fbpx

ମସ୍କଙ୍କ ବଡ ଘୋଷଣା , ବ୍ଲୁ ଟିକ ପାଇଁ ଲାଗୁ ହେବ ନାହିଁ ଟଙ୍କା !

ନୂଆଦିଲ୍ଳୀ: ଟ୍ୱିଟକୁ ନେଇ ପୁଣି ଏକ ନୂଆ ଅପଡେଟ । ଟ୍ୱିଟ କରି ଘୋଷଣା କରିଲେ ଏଲନ ମସ୍କ । ଏଲନ ଟୁଇଟରରେ ‘ବ୍ଲୁ ଭେରିଫାଏଡ୍’ ପାଇଁ ଲାଗୁ ହେବାକୁ ଥିବା ଟଙ୍କା କୁ ଲାଗୁ ନକରିବାକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ଏହାକୁ ଲାଗୁ କରାଯିବ ନାହିଁ । ଆଉ ଏହା ସେପର୍ଯ୍ୟନ୍ତ ଲାଗୁ ହେବ ନାହିଁ ଯେ ପର୍ଯ୍ୟନ୍ତ ଟୁଇଟର ଛଦ୍ମନାମକୁ ରୋକିବାରେ ସକ୍ଷମ ନ ହେଇଛି।

ଏଲନ ମସ୍କ ଟ୍ୱିଟର ମାଲିକ ହେବା ପରେ ଏଥିରେ ଅନେକ ନିୟମ ପରିବର୍ତ୍ତନ କରିଥିଲେ । ଏଥିିରେ ଏହା ବ୍ଲୁ ଟିକ ପାଇଁ ୮ଡଲାର ଟଙ୍କା ଦେବାକୁ ପଡିବ ବୋଲି ସାମିଲ ରହିଛି । ଏହା ସହିତ ଟ୍ୱିଟର ବ୍ୟବହାରକାରୀ ମାନଙ୍କୁ ଛଦ୍ମନାମରେ ଆକାଉଣ୍ଟ ନଚାଳଇବାକୁ ମଧ୍ୟ ସେ ଚେତାବନୀ ଦେଇଥିଲେ । ତେବେ ଏଭଳି ଆକାଉଣ୍ଟ ଧରାଗଲେ ସସପେଣ୍ଡ କରାଯିବ ବୋଲି ମଧ୍ୟ ସେ କହିଥିଲେ ।

ଏଲନଙ୍କ କହିବା ଅନୁଯାୟୀ ମିଛ ଖବରକୁ ପ୍ରୋସାହିତ କରୁଥିବା ମନ୍ତବ୍ୟକୁ ଟ୍ୱିଟର ଗ୍ରହଣ କରିବ ନାହିଁ କିମ୍ବା ତାଙ୍କ ବିଜ୍ଞାପନକୁ ନେବ ନାହିଁ । ତେବେ ଏହି ନିୟମ କେବଳ ବ୍ୟକ୍ତିଗତ ଟ୍ୱିଟ୍ ଉପରେ ଲାଗୁ ହେବ, ପୁରା ଆକାଉଣ୍ଟ ଉପରେ ନୁହେଁ । ତେବେ ଏହିପରି ନକରାତ୍ମକ ଖବରକୁ ପ୍ରୋସାହନ ଦେଉଥିବା ୟୁଜର୍ସମାନଙ୍କ ଉପରେ ମଧ୍ୟ ପଦକ୍ଷେପ ନିଆଯାଇପାରେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.