fbpx

ଆଜି ଇଡିରେ ହାଜର ହେବେ ଅକ୍ଷୟ ପରିଜା!

ଭୁବନେଶ୍ୱର: ଆଜି ଇଡିରେ ହାଜର ହୋଇ ପାରନ୍ତି ଅକ୍ଷୟ ପରିଜା । କାରଣ ଏହା ପୂର୍ବରୁ ଯେବେ ଡକରା ଆସିଥିଲା ସେ ସ୍ୱାସ୍ଥ୍ୟଗତ ସମସ୍ୟା କହି ଇଡିରେ ହାଜର ହୋଇଥିଲେ । ଯାହା ଫଳରେ ତାଙ୍କର ଓକିଲ ଇଡି ରୁ ଦୁଇ ଦିନର ସମୟ ମାଗିଥିଲେ । ତେବେ ସୂଚନା ମୁତାବକ ଆଜି ଅକ୍ଷୟ ପରିଜା କୋର୍ଟରେ ହାଜର ହୋଇ ପାରନ୍ତି ।

ପୂର୍ବରୁ ହାଜର ପାଇଁ ନୋଟିସ ପଠାଯାଇଥିବା ବେଳେ ଏହାକୁ ଖାତିର ନକରି ଇଡିରେ ହାଜର ହୋଇ ନାହନ୍ତି । ପରିଜାଙ୍କ ଓକିଲ ଏବେ ଇଡି ଅଫିସରେ ହାଜର ହୋଇଥିଲେ । ଅର୍ଚ୍ଚନା ନାଗ ମାମଲାରେ ପଚରା ଉଚୁରା କରିବା ପାଇଁ ଇଡି ସିନେ ପ୍ରଯୋଜକଙ୍କୁ ହାଜର ହେବାକୁ ନୋଟିସ ପଠାଇଥିଲା । କିନ୍ତୁ ଇଡିର ନୋଟିସକୁ ପାଳନ କରି ନଥିଲେ ପରିଜା ।

ସୂଚନାମୁତାବକ ଜଣେ ଯୁବତୀଙ୍କୁ ଫିଲ୍ମ ଦେବା ନାଁ ରେ ୧ ବର୍ଷ ଧରି ଜୋର ଜବରଦସ୍ତି ଶାରୀରିକ ସମ୍ପର୍କ ରଖିବା ସହ ତାକୁ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଥଲା । ଏହାପରେ ସେ ଏହି ମାମାଲାରେ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ତ ମଧ୍ୟ ହୋଇଥିଲେ । ଏହାପରେ ଧୀର ଧୀରେ ଖୋଲିଥିଲା ସବୁ ଗୁମୁର। ତେବେ ଏହି ମାମଲାରେ ଇଡିରେ ହାଜର ହେବାକୁ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ନୋଟିସ ପଠା ଯାଇଥିଲା । କିନ୍ତୁ ସେ ଇଡି ଅଫିସରେ ହାଜର ହେଇ ନଥିବା ସୂଚନା ମିଳିଥିଲା।

Get real time updates directly on you device, subscribe now.