Data Entry Operator ପଦବୀ ଖାଲି: IOCL ପକ୍ଷରୁ ବାହାରିଲା ୪୬୫ଟି ପଦବୀ ପାଇଁ ଚାକିରି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (ଆଇଓସିଏଲ) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଟେକ୍ନିସିଆଲ ଆପ୍ରେଣ୍ଟାଇସ, ଟ୍ରେଡ ଆପ୍ରେଣ୍ଟାଇସ ଓ ଡାଟା ଏଣ୍ଟ୍ରି ଅପରେଟର ପଦବୀରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ଜାଣିପାରିବେ ।

ମୋଟ ୪୬୫ଟି ପଦବୀ ଖାଲି ରହିଛି । ଏଥିପାଇଁ ନଭେମ୍ବର ୧୦ରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ନଭେମ୍ବର ୩୦ ତାରିଖରେ ସମାପ୍ତ ହେବ । ଡିସେମ୍ବର ୮ ତାରିଖରେ ପ୍ରାର୍ଥୀମାନେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ଏହାପରେ ଡିସେମ୍ବର ୧୮ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରାର୍ଥୀଙ୍କର ବୟସ ୨୦୨୨ ମସିହା ନଭେମ୍ବର ମାସ ୧୦ ତାରିଖ ସୁଦ୍ଧା ୧୮ରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ / ଆଇଟିଆଇ / ଡିପ୍ଲୋମା / ଡିଗ୍ରୀ ରହିଥିବା ଆବଶ୍ୟକ ।

ଅନଲାଇନ ଆବେଦନ ଲିଙ୍କ: https://plapps.indianoil.in/PLApprentice/user/main?adv_no=OQ==&Digest=qB1UN4YsLrV5SBh47ymR/A

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/11/Notification-IOCL-Apprentice-Vacancy.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.iocl.com/