fbpx

ତୃତୀୟ ଟି-୨୦, ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ

ନାପିଏର :  ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଟି-୨୦ର ତୃତୀୟ ତଥା ଶେଷ ମ୍ୟାଚ । ପ୍ରଥମ ମ୍ୟାଚରେ ବର୍ଷା ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ସୂର୍ଯ୍ୟକୁମାରଙ୍କ ୫୧ବଲରେ ୧୧୧ ରନ ଭାରତକୁ ଆଗରେ ରଖିଛି । ଫଳରେ ମଙ୍ଗଳବାର ହାର୍ଦ୍ଦିକ ପାଣ୍ଡିଆଙ୍କ ଦଳ ଏହି ମ୍ୟାଚର ଟ୍ରଫି ଜିତିବାକୁ ନେଇ ଆଶାରେ ଅଛନ୍ତି । ଅନ୍ୟପଟେ ନ୍ୟୁଜିଲାଣ୍ଡ ଘରୋଇ ଦଳ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିଛି ।

ନାପିଏରରେ ଭାରତ ପ୍ରଥମ ଥର ଟି-୨୦ ମ୍ୟାଚ ଖେଳିବାକୁ ଯାଉଛି । ପୂର୍ବରୁ ଏଠାକୁ ଆସୁଥିବା ଅନ୍ୟ ଦେଶର ଖେଳାଳି ଏଠାରେ ୭ ଦିନିକିଆ ଓ ୨ ଟେଷ୍ଟ ଖେଳିବାର ଅଭିଜ୍ଞତା ରଖିଛନ୍ତି । ତେବେ ପାଣିପାଗ ବଦଳି ଥିବାରୁ ଆଜି ସଂଧ୍ୟାରେ ବର୍ଷା ହେବାର ଅନୁମାନ କରାଯାଉଛି । ଦେଖିବାକୁ ଗଲେ ଏହି ନାପିଏର ପଡିଆରେ ୪ଟି ଦଳ ଖେଳିଥିବା ସବୁ ମ୍ୟାଚରେ ଆଗ ବ୍ୟାଟିଂ ଦଳ ବିଜୟ ହାସଲ କରିଛନ୍ତି । ୨୦୧୯ ମସିହାରୁ ଇଂଲଣ୍ଡର ୨୪୧ ରନ ସର୍ବୋଚ୍ଚ ହୋଇଚାଲିଛି ।

ଭାରତ ବିଶ୍ୱକପ ସେମିଫାଇନାଲରୁ ବିଦାୟ ନେବା ପରେ ଆଗାମୀ ଦିନକୁ ନଜରରେ ରଖି ଭଲ ଖେଳିବ ବୋଲି ଆଶା ରଖାଯାଇଛି । ବିଶେଷ କରି ଦ୍ରୁତ ବୋଲର ଉମ୍ରାନ ମଲ୍ଲିକ ଓ ୱକେଟ କିପର ସଞ୍ଜୁ ସାମସନକୁ ଦଳ ଖେଳାଇବା କଥା ବିଚାର କରୁଛି । ତେବେ ୩ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ ରେ ଭାରତ ଆଗୁଆ ।କିନ୍ତୁ ନ୍ୟୁଜିଲାଣ୍ଡର ଅଧିନାୟକ କେନ ୱିଲିୟମସନ ଏଥର ମ୍ୟାଚରେ ଖେଳିବେ ନାହିଁ । କାରଣ ତାଙ୍କର କିଛି ଡାକ୍ତରୀ ଦାୟିତ୍ୱ ଥିବାରୁ ସେ ମ୍ୟାଚରେ ଉପଲବ୍ଧ ରହିବେ ନାହିଁ । ସେଥିପାଇଁ ତାଙ୍କ ବଦଳରେ ସାଉଦି ଦଳର ଚାପମ୍ୟାନଙ୍କୁ ଦଳରେ ସାମିଲ କରାଯାଇଛି ।

Get real time updates directly on you device, subscribe now.