fbpx

ଦୁଗ୍ଧ ସମେତ ଖାଆନ୍ତୁ ନାହିଁ ଏହିସବୁ ଖାଦ୍ୟ; ନଚେତ୍ ଦେଖାଦେଇପାରେ ପିଠି ଓ ଅଣ୍ଟା ଯନ୍ତ୍ରଣା

ଆଜିକାଲିର ବ୍ୟସ୍ତବହୁଳ ଜୀବନ ଏବଂ ଖରାପ ଖାଦ୍ୟଶୈଳୀ କାରଣରୁ ଆମେ ଅନେକ ସମୟରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଯାହାଫଳରେ ଆମ ଶରୀରରେ ଅନେକ ରୋଗ ସୃଷ୍ଟି ହୋଇଥାଏ । ଏତତ୍ ବ୍ୟତୀତ ଦିନସାରାର କାମ ବ୍ୟବସ୍ତତା ମଧ୍ୟ ଆମ ଶରୀରକୁ କ୍ଳାନ୍ତ କରିଦିଏ । ଖାସ କରି ଅଫିସରେ ଦୀର୍ଘ ସମୟ ବସି କାମ କରିବା ଦ୍ୱାରା ହାଡ ଜନିତ ସମସ୍ୟା ଦେଖାଦିଏ । ବିଶେଷ ଭାବରେ ଏହା ଆମ ପିଠି ଅଣ୍ଟାରେ ଅଧିକ ପ୍ରଭାବ ପକାଇଥାଏ । ଫଳରେ ଆମର ସେହି ସ୍ଥାନରେ ଖୁବ ଯନ୍ତ୍ରଣା ଅନୁଭୁତ ହୁଏ । କିନ୍ତୁ ଆପଣ ଜାଣିଛନ୍ତି ଖରାପ ଖାଦ୍ୟଶୈଳୀ ମଧ୍ୟ ପିଠି ଓ ଅଣ୍ଟା ଯନ୍ତ୍ରଣାର ମୁଖ୍ୟ କାରଣ ହୋଇଥାଏ । ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଖାଦ୍ୟପ୍ରତି ସତର୍କ ରହିବା ଆବଶ୍ୟକ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ଖାଦ୍ୟ ବିଷୟରେ…

ବ୍ୟାକପେନ୍ ଥିଲେ ଖାଆନ୍ତୁ ନାହିଁ ଏହି ଖାଦ୍ୟ:

ଜଙ୍ଗଫୁଡ: ବିଶେଷଜ୍ଞମାନଙ୍କ ମତରେ ଯଦି ଆପଣଙ୍କର ଅଣ୍ଟା ଏବଂ ପିଠିରେ (ବ୍ୟାକପେନ୍ ) ଯନ୍ତ୍ରଣା ହେଉଥାଏ ତେବେ ଆପଣ ପ୍ରୋସେଡ୍ ଫୁଡ ବା ପ୍ରକ୍ରିୟାକୃତ ଖାଦ୍ୟ ସେବନ ଠାରୁ ଦୂରେଇ ରୁହନ୍ତୁ । ନଚେତ୍ ଏହା ଆପଣଙ୍କ ସମସ୍ୟାକୁ ଅଧିକ ବଢାଇଦେବ । କାରଣ ଏପରି ଖାଦ୍ୟରେ ବହୁଳମାତ୍ରାରେ ପ୍ରୋସେସ୍ଡ ଗ୍ରେନ ବ୍ୟବହାର କରାଯାଇଥାଏ । ଯାହାକି ଏହା ଶରୀରରେ ଇନସୁଲିନ ବଢାଇବାରେ ସାହାଯ୍ୟ କରେ । ଫଳରେ ବ୍ୟାକପେନ୍ ସମସ୍ୟା ସୃଷ୍ଟି ହେବା ସହ ଏହା ବୃଦ୍ଧି ପାଇଥାଏ ।

ମିଠା: ବ୍ୟାକପେନ୍ ହେଉଥିଲେ ଉଚ୍ଚ ସର୍କରା ଜାତୀୟ ଖାଦ୍ୟ ଅର୍ଥାତ୍ ମିଠା ଠାରୁ ଦୂରେଇ ରୁହନ୍ତୁ । କାରଣ ଅଧିକ ମିଠା ଖାଇବା ଦ୍ୱାରା ଏହା ଆମ ଓଜନ ବୃଦ୍ଧି କରିଥାଏ । ଫଳରେ ଏହି କାରଣରୁ ଆମ ପିଠି ଓ ଅଣ୍ଟା ଯନ୍ତ୍ରଣାରେ ଅଧିକ ମାତ୍ରାରେ ଯନ୍ତ୍ରଣା ଅନୁଭୁତ ହୋଇଥାଏ । ତେଣୁ ବ୍ୟାକପେନ୍ ଥିଲେ ଏହି ଖାଦ୍ୟ ସେବନଠାରୁ ନିଜକୁ ଦୂରେଇ ରଖନ୍ତୁ ।

ରେଡମିଟ୍: ରେଡମିଟ୍ ପ୍ରୋଟିନର ଏକ ସମୃଦ୍ଧ ଉତ୍ସ ଅଟେ ।କିନ୍ତୁ ଆପଣଙ୍କର ଯଦି ପିଠି ଯନ୍ତ୍ରଣା ହେଉଛି, ତେବେ ରେଡମିଟ୍ ଖାଇବା ଦ୍ୱାରା ଏହା ଆପଣଙ୍କ ସମସ୍ୟାକୁ ଅଧିକ ବଢାଇ ଦେଇଥାଏ । କାରଣ ଏହି ମିଟରେ ‘Neu5gc’ ନାମକ ଏକ ଉପାଦାନ ରହିଥାଏ । ଯାହା ପ୍ରଦାହକୁ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରିଥାଏ । ଫଳରେ ଶରୀରରେ ବ୍ୟାକପେନ୍ ସମସ୍ୟା ଦେଖାଦିଏ । ତେଣୁ ପିଠି ଓ ଅଣ୍ଟା ଯନ୍ତ୍ରଣା ଥିବା ବ୍ୟକ୍ତିମାନେ ଏହପରି ଖାଦ୍ୟ ଠାରୁ ଦୂରେଇ ରହିବା ଆବଶ୍ୟକ ।

ଦୁଗ୍ଧ: ବ୍ୟାକପେନ୍ ହେଉଥିବା ବ୍ୟକ୍ତିମାନେ ଦୁଗ୍ଧ ଜାତୀୟ ଖାଦ୍ୟଠାରୁ ଦୂରେଇ ରହିବା ଆବଶ୍ୟକ । କାରଣ ଦୁଗ୍ଧ ଜାତୀୟ ଖାଦ୍ୟ ସେବନ କରିବା ଦ୍ୱାରା ଶରୀରରେ ଫୁଲା ବଢିଥାଏ । ଫଳରେ ଏହା ଅଣ୍ଟା ଓ ପିଠି ଯନ୍ତ୍ରଣାର କାରଣ ହୋଇଥାଏ । ଏତତ୍ ବ୍ୟତୀତ ଯେଉଁମାନେ ଲାକ୍ଟୋଜ୍ ଇଣ୍ଟୋଲାଣ୍ଟ୍ର, ସେମାନଙ୍କୁ ଦୁଗ୍ଧ ଜାତୀୟ ଖାଦ୍ୟ ହଜମ କରିବାରେ ଅସୁବିଧା ହୋଇଥାଏ ।

ଅଶୋଧିତ ତୈଳ: ବିଶୋଧିତ ତୈଳ ଖାଇବା ଦ୍ୱାରା ଏହା ପ୍ରଦାହ ଏବଂ ହୃଦରୋଗ ସମସ୍ୟାକୁ ବୃଦ୍ଧି କରିଥାଏ । ଏତତ୍ ବ୍ୟତୀତ ଏହା ବ୍ୟାକପେନ୍ ସମସ୍ୟାକୁ ମଧ୍ୟ ବଢାଇଥାଏ । ତେଣୁ ଆପଣ ରୋଷେଇରେ ଏହି ତେଲ ବ୍ୟବହାର ନକରିବାକୁ ଯଥା ସମ୍ଭବ ଚେଷ୍ଟା କରନ୍ତୁ । ତେବେ ଆପଣ ଏହି ଅଶୋଧିତ ତେଲ ପରିବର୍ତ୍ତେ ଅଲିଭ୍ ଅଏଲ୍ ବ୍ୟବହାର କରିପାରିବେ । ଏହା ସ୍ୱାସ୍ଥ୍ୟପାଇଁ ଲାଭ ଦାୟକ ହୋଇଥାଏ । କାରଣ ଏଥିରେ ମୋନୋଅନସଞ୍ଚୁରେଟେଡ୍ ନାମକ ଏକ ଫ୍ୟାଟ୍ ଥାଏ । ଯାହାକି ଶରୀରରୁ ସୁସ୍ଥ ରଖିଥାଏ ।

Get real time updates directly on you device, subscribe now.