fbpx

ଦୁନିଆର ଏମିତି ଏକ ଦ୍ୱୀପ ଯେଉଁଠି ପ୍ରତି ଛଅମାସରେ ବଦଳିଯାଏ ମାଲିକାନା ଓ ନିୟମ କାନୁନ

ଦୁନିଆରେ ଏମିତି ଏକ ଦ୍ୱିପ ଅଛି ଯାହା ଉପରେ ୧ବର୍ଷରେ ୬-୬ମାସ କରି ଦୁଇଟି ଦେଶ ନିଜର ଶାସନ ସେଠାରେ ଚଳାଇଥାନ୍ତି । ସେହି ଦୁଇ ଦେଶ ହେଉଛନ୍ତି ସ୍ପେନ ଓ ଫ୍ରାନ୍ସ । ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଉଛି, ଏହି ଦ୍ୱୀପକୁ ନେଇ ଦୁଇ ଦେଶ ମଧ୍ୟରେ କେବେହେଲେ ଝଗଡା ଲାଗିନାହିଁ । କହିବାକୁ ଗଲେ ଏହି ଦ୍ୱୀପରେ କେହି ରୁହନ୍ତି ନାହିଁ । ତେବେ କିଛି କିଛି ସମୟରେ ସାଧାରଣ ଲୋକଙ୍କ ପାଇଁ ଏହା ଖୋଲାଯାଇଥାଏ । ଫ୍ରାନ୍ସ ଓ ସ୍ପେନ ସୀମାରେ ଏହି ଦ୍ୱୀପଟି ଅବସ୍ଥିତ । ଯାହା ଉପରେ ଦୁଇ ଦେଶ ବର୍ଷକୁ ଛଅ-ଛଅ ମାସ ଅନୁସାରେ ସେଠାରେ ନିଜର ସରକାର ଚଳାଇଥାନ୍ତି ।

ସତ କଥା  ହେଉଛି, ଏମାନେ ଦୁଇ ଦେଶ ଦ୍ୱୀପକୁ ନେଇ କେବେହେଲେ ଝଗଡା ନ କରି ୬ମାସ ପର୍ଯ୍ୟନ୍ତ ଏଠାରେ ନିଜର ଶାସନ ଚଳାଇଥାନ୍ତି । ତେବେ ଏହି ଦ୍ୱୀପଟିର ନାମ ହେଉଛି ଫିଜୈଣ୍ଟ । ଫେବୃଆରୀ ୧ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଏହା ସ୍ପେନ ଅଧିକାର ଥିବାବେଳେ, ଏହାର ଠିକ ଛଅମାସ ମାନେ ଅଗଷ୍ଟ ୧ତାରିଖରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଏହା ଫ୍ରାନ୍ସର ନିୟନ୍ତ୍ରଣରେ ରହିଥାଏ । ଏହାକୁ ନେଇ ଗୋଟିଏ ଖାସ କଥା ରହିଛି ଯେ, ଦୁଇ ଦେଶ ଦୀର୍ଘ ୩୫୦ବର୍ଷ ଧରି ଏହି ପରମ୍ପରାକୁ ନିଜ ଭିତରେ ବଜାୟ ରଖିଛନ୍ତି ।

ଦୁଇ ଦେଶର ସୀମାରେ ନଦୀ ମଝିରେ ଏହା ଅବସ୍ଥିତ ସେଥିପାଇଁ ଏଠାରେ କେହି ରୁହନ୍ତି ନାହିଁ । ଏହି ଦ୍ୱୀପ କିଛି ଭଲ ଦିନରେ ଖୋଲାଯାଇଥାଏ । ନଚେତ ଏହା ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ମିଳିନଥାଏ । ସୂଚନା ଅନୁସାରେ ଏହି ଦ୍ୱୀପକୁ ନେଇ ଏକ ଐତିହାସିକ ଘଟଣା ରହିଛି । ଯାହା ୧୬୫୯ଖ୍ରୀଷ୍ଟାବ୍ଦ ଇତିହାସରେ ଲିପିବଦ୍ଧ ରଅଛି । ଏହାପୂର୍ବରୁ ସ୍ପେନ ଓ ଫ୍ରାନ୍ସ ମଧ୍ୟରେ ଝଗଡା ଲାଗୁଥିଲା । ଏହାର ସମାଧାନ ଲାଗି ତିନି ମାସ ପରେ ପାଇନିସ ନାମକ ଏକ ସନ୍ଧି ହୋଇଥିଲା ।ଏହି ସନ୍ଧି ଏକ ରାଜକୀୟ ବାହାଘର ସହିତ ପୂରଣ ହୋଇଥିଲା ।

ଏହି ବାହାଘର ସ୍ପେନିସ ରାଜା ଫିଲିପ ଆଇଭିଙ୍କ ଝିଅ, ଫ୍ରାନ୍ସର ରାଜା ଲୁଇସ ଏକ୍ସଭିଆଇଙ୍କ ସହ ହୋଇଥିଲା । ତେବେ ବର୍ତ୍ତମାନ ଏହି ଦୁଇ ଦେଶ ରୋଟେସନ ପ୍ରକ୍ରିୟାରେ ଶାସନ ଚଳାଉଛନ୍ତି । ଭୌଗଳିକ ଦୃଷ୍ଟିରୁ ଏହି ଦ୍ୱୀପଟି ଆକାରରେ ଛୋଟ । ଏହାର ସମୁଦାୟ ଆକାର ହେଉଛି ୨୦୦ମିଟର ଲମ୍ବା ସହ ୪୦ମିଟର ଚଉଡା । ଏଠାକୁ କେବଳ ରାଜାରାଜୁଡା ଲୋକେ ଯିବାଆସିବା କରୁଥିଲେ । ହେଲେ ବର୍ତ୍ତମାନ କେହି ସେଠାକୁ ଯାଉନାହାନ୍ତି । ଏହି ଦ୍ୱୀପର କିଛି ଅଂଶ ନଦୀ ସ୍ରୋତରେ ନଷ୍ଟ ହୋଇଗଲାଣି । ନଦୀ ସ୍ରୋତରୁ ବଂଚାଇବା ପାଇଁ କୌଣସି ପ୍ରୟାସ କରୁନାହାନ୍ତି ଦୁଇ ଦେଶ ।

Get real time updates directly on you device, subscribe now.