fbpx

ଅଜବ କନିଆଁ ,ଲେହଙ୍ଗା ପସନ୍ଦ ନ ଆସିବାରୁ ଭାଙ୍ଗି ଦେଲେ ବିବାହ

ବର୍ତ୍ତମାନ ସବୁ ଆଡେ ବିବାହର ଋତୁ ଆରମ୍ଭ ହୋଇଗଲାଣି । ସେଥିପାଇଁ ସବୁ ଡ୍ରେସ ଦୋକାନରେ ଏବେ ଗହଳି ଦେଖିବାକୁ ମିଳୁଛି । ବର କନିଆଙ୍କ ପାଇଁ ଲେହଙ୍ଗା ଆଉ ସେରୱାନୀ କିଣା ଯାଉଛି । କିନ୍ତୁ ଏବେ ଗୋଟିଏ କଥା ଚର୍ଚ୍ଚାଜୋର ଧରିଛି ଯେ କନିଆଁକୁ ଲେହଙ୍ଗା ପସନ୍ଦ ନଆସିବାରୁ ସେ ବିବାହ କରିବାକୁ ମନା ଦେଇଛି । ଜଣେ ମହିଳାଙ୍କୁ ତାଙ୍କର ବିବାହ ଲେହଙ୍ଗା ପସନ୍ଦ ନଆସିବାରୁ ସେ ବିବାହ କରିବାକୁ ମନା କରିଦେଇଛନ୍ତି ।

ସୂଚନା ମୁତାବକ ବର ଲକ୍ଷ୍ନୌରୁ ୧୦ହଜାର ଟଙ୍କା ଦେଇ କନିଆଙ୍କ ପାଇଁ ଲେହଙ୍ଗା ଆଣିଥିଲେ । କିନ୍ତୁ ଝିଅକୁ ଏହି ଲେହଙ୍ଗା ଆଦୌ ପସନ୍ଦ ଆସିଲା ନାହିଁ । ଯାହାର ଫଳ ସ୍ୱରୁପ ସେ ବିବାହ କରିବାକୁ ମନା କରି ଦେଲେ । ସେପଟେ ପୁଅଘର ଲୋକ ବିବାହ ପାଇଁ କାର୍ଡ ଛପେଇ ସାରିଥିଲେ । ତେଣୁ ଏହି ଘଟଣାର ସମାଧାନ କରିବା ପାଇଁ ଦୁଇ ପରିବାରଙ୍କୁ ଏକାଠି ବସିବାକୁ ପଡିଥିଲା । ଏଥିରେ ପୋଲିସଙ୍କ ସମ୍ପୃକ୍ତି ମଧ୍ୟ ଲୋଡା ଗଲା । ଏହାସହିତ ଦୁଇ ପରିବାର ଲୋକଙ୍କୁ ଏକାଠି ବସାଇ ଘଟଣାର ସମାଧାନ କରାଗଲା । ମିଳିଥିବା ସୂଚନାଅନୁସାରେ ଝିଅଘର ନୈନିତାଲର ହୋଇଥିବା ବେଳେ ପୁଅ ଘର ଅଲ୍ମୋଡାର ଅଟନ୍ତି ।

ସୂଚନାମୁତାବକ ଏହି ଯୋଡିଙ୍କ ନିର୍ବଦ୍ଧ ଜୁନ ମାସରେ ହୋଇଥିଲା । ଏବଂ ବିବହା ନଭେମ୍ବରରେ ହେବ ବୋଲି ସ୍ଥିର କରାଯାଇଥିଲା । ଦୁହିଁ ପରିବାର ପରସ୍ପର ଉପରେ ଦୋଷ ଲଦାଲଦି ହୋଇ ଛୋଟ କଥାକୁ ବଡ ଝଗଡାରେ ପରିବର୍ତ୍ତନ କରିଦେଲେ । ଶେଷରେ ପୋଲିସ କର୍ମଚାରୀ ଆଉ ସ୍ଥାନୀୟ ଲୋକମାନଙ୍କ ସହାୟତାକ୍ରମେ ଏହି ଦୁଇ ପରିବାକୁ ବୁଝାଗଲା କିନ୍ତୁ ଶେଷରେ ଏହି ପରିବାର ବିବାହ ନକରିବାକୁ ସହମତି ପ୍ରଦାନ କଲେ ।

Get real time updates directly on you device, subscribe now.