୁଲ; ଆପର୍ଣ ପରେ ବଦଳିବ ଆପଣଙ୍କ ଭାଗ୍ୟ ହେବ ଧନବର୍ଷା

ପ୍ରତ୍ୟେକ ବ୍ୟକ୍ତି ତା’ ଜୀବନରେ ସୁଖ, ସମୃଦ୍ଧି, ଧନ ଏବଂ ବୈବଭ ପାଇବା ପାଇଁ କଠିନ ପରିଶ୍ରମ କରିଥାଏ । କିନ୍ତୁ କିଛି କ୍ଷେତ୍ରରେ ବ୍ୟକ୍ତିକୁ ତା ପରିଶ୍ରମର ଫଳ ସମ୍ପୂର୍ଣ୍ଣ ରୂପେ ମିଳେ ନାହିଁ । ଯାହାଫଳରେ ସେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇଥାଏ । ଏପରି ସ୍ଥିତିରେ ଜ୍ୟୋତିଷ ଶାସ୍ତ୍ରରେ କିଛି ଉପାୟ ବିଷୟରେ କୁହାଯାଇଛି । ଯାହାକୁ କରିବା ଦ୍ୱାରା ମା ଲକ୍ଷ୍ମୀ ସେହି ବ୍ୟକ୍ତି ଉପରେ ତାଙ୍କର କୃପା ଦୃଷ୍ଟି ପକାଇଥାନ୍ତି । ଯାହାଫଳରେ ବ୍ୟକ୍ତିର ସମସ୍ତ ଦୁଖଃ ଦୂର ହେବା ସହ ଜୀବନରେ ଅନେକ ସଫଳତା ମଧ୍ୟ ପାଇଥାଏ । ଏଥିସହିତ ସେହି ବ୍ୟକ୍ତି ଧନବାନ ହୋଇଥାଏ । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏକ ଫୁଲ ଅଛି ଯହାକି, ମା ଲକ୍ଷ୍ମୀଙ୍କର ବହୁତ ପ୍ରିୟ ଅଟେ । ଏହି ଫୁଲକୁ ମାଙ୍କୁ ଅର୍ପଣ କରିବା ଦ୍ୱାରା ତାଙ୍କ କୃପା ପ୍ରାପ୍ତି ହୋଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ମାଙ୍କ ପ୍ରିୟ ଫୁଲ ବିଷୟ, ଯାହାକୁ ଅର୍ପଣ କରିବା ଦ୍ୱାରା ସେ ଖୁବ୍ ପ୍ରଶନ୍ନ ହୋଇଥାନ୍ତି ।
ମା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ ଏହି ଫୁଲ:

ଗଙ୍ଗଶିଉଳୀ ଫୁଲ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗଙ୍ଗଶିଉଳୀ ଫୁଲ ମା ଲକ୍ଷ୍ମୀଙ୍କର ବହୁତ ପ୍ରିୟ ହୋଇଥାଏ । ଯାହାକୁ ଅର୍ପଣ କରିବା ଦ୍ୱାରା ସେ ବହୁତ ପ୍ରଶନ୍ନ ହୋଇଥାନ୍ତି । ଏଥିସହିତ ତାଙ୍କ କୃପା ବର୍ଷା କରିଥାନ୍ତି । ଫଳରେ ଜୀବନରେ ଥିବା ସମସ୍ତ ସମସ୍ୟା ଦୂର ହେବା ସହ ଧନପ୍ରାପ୍ତି ମଧ୍ୟ ହୋଇଥାଏ । ଏତତ୍ ବ୍ୟତୀତ ଏହି ଫୁଲ ମାଙ୍କୁ ଅର୍ପଣ କରିବା ଦ୍ୱାରା ଅନେକ ପ୍ରକାର ଫଳ ମିଳିଥାଏ ।

ମନସ୍କାମନା ପୂର୍ଣ୍ଣ ହୋଇଥାଏ: ମା ଲକ୍ଷ୍ମୀଙ୍କୁ ଗଙ୍ଗ ଶିଉଳୀ ଫୁଲ ଅର୍ପଣ କରିବା ଦ୍ୱାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଏଥିସହିତ ଘରେ ସୁଖ ସମୃଦ୍ଧି ଲାଗି ରହିଥାଏ । ତେବେ ଘରେ ଏହି ଗଛ ଲଗାଇବା ଦ୍ୱାରା ଏକ ସକରାତ୍ମକ ଭାବନା ସୃଷ୍ଟି ହୋଇଥାଏ ।

ରୋଗରୁ ମୁକ୍ତି: ଯଦି ଆପଣଙ୍କ ପରିବାରର କୌଣସି ବ୍ୟକ୍ତି ଦୀର୍ଘଦିନ ହେବ ରୋଗରରେ ପଡିଛନ୍ତି ଏବଂ ଏହାଠାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଘର ପାଖରେ ଥିବା ମନ୍ଦିର ନିକଟରେ ଏକ ଗଙ୍ଗ ଶିଉଳୀ ଗଛ ଲଗାନ୍ତୁ । ଏପରି କରିବା ଦ୍ୱାରା ଘରେ ସକରାତ୍ମକ ଭାବନା ସୃଷ୍ଟି ହେବା ସହ ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ ।

ଭଲ ଚାକିରୀ ପାଇଁ ଉପାୟ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯଦି ଆପଣ ଏକ ଭଲ ଚାକିରି ପାଇବାକୁ ଚାହୁଁଛ କିନ୍ତୁ ତୁମର ଇଚ୍ଛା ପୂରଣ ହେଉନାହିଁ, ତେବେ ଗଙ୍ଗ ଶିଉଳୀ ଫୁଲକୁ ଗୁଣ୍ଡ କରି ଏହାକୁ ଏକ ଲାଲ୍ କପଡ଼ାରେ ବାନ୍ଧି ମା ଲକ୍ଷ୍ମୀଙ୍କ ଆଗରେ ରଖନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ଚାକିରି ସମ୍ବନ୍ଧୀୟ ସମସ୍ୟା ଶୀଘ୍ର ସମାଧାନ ହେବ ।

ଋଣ ମୁକ୍ତି ପାଇଁ ଉପାୟ: ଶାସ୍ତ୍ର ଅନୁସାରେ, ଯଦି ଆପଣ ଋଣ ପାଇଁ ଚନ୍ତାରେ ରହୁଥାନ୍ତି, ତେବେ ଗଙ୍ଗ ଶିଉଳୀ ମୂଳର ଏହି ଉପାୟ ଆପଣଙ୍କୁ ଋଣରୁ ମୁକ୍ତି ଦେଇପାରେ । ଏଥିପାଇଁ ଗଙ୍ଗଶିଉଳୀ ଗଛର ଚେରକୁ ଆଲମିରା କିମ୍ବା ଯେଉଁଠାରେ ଟଙ୍କା ରଖାଯାଏ ସେଠାରେ ରଖିବା ବହୁତ ଲାଭଦାୟକ ହୋଇଥାଏ । ତେବେ ଆପଣ ଏହାକୁ ନିଜ ପର୍ସରେ ମଧ୍ୟ ରଖିପାରିବେ । ଏହି ପ୍ରତିକାର ଦ୍ୱାରା ଆପଣ ଋଣରୁ ମୁକ୍ତି ପାଇଥାନ୍ତି ।

ବିବାହ ପାଇଁ ଉପାୟ: ଯଦି କୌଣସି ବ୍ୟକ୍ତିର ବିବାହରେ କିଛି ସମସ୍ୟା କିମ୍ବା ପ୍ରତିବନ୍ଧକ ଆସେ, ତେବେ ଗଙ୍ଗଶିଉଳୀ ଫୁଲର ଏହି ଉପାୟ ବହୁତ ଲାଭଦାୟକ ପ୍ରମାଣିତ ହୋଇପାରେ । ତେବେ ଶାସ୍ତ୍ର ଅନୁସାରେ, ଗଙ୍ଗଶିଉଳୀର ୭ଟି ଫୁଲ ନେଇ ଏକ କମଳା ରଙ୍ଗର କପଡ଼ାରେ ବାନ୍ଧି ଦେବୀ ଲକ୍ଷ୍ମୀଙ୍କ ଆଗରେ ରଖି ଦିଅନ୍ତୁ । ଏପରି କିରିବା ଦ୍ୱାରା ବିବାହ ପାଇଁ ଲାଗି ରହିଥିବା ସମସ୍ୟାର ପ୍ରତିକାର ହୋଇଥାଏ ।

Get real time updates directly on you device, subscribe now.