fbpx

Video : ରେଲୱେ ଟ୍ରାକରେ ଜୋତା ପାଇଁ ଜୀବନକୁ ବିପଦରେ ପକାଇଲେ ବ୍ୟକ୍ତି, ରାମଦୂତ ସାଜିଲେ RPF ଯବାନ୍

ସମଗ୍ର ବିଶ୍ୱରେ ଅବହେଳା ଯୋଗୁଁ ପ୍ରତିଦିନ ବହୁସଂଖ୍ୟ ଲୋକ ପ୍ରାଣ ହରାଉଛନ୍ତି । ରାସ୍ତା ଓ ରେଲୱେ ଟ୍ରାକରେ ସତର୍କତା ଅବଲମ୍ବନ କରୁନଥିବା ଲୋକ ଦୁର୍ଘଟଣାର ଶିକାର ହେଉଥିବାର ଭିଡିଓ ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନିକଟରେ ଏପରି ଜଣେ ବ୍ୟକ୍ତିଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ସେ ଜୀବନକୁ ବିପଦ ଆଡୁ ଠେଲିଦେଉଥିବା ଦେଖିବାକୁ ମିଳିଛି । ଛୋଟ ଭୁଲ ପାଇଁ ତାଙ୍କ ଜୀବନ ମଧ୍ୟ ଚାଲିଯାଇଥାନ୍ତା । ଅବଶ୍ୟ ଭିଡିଓରେ ଜଣେ ରେଲୱେ ସୁରକ୍ଷା ଫୋର୍ସର ଯବାନ ସେହି ବ୍ୟକ୍ତିଙ୍କୁ ବଞ୍ଚାଇଦେଇଥିବା ଦେଖିବାକୁ ମିଳିଛି ।

ଭାଇରାଲ ହେଉଥିବା ଭିଡିଓ ସୋସିଆଲ ମିଡିଆରେ ‘ଜିନ୍ଦେଗୀ ଗୁଲଜାର ହେ’ ନାମକ ଏକ ଟ୍ୱିଟର ଆକାଉଣ୍ଟରେ ସେୟାର କରାଯାଇଛି । ଏହି ଭିଡିଓରେ ଜଣେ ବ୍ୟକ୍ତି ରେଳ ଟ୍ରାକ୍ ଅତିକ୍ରମ କରି ପ୍ଲାଟଫର୍ମକୁ ଆସୁଥିବା ନଜର ଆସିଛନ୍ତି । ଏହି ସମୟରେ ତାଙ୍କ ଜୋତା ବାହାରି ଯାଇଥିଲା, ଯାହାକୁ ଉଠାଇବାକୁ ସେ ପଛକୁ ଫେରିଯାଇଥିଲେ । ସାମ୍ନାରୁ ଟ୍ରେନ୍ ଆସିଥିବା ବେଳେ ବି ସେ ଜୋତା ପାଇଁ ନିଜ ଜୀବନକୁ ବିପଦ ଆଡକୁ ଡେଲିଦେଇଥିଲେ ।

ବ୍ୟକ୍ତିଙ୍କ ଏପରି କାମ ଓ ଟ୍ରେନ୍ ଆସୁଥିବାର ଦେଖି ସୁରକ୍ଷା ବଳର ଜଣେ ସିଆରପିଏଫ୍ ଯବାନ ତାଙ୍କ ଆଡକୁ ଶୀଘ୍ର ଧାଇଁଥିଲେ । ଟ୍ରେନ୍ ଆସିବା ପୂର୍ବରୁ ଯବାନ ଜଣକ ବ୍ୟକ୍ତିଙ୍କୁ ଟ୍ରାକରୁ ବାହାରକୁ ନେଇ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହିସବୁ ଦେଖି ଯବାନ ଜଣକଙ୍କୁ ବହୁତ ରାଗିଯାଇଥିଲେ ଓ ଉଦ୍ଧାର କରିବା ପରେ ସେ ବ୍ୟକ୍ତିଜଣଙ୍କୁ ମାରୁଥିବାର ମଧ୍ୟ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.