fbpx

ବିମାନ ଯାତ୍ରା ସମୟରେ ମାସ୍କ ଆଉ ବାଧ୍ୟତାମୂଳକ ନୁହେଁ, ଘୋଷଣା କଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ବିମାନାରେ ଯାତ୍ରା ସମୟରେ ଆଉ ମାସ୍କ ଲଗାଇବା ଜରୁରୀ ନୁହେଁ। ଭାରତର ସରକାର ବୁଧବାର ଏହି ନିୟମକୁ ଫେରାଇ ନେଇଛନ୍ତି। ନାଗରିକ ଉନ୍ନୟନ ମନ୍ତ୍ରଳାୟ ବୁଧବାର ଏକ ନିର୍ଦେଶ ଜାରି କରି ଏୟାରଲାନ୍ସମାନଙ୍କୁ କହିଛନ୍ତି ଯେ, ସେମାନେ ଯାତ୍ରୀମାନଙ୍କୁ ଏ ବିଷୟରେ ସୂଚିତ କରିବେ। ଅର୍ଥାତ୍ ଏବେ ବିମାନରେ ଯାତ୍ରା ସମୟରେ ମାସ୍କ ପିନ୍ଧିବା ଯାତ୍ରୀଙ୍କର ନିଜସ୍ୱ ଇଚ୍ଛା ହେବ।

ତେବେ ବିମାନ ଭିତରେ କ୍ର୍ୟୁ ସଦସ୍ୟ କେବଳ ଏହା କହିପାରିବେ ଯେ, କରୋନାକୁ ନଜରରେ ରଖି ମାସ୍କ ପିନ୍ଧିବା ସୁରକ୍ଷିତ ହେବ। ନିକଟରେ ବେସାମରିକ ବିମାନ ଚଲାଚଳ ନିର୍ଦେଶାଳୟ(ଡିଜିସିଏ) ବିମାନ ଭିତରେ ମାସ୍କ ପିନ୍ଧିବା ଆଦେଶକୁ ଦୋହରାଇଥିଲେ । ଅଗଷ୍ଟରେ ଜାରି ହୋଇଥିବା ଏହି ନିର୍ଦେଶରେ କରୋନା ନିୟମକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଥିଲା ଏବଂ ନିୟମକୁ ଉଲଘଂନ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଟାନ ନେବାକୁ କୁହାଯାଇଥିଲା ।

ତେବେ ନୂଆ ନିର୍ଦେଶରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବୋଲି ମନ୍ତ୍ରାଳୟ କହିଛି । କିନ୍ତୁ ହ୍ରାସ ପାଉଥିବା କରୋନା ମାମଲା ପରେ ମଧ୍ୟ ଲୋକମାନଙ୍କୁ ସାବଧାନମୂଳକ ଭାବେ ମାସ୍କ ପିନ୍ଧିବା ଆବଶ୍ୟକ। କାରଣ ବର୍ତ୍ତମାନ ମଧ୍ୟ ଦେଶରେ କରୋନା ରହିଛି। ଏହା ସହିତ କରୋନାର ଉତ୍ପତି ହୋଇଥିବା ଚୀନରେ ଏବେ କରୋନା ଏହାର ତାଣ୍ଡବ ଦେଖାଉଛି। ତେଣୁ ଲୋକମାନେ ସତର୍କତା ମୂଳକ ଭାବେ ମାସ୍କ ପିନ୍ଧିବା ଉଚିତ୍।

Get real time updates directly on you device, subscribe now.