fbpx

ଇଣ୍ଡୋନେସିଆରେ ଭୂମିକମ୍ପ; ୧୬୨ ମୃତ , ୭୦୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଏକ ବଡଧରଣର ଭୂମିକମ୍ପ ହୋଇଛି । ଫଳରେ ୧୬୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦୦ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ତେବେ ଏହି ଭୂମିକମ୍ପରେ ୨ ହଜାରରୁ ଅଧିକ ଘର ଭାଙ୍ଗିଥିବା ସୂଚନା ମିଳିଛି । ସେହିପରି ୫୦୦୦ ଲୋକଙ୍କ ଘର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି । ତେବେ ଇଣ୍ଡୋନେସିଆରେ ହୋଇଥିବା ଭୂମିକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୫.୬ ରହିଛି ।

ମିଳିଥିବା ସୂଚନା ଅନୁଯାୟୀ, ଇଣ୍ଡୋନେସିଆର ରାଜଧାନୀ ଜାକର୍ତାରେ ଗତକାଲି ଏକ ବଡଧରଣର ଭୂମିକମ୍ପ ହୋଇଥିଲା । ଫଳରେ ଏହି ଭୂକମ୍ପରେ ପୂର୍ବରୁ ୪୪ ଜଣଙ୍କ ଜୀବନ ଯାଇଥିବା ବେଳେ ବର୍ତ୍ତମାନ ଏହା ୧୬୨ ରେ ପହଞ୍ଚିଛି । ଯେଉଁଥିରେ ଅନେକ ଜଣ ଶିଶୁଥିବା ସୂଚନା ମିଳିଛି । ତେବେ ଏହି ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛନ୍ତି । ଏତତ୍ ବ୍ୟତୀତ ଏହି ଭୂକମ୍ପରେ ୭୦୦ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ତେବେ ସମସ୍ତ ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ଜଣା ପଡିଛି ।

ତେବେ ରଷ୍ଟ୍ରୀୟ ଆପଦା ଏଜେନ୍ସି (ବିଏନପିବି)ର କହିବା ଅନୁଯାୟୀ ଏହିୁ ଭୁକମ୍ପ ଇଣ୍ଡୋନେସିଆର ରାଜଧାନୀ ଜାକର୍ତାରୁ ପ୍ରୟ ୭୫ କିଲୋ ମିଟର ଦୂରରେ ତାର କେନ୍ଦ୍ରସ୍ଥଳ ହୋଇଉଥିବା ଅନୁମାନ କରାଯାଉଛି । ତେବେ ଏହି ଭୂକମ୍ପରେ ପାଖାପାଖି ୨,୨୦୦ ଘର ଭାଙ୍ଗି ଯାଇଥିବା ବେଳେ ପ୍ରାୟ ୫୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ତେବେ ଏହି ଘଟଣାର ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏତତ୍ ବ୍ୟତୀତ ଭୂକମ୍ପରେ ମାଲୱେରେ ବର୍ତ୍ତମାନ ମଧ୍ୟ ଅନେକ ଲୋକ ଚାପି ହୋଇ ରହିଥିବା ସୂଚନା ମିଳିଛି ।

ଇଣ୍ଡୋନେସିଆରେ ଏହା ପୂର୍ବରୁ ୨୦୦୪ ରେ ମଧ୍ୟ ଏକ ବଡ ଧରଣର ଭୂମିକମ୍ପ ହୋଇଥିଲା । ଯେଉଁଥିରେ ୨୨୬,୦୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଟି ଦେଶ ପ୍ରଭାବିତ ହୋଇଥିଲା । ଯାହାର ତିବ୍ରତା ରିକ୍ଟର ସ୍କେଲରେ ୯.୧ ରହିଥିଲା ।

Get real time updates directly on you device, subscribe now.