fbpx
BJD SKY
BJD SKY

‘ଦମନ’ ଫିଲ୍ମ ସାହାଯ୍ୟରେ ରାଜ୍ୟ ସଡ଼କ ପରିବହନ ବିଭାଗର ସଚେତନ ବାର୍ତ୍ତା, ଦଲାଲଙ୍କ ଜାଲରେ ନପଡିବାକୁ ଅପିଲ୍

BJD

ଭୁବନେଶ୍ୱର: ଅନଲାଇନ LL(ଲର୍ଣ୍ଣିଙ୍ଗ ଲାଇସେନ୍ସ) ପରୀକ୍ଷା ଦେବାକୁ ଡରନ୍ତୁ ନାହିଁ କି ଏଥିପାଇଁ ଦଲାଲଙ୍କ ଜାଲରେ ପଡନ୍ତୁ ନାହିଁ। ନିକଟରେ ରିଲିଜ ହୋଇଥିବା ଫିଲ୍ମ ଦମନ ଦର୍ଶକଙ୍କ ମନରେ ରାଜ କରୁଛି। ତେବେ ଫିଲ୍ମଟିର ଲୋକପ୍ରିୟତା ଦେଖି ରାଜ୍ୟ ସଡ଼କ ପରିବହନ ବିଭାଗ ଫିଲ୍ମ ମାଧ୍ୟମରେ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରିଛି। ଅନେକ ସମୟରେ ଦେଖିବାକୁ ମିଳେ ଯେ, ଲୋକମାନେ ଟଙ୍କା ଦେଇ ଦଲାଲ ମାନଙ୍କ ସାହାଯ୍ୟରେ ନିଜର LL ଏବଂ DL( ଡ୍ରାଇଭିଙ୍ଗ ଲାଇସେନ୍ସ) କରାଇ ନେଇଥାନ୍ତି। ତେବେ ଏହା ନିୟମ ବିରୁଦ୍ଧ ଅଟେ। ତେଣୁ ଏହି କାର୍ଯ୍ୟ ପାଇଁ ଦଲାଲଙ୍କ ଜାଲରେ ନପଡିବାକୁ ଆହ୍ୱାନ ଦେଇଛି ରାଜ୍ୟ ସଡ଼କ ପରିବହନ ବିଭାଗ।

ବିଭାଗ ପକ୍ଷରୁ କୁହାଯାଇଛି ଯେ, ଅନଲାଇନ LL ପରୀକ୍ଷା ଦେବାକୁ ଲୋକମାନେ ଆଦୌ ଡରନ୍ତୁ ନାହିଁ। ଏଥିପାଇଁ ଦଲାଲମାନଙ୍କ ସାହାଯ୍ୟ ଲୋଡ଼ନ୍ତୁ ନାହିଁ କିମ୍ବା ଲାଞ୍ଚ ଦିଅନ୍ତୁ ନାହିଁ। ଦରକାର ପଡିଲେ ଆରଟିଓ’କୁ ଯାଇ ଅଥବା ଘରେ ବସି ଅନଲାଇନ ପରୀକ୍ଷା ସାମ୍ପୁଲ ପେପର http://parivahan.gov.in ରେ ଅଭ୍ୟାସ କରନ୍ତୁ। ଆସନ୍ତୁ, ମିଳିତ ଉଦ୍ୟମ କରି ଭ୍ରଷ୍ଟାଚାରକୁ #ଦମନ କରିବା’ ବୋଲି ଏକ ଟ୍ୱିଟ କରି ଆହ୍ୱାନ ଦିଆଯାଇଛି।

ବର୍ତ୍ତମାନ ପୁରା ରାଜ୍ୟରେ ଧିମେଇ ଯାଇଥିବା ଓଡ଼ିଆ ସିନେମା ଜଗତକୁ ପୁଣି ଏକ ନୂଆ ଆଶା ଦେଇଛି ନିକଟରେ ରିଲିଜ ହୋଇଥିବା ବାବୁଶାନଙ୍କ ଅଭିନୀତ ସିନେମା ‘ଦମନ’। ସିନେମାଟିର ଟ୍ରେଲର ରିଲିଜ ପରଠାରୁ ହିଁ ଏହାକୁ ନେଇ ଲୋକଙ୍କ ମନରେ ଉତ୍କଣ୍ଠା ଭାରି ରହିଥିଲା। ତେବେ ଫିଲ୍ମଟି ସିନେମା ଘରରେ ରିଲିଜ ହେବ ପାଇଁ ଅନେକ ସଂଘର୍ଷ କରିବା ପରେ ଗତ ଶନିବାର ରିଲିଜ ହୋଇଥିଲା। ଲୋକମାନେ ଏହି ଫିଲ୍ମକୁ ଏବେ ଭୁରି ଭୁରି ପ୍ରଶଂସା କରୁଛନ୍ତି। ଏଥିରେ କାହାଣୀ, ସମସ୍ତଙ୍କ ଅଭିନୟ ଏବଂ ନିର୍ଦେଶନାକୁ ସମସ୍ତେ ପ୍ରଶଂସା କରୁଛନ୍ତି।

 

 

Get real time updates directly on you device, subscribe now.